ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ଏ.ଆର ରହମାନଙ୍କ ଛାଡପତ୍ର ଖବର ଏବେ ସାମ୍ନାକୁ ଆସିଛି, ୫୭ ବର୍ଷିୟ ଗାୟକ ଏ.ଆର.ରହମାନ୍ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହେଉଛନ୍ତି । ସାଇରାଙ୍କ ଓକିଲ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ଓକିଲ ବନ୍ଦନା ଶାହା ଏକ ସରକାରୀ ବିବୃତ୍ତି ଜାରି କରି ଏ.ଆର୍ ରେହମାନ-ସାଇରାଙ୍କ ଛାଡପତ୍ର ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨୯ ବର୍ଷ ପରେ କଣ ଏଭଳି ଯାହା ଦ୍ବାରା ଦମ୍ପତ୍ତି ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନାଥାଉକି ଯେ, ଆର୍ ରହମାନଙ୍କର ତିନୋଟି ସନ୍ତାନ ଅଛନ୍ତି ।
ସାଇରା ବାନୁ ଆର୍ ରହମାନଙ୍କ ଠାରୁ ଛାଡପତ୍ର ବିଷୟରେ କହିଛନ୍ତି । ତାଙ୍କ ଓକିଲ ବନ୍ଦନା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ବିବାହର ବହୁ ବର୍ଷ ପରେ ସାଇରା ବାନୁଙ୍କ ପାଇଁ ସେ ତାଙ୍କ ସ୍ୱାମୀ ଆର୍ ରହମାନଙ୍କଠାରୁ ଅଲଗା ହେବା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି। ତେବେ ଆର୍ ରହମାନଙ୍କ ଛାଡପତ୍ରର କାରଣ ସ୍ପଷ୍ଟ ଭାବେ ସେ ଉଲ୍ଲେଖ କରିନାହାଁନ୍ତି। ଏହା କେବଳ ସୂଚିତ କରାଯାଇଛି ଯେ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ଚାଲିଛି । ଏହାକୁ ସମାଧାନ କରିବା ପାଇଁ ଦୁହେଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଏହାର ସମାଧାନ ହୋଇନଥିବା ପରି ମନେ ହେଉଥିଲା, ତେଣୁ ବିବାହର ୨୯ ବର୍ଷ ପରେ ଆର୍ ରହମାନ ଏବଂ ତାଙ୍କ ପତ୍ନୀ ସାଇରା ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।
୧୯୯୫ରେ ଏଆର୍ ରହମାନ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି। ଖତିଜା, ରହୀମା ଏବଂ ଆମିନ । ବଡ ଝିଅ ଖତିଜା ମେ ୨୦୨୨ରେ ରିୟାସଦ୍ଦିନ ଶେଖ ମହମ୍ମଦଙ୍କୁ ବିବାହ କରିଥିଲେ। ଏହି ରିସେପ୍ସନରେ ମନୀଷା କୋଇରାଲାଙ୍କ ସମେତ ଅନେକ ସେଲିବ୍ରେଟଙ୍କୁ ଦେଖିବାକୁ ମିଳିଥିଲା।
ଏଆର୍ ରହମାନ ଜଣେ ବିଶ୍ୱ ପ୍ରସିଦ୍ଧ ତଥା ପୁରସ୍କାର ପ୍ରାପ୍ତ ଗାୟକ ହୋଇଥିବାବେଳେ ସାଇରା ଜଣେ ବ୍ୟବସାୟୀ ପରିବାରରୁ ଆସିଛନ୍ତି । ସାଇରାଙ୍କର ମଧ୍ୟ ଦୁଇ ଭଉଣୀ ଅଛନ୍ତି । ସାଇରାଙ୍କ ସାବତ ଭଉଣୀ ମେହେର ଦକ୍ଷିଣର ପ୍ରସିଦ୍ଧ ଅଭିନେତା ରସିନ୍ ରେହମାନଙ୍କୁ ବିବାହ କରିଛନ୍ତି।