PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବେ ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ବଞ୍ଚାଇବେ ଗଧ ଓ କୁକୁର ! ଚୀନ୍‌କୁ ଯୋଗାଇବାକୁ ଶହବାଜ୍ ସରକାରଙ୍କ ପ୍ରସ୍ତୁତି…
  • ||
  • ଦିଲ୍ଲୀ ସିଂହାସନ ଉପରେ କେସିଆର୍‌ଙ୍କ ଆଖି; ନିଜ ଆଂଚଳିକ ଦଳକୁ ଭାଙ୍ଗି ଗଢିଲେ ଜାତୀୟ ଦଳ, TRS ବଦଳରେ ରଖିଲେ BRS…
  • ||
  • ସମ୍ଵଲପୁର : ବଙ୍ଗାଲିପଡାରେ ଧୁମଧାମ୍‌ରେ ଚାଲିଛି ମାଆଙ୍କ ସିନ୍ଦୂର ଖେଳ ପର୍ବ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା
  • ||
  • ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା, ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • ପୁରୀ : ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା, ରାଜରାଜଶ୍ୱେର ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ
  • ||
  • ହରଭଙ୍ଗା : ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ସଦସ୍ୟ ମୃତ
  • ||
  • ବିଜୟାଦଶମୀ ଅବସରରେ ମୋହନ ଭାଗବତଙ୍କ ଚେତାବନୀ : ‘ଦେଶର ଜନସଂଖ୍ୟା ଅସନ୍ତୁଳିତ ହେଲେ ବିଗିଡ଼ିବ ଭୌଗୋଳିକ ରୂପରେଖ’
  • ||
  • ଯାଜପୁର : ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ, ଭିଡିଓ ଭାଇରାଲ୍
  • ||

ଆଜି ପଖାଳ ଦିବସ: ଜୀବନ ଧନ ମୋ ପଖାଳ କଂସା…

ଭୁବନେଶ୍ୱର,୧୯ ।୩(ବ୍ୟୁରୋ): ଦିବଂଗତ ଭେଟେରାନ୍‌ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାଶଙ୍କ କଣ୍ଠରେ ପରିବେଷିତ ‘ଆସ ଜୀବନ ଧନ, ମୋ ପଖାଳ କଂସା’ ଗୀତଟି ପ୍ରାୟ ସମସ୍ତେ ଶୁଣିଥିବେ । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ରଚିତ ଏହି ଗୀତରେ ପଖାଳର ମହିମା ବର୍ଣ୍ଣନା ସବୁ ଓଡ଼ିଆଙ୍କ ମନକୁ ଛୁଇଁଛି । ତେବେ ଏହି ପଖାଳକୁ ଜୀବନ ଧନ କହିବାର ତାତ୍ପର୍ଯ୍ୟ ଏଇଆ ଯେ, ପଖାଳ ବିନା ଓଡିଆ ଜୀବନ ଅଧୁରା । ପଖାଳ ହେଉଛି ଷୋଳ ଅଣା ଓଡିଆ ଖାଦ୍ୟ । ଯାହାର ନାଁରେ ରହିଛି ମିଷ୍ଟତା ଆଉ ଖାଦ୍ୟରେ ଦେଶୀ ମହକ । ନେତାଙ୍କଠାରୁ ଆରମ୍ଭ କରି ରିକ୍ସାବାଲା ଯାଏଁ ପୁଣି ଅଫସିରଠାରୁ ଆରମ୍ଭ କରି ଦିନ ମଜୁରିଆ ଯାଏଁ କିଏ ବା ନ ପଡିଛ଼ିି ଏଇ ପଖାଳ ପ୍ରେମରେ? ପଖାଳ କଂସା, ଓଡିଆଙ୍କ ପରିଚୟ । ପଖାଳ ଭାତ ଓ ତା’ସାଙ୍ଗକୁ ବଡିଚୁରା, ଶାଗଭଜା, ପତ୍ରପୋଡ଼ା, ମାଛଭଜା । ଏକଥା ମନକୁ ଆସେିଲ ସ୍ୱତଃସ୍ପୁତଃ ପାଟିରୁ ଲାଳଗଡେ । ହେଲେ ଫରକ୍‌ ଏତିକି ପାରମ୍ପରିକ ପଖାଳରେ ଏବେ ମିଶିଲାଣି ନୂଆ ଖାଦ୍ୟର ଧାରା । ପଖାଳର ଏହି ଆଦରକୁ ନେଇ ଏବେ ଷ୍ଟାର ହୋଟେଲମାନେ ବି ନିଜ ନିଜର ଖାଦ୍ୟ ମେନ୍ୟୁରେ ପଖାଳ ରଖିଛନ୍ତି । କେବଳ ଷ୍ଟାର୍‌ ହୋଟେଲ ନୁହଁନ୍ତି ।

ରାଜଧାନୀ ରାସ୍ତାକଡ଼ରେ ମଧ୍ୟ ପଖାଳର ବିଭିନ୍ନ ପ୍ରକାର ଫ୍ଲେଭର ଉପଲବ୍ଧ ହେଉଛି । ବାପୁଜୀ ନଗର ସତ୍ଥି ଭାଇନା ହୋଟେଲ, ଖାରବେଳନଗର ସତ୍ଥି ପଖାଳ, ଓ ଷୋଳଅଣା ଓଡିଆ ହୋଟେଲରେ ଚଳିତ ବର୍ଷ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପଖାଳ କଂସା ବିକ୍ରି ହେଉଛି । ଛୁଙ୍କ ପଖାଳ ସହ ପତ୍ରପୋଡ଼ା ଖରା ମାସକୁ ଆଖି ଆଗରେ ରଖି ସିଆରପିଏଫ ସତ୍ଥି ବଲେରୀ ହୋଟେଲରେ କରାଯାଇଛି ସ୍ୱତନ୍ତ୍ର ପଖାଳ କଂସା । ୨୦ ବଷର୍ର ଏହି ପୁରୁଣା ହୋଟେଲ ବାବଦରେ ଯଦିଓ ବହୁତ ଲୋକ ଜାଣି ନାହାନ୍ତଁ ତଥାପି ପଖାଳ ପ୍ରିୟ ଗ୍ରାହକଙ୍କ ଏହା ପଥ୍ରମ ପସନ୍ଦ ସ୍ଥାନ । ଏଠାରେ ପଖାଳ କଂସା ସାଙ୍ଗକୁ ନିରାମିଷାସୀଙ୍କ ପାଇଁ ୫୪ ପ୍ରକାର ତରକାରୀ ପରଷା ଯାଉଥିବାବେଳେ ଆମିଷ ପ୍ରିୟଙ୍କ ପାଇଁ ରହିଛି ୨୨ରୁ ଅଧିକ ତରକାରୀ । ସେହିପରି ନିରାମିଷରେ ୯ ପ୍ରକାର ଓ ଆମଷିରେ ୮ ପ୍ରକାର ପତ୍ରପୋଡା ମିଳିଥାଏ । ଏଥିରେ ଶାଗ ପକୋଡା, ଚୁନାମାଛ ଭଜା, ଚୁନାମାଛ ପୋଡା଼, ଛତୁ ପୋଡା଼, ମାଛ ମଞ୍ଜି ପୋଡା଼, ଚିକେନ ପୋଡା଼, ନଡିଆ ପୋଡା଼, ମଞ୍ଜା ପୋଡା଼, ଛତୁ ପୋଡା଼, ଚିକେନ୍‌ ମସଲା, ବଡିଚୁରା, ଶାଗ, ସାଲାଡ ଆଦି ରହିଛି । ଦହି, ଲେମ୍ବୁ, ଭସ୍ରୁୁଙ୍ଗପତ୍ର ଓ ଲେମ୍ବୁ ପତ୍ର, ଆମ୍ବ ଅଦାଦେଇ ଛୁଙ୍କ ହୋଇଥିବା ପଖାଳ ବ୍ୟତୀତ ଏଠାରେ ମିଳୁଥିବା ଚିଙ୍ଗୁଡି ପୋଡା଼, ମାଛ ପୋଡା଼, ମାଛ ଚଟଣି ପାଇଁ ପ୍ରତିଦିନ ଏଠାରେ ଗ୍ରାହକଙ୍କ ଭିଡ଼ ଜମିଥାଏ ।

କଂସା ଥାଳିରେ ପଖାଳ ଖରା ଆରମ୍ଭରୁ ସହିଦ ନଗରସ୍ଥିତ ଓଡ଼ିଶା ହୋଟେଲରେ ଆରମ୍ଭ ହୋଇଯାଇଛି ପଖାଳ ଉତ୍ସବ । ଯେଉଁଠାରେ ୩୦୦ ଟଙ୍କାରେ ମିଳୁଛି ପଖାଳ କଂସାଥାଳି । ଛୁଙ୍କ ପଖାଳ ସାଙ୍ଗକୁ ସ୍ୱତନ୍ତ୍ର ଭାବେ ଗ୍ରାହକଙ୍କ ପାଇଁ ବଡ଼ିଚୁରା, ଶାଗ ଭଜା, ଛତୁ ପୋଡ଼ା, ଚିଙ୍ଗୁଡି ଭଜା, ପୋହଳା ମାଛ ବେସର, ମଟନ ତରକାରୀ ଆଦି ପ୍ରସ୍ତୁତ କରାଯାଉଛି । ଏହାସହ ଗ୍ରାହକଙ୍କ ବରାଦ ଅନୁସାରେ ମଞ୍ଜାପତ୍ରପୋଡ଼ା, ଭେଣ୍ଡି ଆଳୁ ଭଜା, ଭାଇଗଣ ଆଳୁ ଭର୍ତ୍ତା, ଛୁଇଁ ଭଜା, ତାଟଅିାବସା, ନଡ଼ିଆ ଓ ବାଦାମ ପୁର ଦେଇ ଛଚିନ୍ଦ୍ରା ଭଜା, ପୋଇପତ୍ର ବରା ଆଦିର ବନ୍ଦୋବସ୍ତ କରାଯାଇଛି । ‘ସନ୍ତୁଷ୍ଟି’ରେ ପଖାଳ କଂସା ଏକାମ୍ର ହାଟରେ ଥିବା ହୋଟେଲ ‘ସନ୍ତୁଷ୍ଟି’ରେ ମଧ୍ୟ ପଖାଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଖାଳ ଆଇଟମରେ ରହିଛି ଦହି ମିଶା ପଖାଳ, ଶାଗ ଭଜା, ଆଳୁ ଚକଟା, ବାଇଗଣ ଚକଟା, ଭେଣ୍ଡି ଖଟା, କଲରା ଆଳୁ ଚିପ୍ସ, କଖାରୁ ଫୁଲ ପିଠଉ, ବଡି଼ ଚୁରା, ଆଳୁ ଛୁଇଁ ବେସର ଭଜା ଓ ଆମ୍ବୁଲ ରାଇ । ତେବେ ଏହି ଥାଳରି ଦାମ୍‌ ୧୦୦ଟଙ୍କାରୁ ଆରମ୍ଭ ହେଉଛି । ସେହପରି ଆମିଷ ଖାଉଥିବା ଲୋକଙ୍କ ପାଇଁ ପଖାଳ ସହ ମାଛ ଭରତା, ପୋହଳା ମାଛ, ଚୁନାମାଛ, ବଡ଼ ମାଛ ଭଜା, ଚିଙ୍ଗୁଡି ଓ ଅନ୍ୟାନ୍ୟ ଶୁଖୁଆ ଛେଚା, ଶୁଖୁଆ ବେସର, ଶାଗ ଭଜା, ବଡିଚୁରା ଆଦି ରହିଛି । ଏହାର ଦାମ୍‌ ୨୦୦ ଟଙ୍କା ରହଛି ।