ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ହାତୀଦାନ୍ତ ସହ ୪ଗିରଫ, ବ୍ୟବହୃତ ଗାଡ଼ି ଜବତ

ଠାକୁରମୁଣ୍ଡା,୧୯/୧୧ : ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ l ମାତିଛନ୍ତି ଶିକାରୀ l ବନ ବିଭାଗ ଓ ପୋଲିସର ମିଳିତ ପ୍ରଚେଷ୍ଟାରେ ବନ୍ଧୁକ ଜବତ, ସମର୍ପଣ ସତ୍ତ୍ୱେ ଅପରାଧ ନିୟନ୍ତ୍ରଣ ହେଉ ନ ଥିବା ପରିବେଶପ୍ରେମୀଙ୍କୁ ବିଚଳିତ କରିଛି । ଠାକୁରମୁଣ୍ଡା ବନାଞ୍ଚଳରେ ରବିବାର ସକାଳେ ହାତୀଦାନ୍ତ ସହ ଶିକାରୀ ଗିରଫ ହେବା ଏହାକୁ ପ୍ରମାଣିତ କରୁଛି l ଠାକୁରମୁଣ୍ଡା ବ୍ଲକ ଚମ୍ପାଝରଠାରେ ବନ ବିଭାଗ କର୍ମଚାରୀ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହାତୀଦାନ୍ତ ଜବତ କରିଛି  l ତେବେ ଅନ୍ୟ ୨ଅଭିଯୁକ୍ତ ଖସି ଯାଇଛନ୍ତି l

ପ୍ରକାଶ ଯେ, ପୋଡ଼ାଡିହା ଅଞ୍ଚଳରୁ ହାତୀଦାନ୍ତ ବିକ୍ରି ପାଇଁ ଆସୁଥିବା ଖବର ବନ ବିଭାଗକୁ ମିଳିଥିଲା l ତେଣୁ ଚମ୍ପାଝର ନିକଟରେ ବନ ବିଭାଗ କର୍ମଚାରୀ ଜଗି ରହିଥିଲେ l ସକାଳ ୯ଟା ବେଳେ ୬ଜଣ ଶିକାରୀ ୩ଟି ମୋଟର ସାଇକେଲ ଯୋଗେ ଆସୁଥିବାବେଳେ ଚମ୍ପାଝରଠାରେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ l ୨ଅଭିଯୁକ୍ତ ଖସି ଯାଇଥିବାବେଳେ ୪ଜଣଙ୍କୁ ଗିରଫ କରି ଠାକୁରମୁଣ୍ଡା ରେଞ୍ଜ ଅଫିସକୁ ଅଣାଯାଇଥିଲା l ଅନ୍ୟ ୨ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଥିବା ଏସିଏଫ ମଦନ ମୋହନ ମହାନ୍ତ ସୂଚନା ଦେଇଛନ୍ତି l ଧରା ପଡ଼ିଥିବା ଆସାମୀମାନଙ୍କ ମଧ୍ୟରେ କପ୍ତିପଦା ଥାନା ପୋଡ଼ାଡିହା ଅଞ୍ଚଳ ହୁଡ଼ିସାହି ଗ୍ରାମର ନିତ୍ୟାନନ୍ଦ ସିଂ(୨୪), ଚାମୁରୁ ସିଂ (୨୩), କୁଲଡ଼ିହି ଗ୍ରାମର ଲାଛୁ ସିଂ(୩୦) ଏବଂ ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଡ଼ଙ୍ଗାଡିହା ଗ୍ରାମର ରାଜୁ ବାଙ୍କିରା (୨୭) ରହିଛନ୍ତି l

 

Copyright © 2022 - Summa Real Media Private Limited. All Rights Reserved.