ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ଜେଲ୍‌ରୁ ବଦଳିଲା ଜୀବନଧାରା, କମ୍ପ୍ୟୁଟର ତାଲିମ୍‌ ନେଇଛନ୍ତି ୩ କଏଦୀ

ରାଉରକେଲା, ୨୭/୦୨: ଅପରାଧିକ  କାର୍ଯ୍ୟ କରି ଜେଲ୍‌ ଯାଇଥିଲେ । ସଜା  କାଟୁଥିଲେ । ଜୀବନ ବେକାର ହୋଇଗଲା  ଭାବୁଥିଲେ । ହେଲେ ସେହି ଜେଲ୍‌ରୁ  ବଦଳିବାକୁ ଯାଉଛି ଜୀବନର ଗତି ।   

ଜେଲ୍‌ ଭିତରେ କମ୍ପ୍ୟୁଟର ଶିକ୍ଷା  ଗ୍ରହଣ କରିବା ପରେ ଏବେ ସ୍ୱାବଲମ୍ବୀ  ହେବାକୁ ମନରେ ଆଶା ବାନ୍ଧିଛନ୍ତି ୩  କଏଦୀ । ଉପଯୁକ୍ତ ଭାବେ କମ୍ପ୍ୟୁଟର  ଶିକ୍ଷା ତାଲିମ ନେଇ ଏବେ ଡାଟା ଏଣ୍ଟ୍ରି  ଅପରେଟର ଭାବେ କାମ କରୁଛନ୍ତି । ଏଭଳି ଶିକ୍ଷା ଭବିଷ୍ୟତରେ ସୁଯୋଗ  ଆଣିଦେବ, ଜୀବନଧାରା ବଦଳାଇ ଦେବ  ବୋଲି ରାଉରକେଲା ସ୍ୱତନ୍ତ୍ର କାରାଗାରରେ  ସଜା କାଟୁଥିବା ୩ କଏଦୀଙ୍କ ମନରେ  ଆଶା ସଞ୍ଚାର କରିଛି । ଜେଲ୍‌ ଭିତରେ  ପାଇଥିବା କମ୍ପ୍ୟୁଟର ତାଲିମ ସେମାନଙ୍କ  ଜୀବନ ଜୀବିକା ପାଇଁ ବହୁ ସହାୟକ ହେବ  କହି ଖୁସିବ୍ୟକ୍ତ କରିଛନ୍ତି ଏହି କଏଦୀ ।  ଜେଲ୍‌ କେବଳ ଦଣ୍ଡ ପାଇଁ ନୁହେଁ ବରଂ  ଏଠାକୁ ଆସୁଥିବା ଅନ୍ତେବାସୀଙ୍କୁ ସମାଜର  ମୁଖ୍ୟସ୍ରୋତରେ ସାମିଲ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି  କହିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ ।  

ବିହାର ନିବାସୀ ଅରବିନ୍ଦ ପାଣ୍ଡେ(୫୨)  । ଶିକ୍ଷାଗତ ଯୋଗ୍ୟତା ଏମ୍‌ଏ,ଏଲ୍‌ଏଲ୍‌ବି ।  ପେସାରେ ସୁପ୍ରିମ୍‌କୋର୍ଟରେ ଜଣେ  ଆଇନୀଜୀବୀ ଥିଲେ । ୨୦୨୧ ଜୁଲାଇରେ ସେ  ଧାରା ୩୭୬ରେ ଗିରଫ ହୋଇ ସୁନ୍ଦରଗଡ଼  ଜେଲ୍‌କୁ ଯାଇଥିଲେ । ସେଠାରେ ୬ ମାସ  ରହିବା ପରେ ୨୦୨୨ ମାର୍ଚ୍ଚରେ ରାଉରକେଲା  ସ୍ୱତନ୍ତ୍ର କାରାଗାରକୁ ସ୍ଥାନାନ୍ତର ହୋଇଥିଲେ । ସେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ  କାରାଦଣ୍ଡ ଭୋଗୁଛନ୍ତି । ଅରବିନ୍ଦ କହିଛନ୍ତି ଯେ  ଡାମିଟ୍ସ ନାମକ ଏକ ଅନୁଷ୍ଠାନ କାରାଗାରରେ  ଅନ୍ତେବାସୀଙ୍କୁ କମ୍ପ୍ୟୁଟର ତାଲିମ ଦେବା  ପାଇଁ ଆସିଥିଲା । କାରାଗାର କର୍ତ୍ତୃପକ୍ଷ ଏ ନେଇ କହିବା ପରେ ସେ ତାଲିମ ନେବା  ପାଇଁ ଇଛା ପ୍ରକାଶ କରିଥିଲେ । ୩ ମାସ  କମ୍ପ୍ୟୁଟର ତାଲିମ ନେବା ପରେ ଏବେ ତାଙ୍କୁ  ସାର୍ଟିଫିକେଟ୍‌ ମିଳିଛି । କମ୍ପ୍ୟୁଟର ଜ୍ଞାନ  ଆଗାମୀ ସମୟରେ ବହୁତ ସହଯୋଗ  କରିବ ବୋଲି ଅରବିନ୍ଦ କହିଛନ୍ତି। ସେ  କହିଛନ୍ତି ଯେ, ଆମ ପେସାରେ ଆଜିକାଲି  କମ୍ପ୍ୟୁଟରରେ ଟାଇପ୍‌ ହେଉଛି । ମୋର  ଏହି ଜ୍ଞାନ ନ ଥିଲା । ଫଳରେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା ।  ଏବେ ନିଜେ ନିଜ କାମ ସହଜରେ କରି  ପାରିବି । ବୀରମିତ୍ରପୁର ଥାନା ଅନ୍ତର୍ଗତ  କାଲିଛପର ନିବାସୀ ସାଜିତ ଓରାମ(୨୮ ।  

୨୦୧୬ ଜୁଲାଇରେ ସେ ପୋକ୍ସୋ  ମାମଲାରେ ଗିରଫ ହୋଇଥିଲେ । ଏବେ  ସେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷର  ସଜା କାଟୁଛନ୍ତି । ସାଜିତ ଯେତେବେଳେ  କାରାଗାରକୁ ଆସିଥିଲେ ସେ ନବମ ପାସ୍‌  କରିଥିଲେ । କାରାଗାରରେ ରହି ୨୦୨୨ରେ  ମାଟ୍ରିକ୍‌ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି ।  କାରାଗାରରେ କମ୍ପ୍ୟୁଟର ତାଲିମ ନେଇ  ଏବେ ସେ କାରାଗାରରେ ଡାଟା ଏଣ୍ଟ୍ରି  ଅପରେଟର ଭାବେ କାମ କରୁଛନ୍ତି । ସେ  କହିଛନ୍ତି ଯେ ଭୁଲ୍‌ ତ ହୋଇଯାଇଛି ।  ଯେତେବେଳେ କାରାଗାରକୁ ଆସିଥିଲି  ଭାବିଥିଲି ମୋ ଜୀବନ ନଷ୍ଟ ହୋଇଗଲା ।  କିନ୍ତୁ ଏଠାକୁ ଆସି କମ୍ପ୍ୟୁଟର ତାଲିମ ନେବା  ପରେ ଜୀବନର ଗତିପଥ ବଦଳି ଯିବ ବୋଲି  ଆଶା କରିଛି ।  

ବାସନ୍ତୀ କଲୋନି ନିବାସୀ ଡୋକରି  କାର୍ତ୍ତିକ(୨୮) । ଶିକ୍ଷାଗତ ଯୋଗ୍ୟତା +୨  ବିଜ୍ଞାନ । ୨୦୧୭ରେ ପୋକ୍ସୋ ମାମଲାରେ  ଗିରଫ ହୋଇ ରାଉରକେଲା ସ୍ୱତନ୍ତ୍ର  କାରାଗାରକୁ ଆସିଥିଲେ । ଦୋଷୀ ସାବ୍ୟସ୍ତ  ହୋଇ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ  ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୨ ତାରିଖରେ  ସେ କାରାଗାରରୁ ମୁକୁଳିବେ । ଡୋକରି  କହିଛନ୍ତି, ଯାହା ପାଠ ପଢ଼ିଛି ତାହା ମଧ୍ୟ  ଭୁଲିଯିବି ବୋଲି ଭାବୁଥିଲା । କିନ୍ତୁ କମ୍ପ୍ୟୁଟର  ତାଲିମ ନେବା ପରେ ଏବେ ବାହାରକୁ ଯାଇ  ନିଜ ଗୋଡ଼ରେ ଛିଡ଼ା ହୋଇପାରିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.