ନକଲି ବନ୍ଧୁକ, ଅସଲି ଲୁଟେରା: ଡକାୟତି ଯୋଜନା ବେଳେ ଧରାପଡିଲେ ୪ ଲୁଟେରା

ଭୁବନେଶ୍ୱର,୨୫ ।୩(ବ୍ୟୁରୋ): ନକଲି ବନ୍ଧୁକ ଦେଖାଇ ଓ ଆଖିରେ ଲଙ୍କା ଗୁଣ୍ଡ ପକାଇ ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ୪ କୁଖ୍ୟାତ ଲୁଟେରାଙ୍କୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି । ସେମାନେ
ହେଲେ ବଡ଼ଗଡ଼ ମଇଁଷାଖାଲ ବସ୍ତିର ସୀମାଞ୍ଚଳ ଗୌଡ଼(୨୨), ଲକ୍ଷ୍ମୀସାଗର ଲେଙ୍କାସାହିର ଅବିନାଶ ଲେଙ୍କା(୨୧), ନାଗେଶ୍ୱର ଟାଙ୍ଗୀ ଭୋଇସାହିର ମାନସ ନାୟକ(୨୧) ଓ ବଡ଼ଗଡ଼ ଅଧେଇଖାଲ ବସ୍ତରି ସନ୍ତୋଷ ପ୍ରଧାନ(୨୨) । ଗିରଫ ଲୁଟେରାଙ୍କ ଠାରୁ ଖେଳନା ବନ୍ଧୁକ ସହ ମାରଣାସ୍ତ୍ର, ଲଙ୍କା ପାଉଡ଼ର ଓ ୨ଟି ବାଇକ୍ ଜବତ ହୋଇଛି । ତେବେ ଏହି ଗ୍ୟାଙ୍ଗ୍ର ଅନ୍ୟ ୨ ସହଯୋଗୀ ଖସିଯିବାରେ ସକ୍ଷମ ହୋଇଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ବଡ଼ଗଡ଼ ଚିଲି ପୋଖରୀ ନିକଟରେ ରବିବାର ରାତିରେ କିଛି ଅପରାଧୀ ଡକାୟତି ଯୋଜନା କରୁଥିବା ବଡ଼ଗଡ଼ ଥାନା ପୁଲିସ ଖବର ପାଇ ଚଢ଼ଉ କରିଥିଲା । ପୁଲିସ ୪ ଜଣଙ୍କୁ କାବୁ କରିଥିବା ବେଳେ ପୁଲିସକୁ ଚକ୍ମା ଦେଇ ଅନ୍ୟ ୨ ଜଣ ଖସି ପଳାଇଥିଲେ । ପୁଲିସ ୪ ଜଣଙ୍କ ଠାରୁ ଗୋଟିଏ ଖେଳନା ବନ୍ଧୁକ, ୨ଟି କଟୁରି, ଛୁରି, ୪ ପ୍ୟାକେଟ୍ ଲଙ୍କା ପାଉଡ଼ର, ପେଚକସ୍ ଓ ୨ଟି ବାଇକ୍ ଜବତ କରିଥିଲା ।
ଧରା ପଡ଼ିଥିବା ଲୁଟେରାଙ୍କ ନାମରେ ବଡ଼ଗଡ଼, ଲକ୍ଷ୍ମୀସାଗର, ଶ୍ରୀଲିଙ୍ଗରାଜ ଓ ରାଜଧାନୀର ଅନ୍ୟାନ୍ୟ ଥାନାରେ ୨୦ରୁ ଅଧକି ସଂଗୀନ ମାମଲା ଥିବା ପୁଲିସ ସୂଚନା ଦେଇଛି । ଆଜି ଗିରଫ ୪ ଲୁଟେରାଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ଖସି ଯାଇଥିବା ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ବଡଗ଼ଡ ଥାନା ପୁଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି । ମର୍ଣ୍ଣିଂୱାକ୍ କରୁଥିବା ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ ଧରା ପଡ଼ିଥିବା ଲୁଟେରା ଗ୍ୟାଙ୍ଗ୍ ବିଶେଷକରି ମର୍ଣ୍ଣିଂୱାକ୍ କରୁଥବିା ମହଳିାଙ୍କୁ ଟାର୍ଗେଟ୍ କରି ଲୁଟ୍ପାଟ କରୁଥିଲେ । ନକଲି ବନ୍ଧୁକରେ ଭୟଭୀତ କରୁଥିଲେ । ଆବଶ୍ୟକ ପଡ଼ିଲେ ଆଖିରେ ଲଙ୍କାଗୁଣ୍ଡ ପକାଇ ଦେଉଥିଲେ । ବଡ଼ଗଡ଼ ଥାନା, ଶ୍ରୀଲିଙ୍ଗରାଜ ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏହି ଲୁଟେରା ଗ୍ୟାଙ୍ଗ୍ ଆତଙ୍କ ଖେଳାଇଥିଲେ । ସେହିପରି ଏହି ଗ୍ୟାଙ୍ଗ୍ ଭୁବନେଶ୍ୱରପୁରୀ ଜାତୀୟ ରାଜପଥରେ ବଳିମ୍ବତି ରାତେିର ଲୁଟ୍ପାଟ କରି ଆତଙ୍କ ଖେଳାଇଥିଲେ । ଘରେ ପଶି ଡକାୟତି କରିବାରେ ମଧ୍ୟ ଏହି ଗ୍ୟାଙ୍ଗ୍ ଧୁରନ୍ଧର । ଆବଶ୍ୟକ ପଡ଼ିଲେ ଏହି ଗ୍ୟାଙ୍ଗ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବ ବୋଲି ପୁଲିସ କମିଶନର ଡ. ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।