ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ସେୟାର ବଜାରରେ ବଢୁଛି ନିବେଶ: ବର୍ଷକରେ ୪କୋଟି ନୂଆ ନିବେଶକ, ବିହାର,ଏମ୍‌ପି, ୟୁପିରୁ ଅଧିକ

Published By : Prameya | April 29, 2024 12:31 PM

ନୂଆଦିଲ୍ଲୀ,୨୯/୦୪: ପୁଞ୍ଜି ବଜାର ନିବେଶକଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଲୋକଙ୍କ ମଧ୍ୟରେ ନିବେଶ ଟ୍ରେଣ୍ଡ୍‌ ବଢୁଛି । ସେୟାର ବଜାରକୁ ତ୍ୱରାନ୍ୱିତ କରିବାରେ ତଥା ବଜାରରେ ସ୍ଥାୟିତ୍ୱ ଆଣିବାରେ ରିଟେଲ ନିବେଶକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେବେ ଏମାନଙ୍କ ସଂଖ୍ୟା ବର୍ଷକରେ ୪.୦୩ କୋଟି ବା ୩୧.୨୩% ବୃଦ୍ଧି ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ଛୋଟ ସହରଗୁଡ଼ିକରେ ଲୋକେ ପୁଞ୍ଜି ବଜାରରେ ବଡ଼ ଆକାରରେ ନିବେଶ କରୁଥିବା ରିପୋର୍ଟରୁ ଜଣାପଡ଼ିଛି । ଉପରୋକ୍ତ ୪ କୋଟି ନୂଆ ନିବେଶକଙ୍କ ମଧ୍ୟରୁ ୧.୨୮ କୋଟି(୩୨.୧୬%) ନୂଆ ନିବେଶକ ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରୁ ଯୋଡ଼ି ହୋଇଛନ୍ତି । ଏଗୁଡ଼ିକ ହେଉଛି ଉକ୍ତ ରାଜ୍ୟ, ଯେଉଁମାନଙ୍କୁ  ଆର୍ଥିକ ଦୃଷ୍ଟିରୁ ପଛୁଆ ଭାବେ ଗଣନା କରାଯାଇ ‘ରୁଗ୍‌ଣ’ ଶ୍ରେଣୀଭୁକ୍ତ କରାଯାଇଛି । 

ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଉପରୋକ୍ତ ରାଜ୍ୟଗୁଡ଼ିକ ତୁଳନାରେ ସମୃଦ୍ଧ ମାନ୍ୟତା ହାସଲ କରିଥିବା ରାଜ୍ୟ ଯେପରି ତାମିଲନାଡୁ, କର୍ଣ୍ଣାଟକ, କେରଳ ଏବଂ ତେଲଙ୍ଗାନାରେ କେବଳ ୫୨.୧୦ ଲକ୍ଷ(୧୨.୯୨%) ରିଟେଲ ନିବେଶକ ବଢ଼ିଛନ୍ତି । ଉତ୍ତର ପ୍ରଦେଶରେ ଏବେ ମୋଟ ନିବେଶକଙ୍କ ସଂଖ୍ୟା ବଢ଼ି ୧.୮୧ କୋଟି ହୋଇଛି । ସେହିଭଳି ଏହା ଗୁଜରାଟକୁ ପଛରେ ପକାଇ ମହାରାଷ୍ଟ୍ର ପରେ ଦେଶର ଦ୍ୱିତୀୟ ବୃହତ୍‌ ସେୟାର ବଜାର ନିବେଶକବହୁଳ ରାଜ୍ୟ ପାଲଟିଛି  । ମହାରାଷ୍ଟ୍ରରେ ମୋଟ ୩.୧୯ କୋଟି ନିବେଶକ ଅଛନ୍ତି । ସେହିଭଳି ଗୁଜରାଟରେ ସେୟାର ବଜାର ନିବେଶକଙ୍କ ସଂଖ୍ୟା ୧.୬୦ କୋଟି ରହିଛି । 

ଦେଶର ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ କେରଳରେ ଗତ ବର୍ଷକରେ ମାତ୍ର ୭.୦୮ ଲକ୍ଷ ନିବେଶକ ବଢ଼ିଛନ୍ତି । ସେହିଭଳି କର୍ଣ୍ଣାଟକରେ ଗତ ବର୍ଷକରେ ୧୯.୦୨ ଲକ୍ଷ ନୂଆ ନିବେଶକ ସେୟାର ବଜାରରେ ଯୋଡ଼ି ହୋଇଛନ୍ତି । ମହାରାଷ୍ଟ୍ରରେ ଏ ସଂଖ୍ୟା ୬୨.୬୪ ଲକ୍ଷ ରହିଛି । 

୩ ବର୍ଷରେ ଡିମାଟ୍‌ ଆକାଉଣ୍ଟ ସଂଖ୍ୟା ୩ ଗୁଣାରୁ ଅଧିକ ହୋଇଯାଇଛି । ୨୦୨୧ରେ ଏହା ୫.୪ କୋଟି ଥିବାବେଳେ ଏବେ ୧୬.୯୬ କୋଟିକୁ ବୃଦ୍ଧି ପାଇଛି । ମେହେଟ୍ଟା ଇକ୍ୱିଟିଜ୍‌ର ନିର୍ଦ୍ଦେଶକ ପ୍ରଶାନ୍ତ ବଂଶାଳୀ କହିଛନ୍ତି ଯେ, ଆଗାମୀ ୧୨ ମାସରେ ଏହା ୨୦ କୋଟିକୁ ବଢ଼ିପାରେ ।

ଗତ ବର୍ଷକରେ ସେନ୍‌ସେକ୍ସରେ ୨୦% ବୃଦ୍ଧି ଘଟିଛି । ୨୦୨୩ ଏପ୍ରିଲ ୨୮ରେ ଏହା ୬୧,୧୧୨ ପଏଣ୍ଟରେ ଥିଲା, ଯାହା ଏବେ ୭୩,୭୩୦ ପଏଣ୍ଟରେ ପହଞ୍ଚିଛି । ବିଶେଷଜ୍ଞଙ୍କ ଅନୁସାରେ, ଆଗାମୀ ଦିନରେ ଏଥିରେ ବୃଦ୍ଧି ଧାରା ଜାରି ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.