ରାୟଗଡା: ଦାଦନ ଖଟିବାକୁ ଯିବାବେଳେ ୮ ଯୁବତୀ ଉଦ୍ଧାର

ରାୟଗଡା ୧୮/୬: ଦାଦନ ଖଟିବାକୁ ଯିବାବେଳେ ୮ଜଣ ଉଦ୍ଧାର । କେରଳ ରାଜ୍ୟର ଚିରଲ ସହରକୁ ଦାଦନ ଖଟିଵାକୁ ଯିବାବେଳେ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଚାଇଲ୍ଡଲାଇନ। ସେମାନଙ୍କ ମଧ୍ୟରେ ୩ ନାବାଳିକା ଅଛନ୍ତି । ସମସ୍ତଙ୍କୁ ରାୟଗଡା ରେଳଷ୍ଟେସନରୁ ଉଦ୍ଧାର କରାଯାଇଛି । ଵିଳାସପୁର-ତିରୁପତି ଏକ୍ସପ୍ରେସ ଯୋଗେ ଵିଜୟନଗର ଯାଇ ସେଠାରୁ ଚିରଲ ଯିବା ପାଇଁ ଅପେକ୍ଷା କରିଥିବା ସମୟରେ ଖବରପାଇ ଚାଇଲ୍ଡଲାଇନ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ସମସ୍ତ ୮ ଜଣଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ଯୁବତୀମାନେ ରାୟଗଡା ଵ୍ଲକ ଜେମାଦେଇପେଣ୍ଠ ଗ୍ରାମର ଵୋଲି ଜଣାପଡିଛି।