PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ସର୍ଭର ଡାଟା ସ୍ଥାନାନ୍ତରଣ; ଆଜିଠୁ ୧୬ ଯାଏ ‘ମୋ ବସ୍‌’ରେ ମାନୁଆଲ ଟିକେଟ

ଭୁବନେଶ୍ୱର,୧୧ ।୬(ବ୍ୟୁରୋ): ଆଜିଠାରୁ ଆସନ୍ତା ୧୬ ତାରିଖ ଯାଏ ‘ମୋ ବସ୍‌’ରେ ମାନୁଆଲ ବସ୍‌ ଟିକେଟ ମିଳିବ । ପୂର୍ବରୁ ଟିକେଟ ବୁକିଂ ପାଇଁ ପ୍ରଚଳିତ ମୋ ପାସ୍‌ ବ୍ୟବସ୍ଥା ମଧ୍ୟ ମିଳିବନି । ସର୍ଭର ଡାଟା ସ୍ଥାନାନ୍ତରଣ ପାଇଁ ଅସ୍ଥାୟୀ ଭାବେ ଏହି ସେବା ପ୍ରଭାବିତ ହେବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି) ପକ୍ଷରୁ କୁହାଯାଇଛି ।

କ୍ଲାଉଡ୍‌ ସର୍ଭରରେ ଥିବା ସିଆରୟୁଟି ସମସ୍ତ ଡାଟାକୁ ଭୁବନେଶ୍ୱର ଅପରେସନ ସେଣ୍ଟର(ବିଓସି)କୁ ସ୍ଥାନାନ୍ତରଣ ପ୍ରକ୍ରିୟା କାମ ଚାଲିଛି । ଏହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୫ ଦିନ ଲାଗିଯିବ । ଏଥିପାଇଁ ମୋ ବସ୍‌ରେ ମିଳୁଥିବା ମୋ ପାସ୍‌ ସୁବିଧା ବାଧାପ୍ରାପ୍ତ ହେବ । ଏହି ଟିକେଟ ଅନଲାଇନ ମାଧ୍ୟମରେ ହେଉଥିବାରୁ ସର୍ଭର ଡାଟା ସ୍ଥାନାନ୍ତରଣ ସମୟରେ ଏହା ଉପଲବ୍ଧ ହେବନି । ଏଣୁ ଏହି ସମୟରେ ‘ମୋ ପାସ୍‌’କୁ ମାନୁଆଲ ଟିକେଟ ଆକାରରେ ଦେବାକୁ ନିଷ୍ପତ୍ତି ହୋଇଛି । ଏଥିସହ ଯେଉଁ ପାସ୍‌ର ଅବଧି ଏହି ସମୟ ଭିତରେ ସରୁଛି ତାକୁ ୧୬ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ତେବେ ସର୍ଭର ଡାଟା ସ୍ଥାନାନ୍ତରଣ ସମୟରେ ‘ମୋ ସାଇକେଲ’ ସେବା ପ୍ରଭାବିତ ହେବନି । ପୂର୍ବଭଳି ଏହା ଜାରି ରହିବ । ସେହିପରି ମୋ ବସ୍‌ରେ ଇଲେକ୍ଟ୍ରିକ୍‌ ଟିକେଟିଂ ମେସିନରେ ଟିକେଟ ଦେବା ବି ଜାରି ରହିବ ।