ପ୍ରମୂଖ ଖବର

ନିଟ୍‌ ପରୀକ୍ଷାରେ ସଫଳ ହେଲେ ଗୋଟିଏ ପରିବାରର ୩ ଭାଇ-ଭଉଣୀ ... ଏମିତି କରୁଥିଲେ ପାଠପଢା

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ୪ଜୁନ୍‌ରେ ନିଟ୍‌ ୟୁଜି ୨୦୨୪ର ରେଜଲ୍ଟର ଘୋଷଣା କରିଥିଲା।ମେଡିକାଲ ପ୍ରବେଶ ପରୀକ୍ଷାରେ ଉତ୍ତର ପ୍ରଦେଶର ଆଗ୍ରାରେ ଏକ ପରିବାରର ୩ଜଣ ଭାଇ ଭାଉଣୀ ନିଟ୍‌ ପରୀକ୍ଷା ପାସ୍‌ କରିଛନ୍ତି। ଯେମିତି ହିଁ ପରିବାରର ଲୋକଙ୍କୁ ଜଣାପଡ଼ିଲା କି, ଘରର ତିନି ଜଣ ପିଲା ନିଟ୍‌ ୟୁଜି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି , ସମସ୍ତେ ଖୁସିରେ ନାଚି ଉଠିଛନ୍ତି । ଆସନ୍ତୁ ଜାଣିବା ଏହି ଭାଇ ଭଉଣୀ କେମିତି ଏହି ପରୀକ୍ଷାର ପ୍ରସ୍ତୁତି କରି ଥିଲେ। 

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ନିଟ୍‌ ୟୁଜି ପରୀକ୍ଷା ପାସ୍‌ କରିବାକୁ ଏହି ତିନି ଭଉଣୀ ସର୍ବ ପ୍ରଥମେ ଗୋଟିଏ ନିୟମର ଖୁବ୍ ଦୃଢ ଭାବେ ପାଳନ କରିଛନ୍ତି, ଯାହା ତାଙ୍କ ପରିବାରର ବୟସ୍କ ସଦସ୍ୟଙ୍କ ଦ୍ୱାରା ତିଆରି ହୋଇଥିଲା। ପିଲାମାନେ ଦୁଇବର୍ଷ ଯାଏ ଟିଭି ଓ ମୋବାଇଲ ଠାରୁ ଦୂରେଇ ଯାଇଥିଲେ। ଏହାସହ ସେ ସୋସିଆଲ ଗାଦରିଂ ଓ ଆଉଟଡୋର୍‌ ଆକ୍ଟିଭିଟ୍‌ରେ ସାମିଲ ହେବା ବନ୍ଦ କରିଦେଇ ଥିଲେ। ତିନି ଜଣ ଯାକ ଜାଣିଥିଲେ ନିଟ୍‌ ୟୁଜି ପରୀକ୍ଷାର ସିଲାବସ୍‌ ବହୁତ ଅଧିକ। ଏହାକୁ କଭର କରିବା ପାଇଁ ପାଠପଢାରେ ନିରନ୍ତରତା ଜାରି ରଖିବା ଜରୁରୀ। 

କହି ରଖୁଛୁ କି , ତିନିଜଣ ଯାକ ପ୍ରତିଦିନ ୧୨ରୁ ୧୪ ଘଣ୍ଟା ନିଜର ପାଠପଢା ପାଇଁ ସମର୍ପିତ କରୁଥିଲେ ଏବଂ ଏହାସହ ଅନ୍ୟର ସାହାଯ୍ୟ ନେବା ସହ ଡାଉଟ୍‌ସ କ୍ଲିୟର କରୁଥିଲେ। 

ଏହି ୩ଜଣ ଭାଇ-ଭଉଣୀ ଆଗ୍ରାର ଦୟାଲବାଗ୍ ନିବାସୀ ଭୋଲାରାମ ତ୍ୟାଗୀଙ୍କ ପରିବାରର। ଭୋଳାରାମ ତ୍ୟାଗଙ୍କ ୩ଜଣ ପୁଅ ମହାବୀର ତ୍ୟାଗୀ , ହେତରାମ ଓ ଶିବ ତ୍ୟାଗୀ। ମହାବୀରଙ୍କର ଦୁଇ ପିଲା , ପୂଜା ଓ ମନୋଜ ଓ ଶିବଙ୍କ ଝିଅ ମାନସୀ ନିଟ୍‌ ପରୀକ୍ଷାରେ ସୁନ୍ଦର ପ୍ରଦର୍ଶନ କରି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ନିଟ୍‌ ୟୁଜି ୨୦୨୪ର ରେଜଲ୍ଟ ଚର୍ଚ୍ଚାରେ ରହିଛି। ସର୍ବ ପ୍ରଥମେ ତ ଏହି ରେଜଲ୍ଟ ଲୋକସଭା ନିର୍ବାଚନ ରେଜଲ୍ଟ ଦିନ ଜାରି କରାଯାଇଛି। ସେପଟେ ଚଳିତ ବର୍ଷ ମୋଟ ୬୭ ପ୍ରାର୍ଥୀ ୯୯.୯୯୭୧୨୯ ପର୍ସେଣ୍ଟାଇଲ୍‌ ସ୍କୋର ସହ ନିଟ୍‌ ଅଲ୍‌ ଇଣ୍ଡିଆ ରାଙ୍କ୍‌ (ଏଆଇଆର) ୧ ହାସଲ କରିଛି। ସେଠାରେ ରେଜଲ୍ଟକୁ ନେଇ ବିବାଦ ଏହି ସମୟରେ ବଢି ଯାଇଛି, ଯେବେ ଦୁଇ ଜଣ ପ୍ରାର୍ଥୀଙ୍କର ୭୧୮ ବା ୭୧୯ ମାର୍କ୍ସ ଆସିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.