PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଅବକାରୀବିଭାଗ ପକ୍ଷରୁ ଚଢ଼ାଉ, ୩୨୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି,୮।୩: ମାଲକାନଗିରି ଜିଲ୍ଲା  ଅବକାରୀ ବିଭାଗ  ପକ୍ଷରୁ ଓର୍କେଲ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ଚାଲାଣ ପାଇଁ ରଖାଯାଇଥିବା  ତିନି କୁଇଣ୍ଟାଲ ୩୨୦କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣ ଙ୍କୁ ଗିରଫ କରାଯାଇଛି। ଓର୍କେଲ ଥାନା ସ୍ଥିତ ଧାଉଡ଼ାଗୁଡା ଗ୍ରାମର ଜଣେ ବ୍ୟକ୍ତି ବାହାର ରାଜ୍ୟକୁ  ଚୋରା ଚାଲାଣ ପାଇଁ ଘରେ ବହୁ ପରିମାଣର ଗଞ୍ଜେଇ ଗଛିତ ରଖିଥିଲେ। ଏନେଇ ବିଶ୍ୱସ୍ଥ ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିଥିଲା। 

ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି  ଅବକାରୀ ଇନିସ୍ପେକ୍ଟର ଉଦେ ଲାଲ ନାୟକଙ୍କ ନେତୃତ୍ୱରେ ମାଲକାନଗିରି ଅବକାରୀ ଥାନା ଅଧିକାରୀ ଗଦାଧର ମହାରଣା,ଓର୍କେଲ ଅବକାରୀ ଥାନା ଅଧିକାରୀ ରବୀନ୍ଦ୍ର ପ୍ରଧାନ, ଅବକାରୀ ଏ ଏସଆଇ ଅକ୍ଷୟ ଜେନା,ଦିନେଶ କୁମାର ପ୍ରମୁଖ ଅବକାରୀ  ବିଭାଗ କର୍ମଚାରୀ ମାନେ ଓର୍କେଲ ଥାନା ଧାଉଡ଼ାଗୁଡା ଗ୍ରାମ ର ରାମଚନ୍ଦ୍ର ହନ୍ତାଳଙ୍କ ଘରଉପରେ ଚଢ଼ାଉ କରିଥିଲେ। 

ଅବକାରୀ ଟିମ୍ ଘରେ ଯାଞ୍ଚ କରିବାରୁ ଘରଭିତରୁ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ବୋଝେଇ ହୋଇରହିଥିବାର ଦେଖିଥିଲେ।  ଘର ମାଲିକ ରାମଚନ୍ଦ୍ର ଖସିଯିବାକୁ ଚେଷ୍ଠାକରୁଥିବା ବେଳେ ଅବକରିବିଭାଗ କର୍ମଚାରୀ କାବୁକରି ଗିରଫ କରି ନେଇଥିଲା। ଜବତ ଗଞ୍ଜେଇକୁ ଓଜନ କରିବାରୁ ୩୨୦କେଜି ହୋଇଥିଲା। ଗଞ୍ଜେଇଗୁଡିକୁ ବେଆଇନ ଭାବେ ଗଛିତ ରଖିଥିବା ଅଭିଯୋଗରେ ରାମଚନ୍ଦ୍ର ହନ୍ତାଳକୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ , ଏହି ଗଞ୍ଜେଇ କାରବାରରେ ଆଉ କାହାର ସମ୍ପୃକ୍ତି ଅଛିକି ନାହିଁ ତାହାର ତଦନ୍ତ ଜାରି ରହିଛି ବୋଲି ଜିଲ୍ଲାଅବକାରୀ ସୁପ୍ରିଟେଣ୍ଡେଣ୍ଟ ବିମ୍ବାଧର ପଣ୍ଡା ସୂଚନା ଦେଇଛନ୍ତି।