ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଆଜମେର ସେକ୍ସ ସ୍କାଣ୍ଡାଲ ମାମଲା: ୩୨ ବର୍ଷ ପୂର୍ବେ ଶହେ ଛାତ୍ରୀଙ୍କ ସହ ହୋଇଥିଲା ଗଣ ଦୁଷ୍କର୍ମ

ଆଜମେର, ୨୧।୮: ଦେଶର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ ଭାବେ ଜଣା ରାଜସ୍ଥାନ ଆଜମେର ଘଟଣାରେ ୬ ଦୋଷୀଙ୍କୁ ଜିଲ୍ଲା ଅଦାଲତ ମଙ୍ଗଳବାର ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲଗାଯାଇଛି । ଆଜୀବନ ଜେଲଦଣ୍ଡ ପାଇଥିବା ଦୋଷୀମାନେ ହେଲେ ନଫିସ୍‌ ଚିସ୍ତି(୫୪), ନସୀମ ଓରଫ୍‌ ତାର୍ଜନ(୫୫), ସଲିମ ଚିସ୍ତି (୫୫), ଇକବାଲ୍‌ ଭାଟି(୫୨), ସୋହିଲ ଗନି (୫୩) ଏବଂ ସୟଦ ଜମିର ହୁସେନ(୬୦) । ଦଣ୍ଡାଦେଶ ବେଳେ ସଭିଏ କୋର୍ଟରେ ଉପସ୍ଥିତ ଥିଲେ । ଘଟଣାବେଳେ ସଭିଁଙ୍କ ବୟସ ୨୦ରୁ ୨୮ ବର୍ଷ ରହିଥିଲା । ଏହି ମାମଲାରେ ୧୮ ଜଣ ଦୋଷୀ ଥିବାବେଳେ ୯ ଜଣଙ୍କୁ ପୂର୍ବରୁ ଦଣ୍ଡାଦେଶ ହୋଇସାରିଛି । ଆଉ ଜଣେ ଦୋଷୀ ଅନ୍ୟ ଏକ ମାମଲାରେ ଜେଲରେ ବନ୍ଦୀ ରହିଛି । ଜଣେ ସୁଇସାଇଡ୍‌ କରିଥିବାବେଳେ ଅନ୍ୟ ଜଣେ ଅଦ୍ୟାବଧି ଫେରାର ଅଛି । ୧୯୯୨ରେ ଶହେରୁ ଊଦ୍ଧ୍ୱର୍ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯିବା ସହ ସେମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରାଯାଇଥିଲା । 

ଏପରିକି ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ବାହାର କରାଯାଇ ତାହାକୁ ସର୍କୁଲେଟ କରାଯାଇଥିଲା । ଏହାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା । ପୀଡ଼ିତାଙ୍କ ମଧ୍ୟରୁ କେତେଜଣ ଆତ୍ମହତ୍ୟା କରିଦେଇଥିଲେ । ସେତେବେଳେ ମାମଲା ସିଆଇଡି-ସିବିକୁ ହସ୍ତାନ୍ତର କରାଯାଇଥିଲା । ଆଜମେରର ବିଭିନ୍ନ ସ୍କୁଲ, କଲେଜରେ ପଢ଼ୁଥିବା ୧୭ରୁ ୨୦ ବର୍ଷୀୟ ଶହେରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ଫସାଇ ସେମାନଙ୍କ ଅଶ୍ଳୀଳ ଫଟୋ ଉଠାଇ ଅପରାଧୀମାନେ ବ୍ଲାକମେଲ କରିଥିଲେ । ଏଥିରେ ଅନେକ ଧନୀ ବ୍ୟକ୍ତି ସମ୍ପୃକ୍ତ ଥିଲେ । ଜଣେ ବ୍ୟବସାୟୀଙ୍କ ପୁଅକୁ ଅପରାଧୀମାନେ ସାଙ୍ଗ କରି ଫସାଇବା ପରେ ତାଙ୍କ ସହ ଅପ୍ରାକୃତିକ ଯୌନକ୍ରିୟା କରିଥିଲେ । ଏହାର ଫଟୋ ମଧ୍ୟ ଉଠାଇଥିଲେ । ଫଟୋ ଜରିଆରେ ବ୍ୟବସାୟୀଙ୍କ ପୁଅଙ୍କୁ ବ୍ଲାକ୍‌ମେଲ କରି ତାଙ୍କ ପ୍ରେମିକାଙ୍କୁ ଆଣିବାକୁ ଧମକାଇଥିଲେ । ପରେ ତାଙ୍କ ପ୍ରେମିକା ତାଙ୍କ ବାନ୍ଧବୀଙ୍କୁ ଫସାଇବା ଲାଗି ଅପରାଧୀମାନେ ବ୍ଲାକମେଲ କରିଥିଲେ । ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ଦେଇ ପୀଡ଼ିତାଙ୍କ ସାଙ୍ଗସାଥୀଙ୍କ ସହ ମଧ୍ୟ ବଳାତ୍କାର କରିଥିଲେ । ଏପରିକି ଅଶ୍ଳୀଳ ଫଟୋର ଜେରକ୍ସ ପାଇଥିବା କେତେଜଣ ଅପରାଧୀ ମଧ୍ୟ ସମ୍ପୃକ୍ତ ଛାତ୍ରୀଙ୍କୁ ବ୍ଲାକ୍‌ମେଲ କରି ଦୁଷ୍କର୍ମ କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.