​​​​​​​ଜଟଣୀ,୧୪।୧ :  ବଡ ଧରଣର ଡକାୟତିକୁ ଭଣ୍ଡ କଲା ଜଟଣୀ ପୋଲିସ l ଜଟଣୀ ଅନ୍ତର୍ଗତ ମାଣିଆ ଛକ ନିକଟରେ   କିଛି ଯୁବକ ଡକାୟତି ପାଇଁ ଯୋଜନା କରୁଥିବା  ବେଳେ ପୁଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଖଣ୍ଡା, ଛୁରୀ ସହ ଲଙ୍କା ଗୁଣ ପୁଲିସ ଜବତ କରିଛି।

ମଙ୍ଗଳବାର ରାତିରେ ଜଟଣୀ ଅନ୍ତର୍ଗତ ମାଣିଆ ଛକ ନିକଟରେ କିଛି ଯୁବକ ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଜଟଣୀ ଆଇ. ଆଇ. ସି. ଷ୍ଟାଲିନ ବିଶ୍ୱାଳ ବିଶେଷ ସୂତ୍ରରୁ ଖବର ପାଇଥିଲେ  l ଆଇ. ଆଇ. ସି. ନିର୍ଦେଶ କ୍ରମେ ASI ଆକାଶ କୁମାର ବେହେରା ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଜଟଣୀ ଥାନା ଅନ୍ତର୍ଗତ ମାଣିଆ ଛକ ନିକଟରେ ଥିବା ଶିବ ମନ୍ଦିର ଉପରେ ପୁରା ପ୍ରସ୍ତୁତ ସହିତ ଚଢାଉ କରିଥିଲା l ପୋଲିସକୁ ଦେଖି ୫ ଜଣ ଡକାୟତ ଘଟଣା ସ୍ଥଳରୁ ଦୌଡି ପଳେଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ହାତରେ  ୫ ଜଣ ଧରାପଡିଥିଲେ l ଡକାୟତଙ୍କ ପାଖରୁ ଦୁଇଟି ବଡ ଖଣ୍ଡା, ଗୋଟେ ଧାରୁଆ ଛୁରୀ, ଲଙ୍କା ଗୁଣ୍ଡ ସହ ଦୁଇଟି ବଡ ମଦ ବୋତଲ ଜବତ କରିଥିଲା ପୋଲିସ l  ଗିରଫ ୫ ଜଣ ହେଲେ  ଖୁଦୁପୁର ଅଂଚଳର ଜିତେନ୍ଦ୍ର ରାଉତରାୟ,ରଥିପୁର ଅଂଚଳର ଅନ୍ସର ସାହା, ଗଜପତି ନଗର ଅଂଚଳର ସୁଜିତ କୁମାର ବିଶ୍ୱାଳ, ମାଛ ମାର୍କେଟ ଅଂଚଳର ଶ୍ୟାମସୁନ୍ଦର ବେହେରା, ଓ ଲୋକୋ କଲୋନୀ ଅଂଚଳର ମନୋଜ କୁମାର ନାୟକ। ସେମାନଙ୍କ ଭିତରୁ ଅନ୍ସର ନାମ ରେ ଡକାୟତ, ଚୋରି, ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଆଇନ ରେ ୧୦ ଟି ମାମଲା ଥିବାବେଳେ,ସେଇଭଳି ଜିତେନ୍ଦ୍ର ରାଉତରାୟ ନାରେ ୩ ଟି ଓ ସୁଜିତ ବିଶ୍ୱାଳ ନା ରେ ୨ ଟି ମାମଲା ଥିବା ପୋଲିସ କହିଛି l