ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏଟିଏମ ଲୁଟ ଘଟଣା : ୫ ଅନ୍ତଃରାଜ୍ୟ ଲୁଟେରା ଗିରଫ

ନବରଙ୍ଗପୁର, ୧।୨  ନବରଙ୍ଗପୁର ଜିଲ୍ଲା ଏସବିଆଇ ଏଟିଏମ ଲୁଟ ଘଟଣାର ୪ଘଣ୍ଟା ଭିତରେ ୫ଜଣ ଅନ୍ତଃରାଜ୍ୟ ଏଟିଏମ ଲୁଟେରାଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ଏନେଇ ନବରଙ୍ଗପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସପି ରୋହିତ ବର୍ମା  ସୂଚନା ଦେଇଛନ୍ତି ।

ହାଇଦ୍ରାବାଦ ସ୍ଥିତ ଏସବିଆଇ ହେଡକ୍ୱାଟରରୁ ବୁଧବାର ରାତ୍ରି ୩ଟାରେ  ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମ ରୁ ଡକାୟତି ହୋଇଥିବା ନେଇ ଫୋନ ଆସିଥିଲା।   ତୁରନ୍ତ ଏସପିଙ୍କ ନିର୍ଦେଶ କ୍ରମେ   ସାରା ଜିଲ୍ଲା କୁ ନାକାବନ୍ଦୀ କରାଯାଇ ପିଛା କରାଯାଇଥିଲା l ଲୁଟେରା ମାନେ ଲୁଟ୍ ସ୍ଥାନ ରୁ ତିରିଶି କିଲୋମିଟର ଦୂର ଡାବୁଗାଁ ନିକଟ ଜଙ୍ଗଲ ରେ ଧଳା ରଙ୍ଗର ଟାଟା ନେକ୍ସନ ଗାଡ଼ି ଛାଡ଼ି ଲୁଚି ଯାଇଥିଲେ l ପରେ ପୋଲିସ୍ ଜଙ୍ଗଲକୁ ନାକାବନ୍ଦୀ କରି ତଲାସି କରିଥିଲା। ୪ ଘଣ୍ଟା ଭିତରେ ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା l ପାଞ୍ଚ ଜଣ ମଧ୍ୟରୁ ୪ଜଣ ହରିୟାଣା ରାଜ୍ୟ ନୁହ ଜିଲ୍ଲାର ସକିଲ ଖାନ , ଫୌଜଲ ଖାନ ଓ ଶହରୁଖ ଖାନ ଓ ଜହୁଲ ଖାନ ହୋଇଥିବା ବେଳେ ଜଣେ ଛତିଶଗଡ ରାଜ୍ୟ ଛପରା ଜିଲ୍ଲା ର ନିଖିଲ କୁମାର ବୋଲି ଏସପି ସୂଚନା ଦେଇଛନ୍ତି l

 ଅନ୍ୟପଟେ   ପୂର୍ବରୁ ନିଖିଲ କୁମାର  ଓ ଫୌଜଲ ଖାନ ୨୦୨୩ ଫେବୃଆରୀରେ  କୋରାପୁଟ ଜିଲ୍ଲା ପାଡୁଆ ଏଟିଏମ  ଲୁଟ କେଶ ରେ କୋର୍ଟ ଚାଲାଣ ହୋଇଥିବା ଏସପି ସୂଚନା ଦେଇଛନ୍ତି l ଏମାନେ ବିଶେଷ କରି ପୁରୁଣା ଏଟିଏମ କୁ ହିଁ ଲୁଟ କରିବା   ପାଇଁ ଟାର୍ଗେଟ କରୁଥିବା ଏସପି କହିଛନ୍ତି l ବୁଧବାର ଏଟିଏମ ଲୁଟ ଘଟଣା ରେ ଅଭିଯୁକ୍ତ ସକିଲ ଖାନ , ଫେଜଲ ଖାନ ଓ ଶାହରୁଖ  ଖାନ ଏଟିଏମ ଭିତରକୁ ପ୍ରବେଶ କରିଥିବା ବେଳେ ଜୁହଲ ଖାନ କାର ଡ୍ରାଇଭର ଭାବେ ଏବଂ ନିଖିଲ କୁମାର ପୋଲିସ ପେଟ୍ରୋଲିଂ ଗାଡି ର  ଗତିବିଧି ଉପରେ ନଜର ରଖିଥିଲେ l ଗ୍ୟାସ କଟର ରେ ଏଟିଏମ କୁ କାଟି ସେଥିରେ ଟଙ୍କା ନେଇଯାଇଥିଲେ l ସେଥିରେ ୧୯ ଲକ୍ଷ ୫୦ ହଜାର ୧୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା ଜବତ କରାଯିବା ସହ କିଛି ପୋଡା ଟଙ୍କା ମଧ୍ୟ ଜବତ କରାଯାଇଛି l ସେମାନଙ୍କ ନିକଟରୁ ପୋଲିସ ନକଲି ନମ୍ବର ପ୍ଲେଟ ଲାଗିଥିବା ଧଳା ରଙ୍ଗର ଟାଟା ନେକ୍ସନ କାର ,  ୪ ଟି ମୋବାଇଲ ଫୋନ ସହ ଗୋଟିଏ ଦେଶୀ ବନ୍ଧୁକ  ଜବତ କରିଛି l

ଆହୁରି ପଢନ୍ତୁ : ବିକଶିତ ଭାରତ ବଜେଟରୁ ଓଡ଼ିଶା ସିଂହ ଭାଗ ଲାଭ ପାଇବ : ଧର୍ମେନ୍ଦ୍ର ପ୍ରଧାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.