ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟସଭାରୁ ଅବସର ନେବେ ୬୫ ସଦସ୍ୟ, ଉତ୍ତରପ୍ରଦେଶରୁ ସର୍ବାଧିକ, ତାଲିକାରେ ଏହି ସବୁ ମନ୍ତ୍ରୀ…

ନୂଆଦିଲ୍ଲୀ: ଚଳିତ ବର୍ଷ ରାଜ୍ୟସଭାର ୬୮ ଜଣ ସଦସ୍ୟ ଅବସର ନେବାକୁ ଯାଉଛନ୍ତି । ଏଥିମଧ୍ୟରୁ ୩ ଜଣ ସାଂସଦଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ ରେ ଶେଷ ହୋଇଥିବା ବେଳେ ଆଉ ୬୫ ଜଣ ସଦସ୍ୟ ଅବସର ନେବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଅବସରପ୍ରାପ୍ତ ରାଜ୍ୟସଭା ସଦସ୍ୟ ମନମୋହନ ସିଂଙ୍କ ସମେତ ଅବସର ନେଉଥିବା ସମସ୍ତ ରାଜ୍ୟସଭା ସଦସ୍ୟଙ୍କୁ ବିଦାୟୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର ମନମୋହନ ସିଂ ଏହି ଗୃହ ଏବଂ ଦେଶକୁ ଏତେ ଦିନ ପର୍ଯ୍ୟନ୍ତ ଯେଉଁଭଳି ଭାବରେ ମାର୍ଗଦର୍ଶନ କରିଛନ୍ତି, ସେଥିପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ।

ଚଳିତ ବର୍ଷ ଉତ୍ତରପ୍ରଦେଶରୁ ସର୍ବାଧିକ ସଂଖ୍ୟକ ସାଂସଦ ଅବସର ନେବେ । ଏଠାରୁ ୧୦ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହା ପରେ ବିହାର ଏବଂ ମହାରାଷ୍ଟ୍ରରୁ ୬-୬ ଜଣ ଲୋଖାଏ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥି ସହିତ ମଧ୍ୟପ୍ରଦେଶ ଏବଂ ବେଙ୍ଗଲର ପାଞ୍ଚ ଜଣ ଲେଖାଏ ରାଜ୍ୟସଭା ସାଂସଦ ସେମାନଙ୍କ କାର୍ଯ୍ୟକାଳ ଶେଷ କରିବେ । ଏହା ବ୍ୟତୀତ କର୍ଣ୍ଣାଟକ ଏବଂ ଗୁଜୁରାଟର ମଧ୍ୟ ଚାରି ଜଣ ଲେଖାଏ ସାଂସଦଙ୍କ କାର୍ଯ୍ୟକାଳ ମଧ୍ୟ ଚଳିତ ବର୍ଷ ଶେଷ ହେବାକୁ ଯାଉଛି । ରାଜ୍ୟସଭାର ୪ ଜଣ ମନୋନୀତ ସଦସ୍ୟ ମଧ୍ୟ ଚଳିତ ବର୍ଷ ଅବସର ନେବେ । ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା ଏବଂ କେରଳରୁ  ତିନି ଜଣ ଲେଖାଏ ସଦସ୍ୟ ରାଜ୍ୟସଭାରୁ ଅବସର ନେବେ । ଏଥିସହ ଝାଡଖଣ୍ଡ ଏବଂ ରାଜସ୍ଥାନର ଦୁଇ ଦୁଇ ଜଣ ଏବଂ ହରିୟାଣା, ହିମାଚଳ ପ୍ରଦେଶ, ସିକ୍କିମ ଏବଂ ଉତ୍ତରାଖଣ୍ଡର ଜଣେ ଲେଖାଏ ସଦସ୍ୟ ଅବସର ନେବାକୁ ଯାଉଛନ୍ତି।

ତେବେ ଏହି ୬୫ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ସଦସ୍ୟ ୨୩ ଫେବୃଆରୀରେ ଅବସର ନେବେ । ସେହିଭଳି ୫୫ ସଦସ୍ୟ ୨ ଏବଂ ୩ ଏପ୍ରିଲରେ ଅବସର ନେବେ ଏବଂ ୨ ଜଣ ସଦସ୍ୟ ମେ ମାସରେ ଅବସର ନେବେ । ଏହା ବ୍ୟତୀତ ୧ ରୁ ୧୩ ଜୁଲାଇ ମଧ୍ୟରେ ୭ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ ।

ଯେଉଁ ସାଂସଦଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେଉଛି, ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୨ ଜଣ ବିଜେପିର। ଏହା ପରେ କଂଗ୍ରେସର ୧୧ ଜଣ ସାଂସଦ, ଟିଏମସିରୁ ୪ ଜଣ ଏବଂ ବିଆରଏସରୁ ୩ ଜଣ ସାଂସଦ ରହିଛନ୍ତି । ଏହା ବ୍ୟତୀତ ଜେଡିୟୁ, ବିଜେଡି ଏବଂ ଆରଜେଡିର ଦୁଇ ଜଣ ଲେଖାଏ ସଦସ୍ୟ ଅବସର ନେଉଛନ୍ତି । ଏମାନଙ୍କ ବ୍ୟତୀତ ଏନସିପି, ଏସପି, ଶିବସେନା, ଟିଡିପି, YSRCP, SDF, CPI, CPI (M) ଏବଂ କେରଳ କଂଗ୍ରେସରୁ ଜଣେ ଲେଖାଏ ସାଂସଦ ଚଳିତ ବର୍ଷ କାର୍ଯ୍ୟ ସମାପ୍ତ କରିବେ।

ଅବସରପ୍ରାପ୍ତ ୬୫ ସାଂସଦଙ୍କ ମଧ୍ୟରେ ବିଜେପି ସଭାପତି ଜେପି ନାଡା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସୁଦର୍ଶନ ତ୍ରିବେଦୀ, ଜୟା ବଚ୍ଚନ, ଅଭିଷେକ ମନୁ ସିଂଭି, ପ୍ରକାଶ ଜାଭେଦକର ଏବଂ ସୁଶୀଲ କୁମାର ମୋଦୀ ଅଛନ୍ତି । ସେହିଭଳି ଅବସରପ୍ରାପ୍ତ କେନ୍ଦ୍ର ମନ୍ତ୍ରୀ ମାନେ ହେଉଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡଭିୟ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନାରାୟଣ ରାଣେ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ୍, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ପରୁଷୋତ୍ତମ ରୁପାଲା ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ରହିଛନ୍ତି ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.