PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲ ଶେଷ, ଲୋକସଭାରେ ୬୧, ବିଧାନସଭାରେ ୩୮୪ ପ୍ରାର୍ଥୀ

source:www.cityofenderby.com

ଭୁବନେଶ୍ୱର,୯ା୪(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ତଥା ଓଡିଶାର ଶେଷ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ସରିଛି । ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୮୪ ଜଣ ଓ ୬ଟି ଲୋକସଭା ପାଇଁ ମୋଟ ୬୧ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ସୋମବାର ଶେଷ ଦିନରେ ୧୭୭ ଜଣ ପ୍ରାର୍ଥୀ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଲୋକସଭା ପାଇଁ ୨୯ ଜଣ ନାମାଙ୍କନ ଭରିଛନ୍ତି । ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୧୨ ସୁଦ୍ଧା ଅନିଛୁକ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ଏହି ପର୍ଯ୍ୟାୟର ଭୋଟିଂ ଏପ୍ରିଲ ୨୯ରେ ହେବ ।

ଚଳିତ ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସିଇଓଙ୍କ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାର ୮୬୬୦ ଜଣଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁସାରେ ୪୭ ହଜାର ୫୩୨ ଜଣଙ୍କୁ ଅଟକ ରଖାଯାଇଛି । ୫୦୪୪ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୧୪ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ନିଶା କାରବାର ରୋକିବାକୁ ଅବକାରୀ ବିଭାଗ ଓ ପୁଲିସ ମିଳିତ ଚଢ଼ଉ ଚଳାଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ୧୨ ହଜାର ୫୧୯.୯୪୫ ବଲ୍କ ଲିଟର ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୩୧ ଲକ୍ଷ ୯୧ ହଜାର ୨୬୫ ଟଙ୍କା ହେବ । ବେଆଇନ୍‌ ଟଙ୍କା କାରବାର ରୋକିବାକୁ ଫ୍ଲାଇଂ ସ୍କ୍ୱାଡ୍‌ ଧରପଗଡ଼ ଜାରି ରଖିଛି । ଆଜି ସୁଦ୍ଧା ଫ୍ଲାଇଂ ସ୍କ୍ୱାଡ୍‌ ୨ କୋଟି ୩୧ ଲକ୍ଷ ୧୯ହଜାର ୪୦୦ ଟଙ୍କା ଜବତ କରିସାରିଛି । ଆଦର୍ଶ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ସର୍ବସାଧାରଣ ସ୍ଥାନରୁ ୩୪ ଲକ୍ଷ ୪୧ ହଜାର ୭୮୮ଟି ହୋର୍ଡିଂ ଓ ପୋଷ୍ଟର ହଟାଯାଇଛି । ବ୍ୟକ୍ତିଗତ ମାଲିକାନାରେ ଥିବା ୨ ଲକ୍ଷ ୯୦ ହଜାର ୩୨୯ଟି ସ୍ଥାନରୁ ବେଆଇନ୍‌ ହୋର୍ଡିଂକୁ ମଧ୍ୟ କଢ଼ାଯାଇଛି । ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌ (ଫୋନ୍‌ ନଂ- ୦୬୭୪-୨୩୯୫୦୧୫)ରେ ବର୍ତ୍ତମାନ ସୁଦ୍ଧା ୬୬୯ଟି ନିର୍ବାଚନ ସମ୍ପର୍କୀତ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।