ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କିଏ କ୍ଷେତରେ ତ ଆଉ କିଏ ଗଛମୂଳେ ଥିଲେ, ଗୋଟିଏ ଦିନରେ ବଜ୍ରପାତରେ ଚାଲିଗଲା ୩୮ ଜଣଙ୍କ ଜୀବନ

ପାଟନା: ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗୋଟିଏ ଦିନରେ ୩୮ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ଲଗାଣ ବର୍ଷା ଏବଂ ବଜ୍ରପାତ ଫଳରେ ରାଜ୍ୟରେ ସାଧରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ବଜ୍ରପାତରେ ପ୍ରତାପଗଡ଼ରେ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିଭଳି ସୁଲତାନପୁରରେ ୭, ଚନ୍ଦୌଲିରେ ୬, ମୈନପୁରରେ ୫, ପ୍ରୟାଗରାଜରେ ୪, ଅରରିଆ, ଦେଓରିଆ, ହାଇରସ୍‌ ଏବଂ ବାରଣାସୀରୁ ଜଣେ ଲେଖାଏଁ ଲୋକଙ୍କ ଜୀବନ ବଜ୍ରପାତରେ ଯାଇଛି । 

ଏହି ସବୁ ଜିଲ୍ଲାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ପ୍ରତାପଗଡ଼ର ବିଭିନ୍ନ ସ୍ଥାନରୁ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଉତ୍ତର ପ୍ରଦେଶର ଚନ୍ଦୌଲିରେ ଅନେକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାରେ ବୁଧବାର ଅପରାହ୍ଣରେ ପ୍ରବଳ ବର୍ଷା ହୋଇଛି । କ୍ଷେତରେ କାମ କରୁଥିବା ବେଳେ ଅଧିକାଂଶ ଲୋକ ବଜ୍ରପାତରେ ଶିକାର ହୋଇଛନ୍ତି ।

ସୁଲତାନପୁରରେ ମୃତ୍ୟୁବରଣ କରିଥିବା ୭ ଜଣଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ବୁଧବାର ପ୍ରବଳ ବର୍ଷାରେ ଜଣେ ମହିଳା ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ତାଙ୍କର ଅକାଳରେ ଜୀବନ ଯାଇଛି । ଅରରିଆରେ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ଜଣେ ୧୪ ବର୍ଷର ବାଳକର ବଜ୍ରପାତରେ ଜୀବନ ଯାଇଛି । ସେପଟେ ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଉତ୍ତର ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଆହୁରି ୫ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.