ପୋଲିସ ମେଡାଲରେ ସମ୍ମାନିତ ହେବେ ୯୦୧ ଜଣ, ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ ମେଡାଲ

ନୂଆଦିଲ୍ଲୀ, ୨୫/୦୧ : ଗଣତନ୍ତ୍ର ଦିବସ ଅବସରରେ ପୋଲିସ ମେଡାଲରେ ସମ୍ମାନିତ ହେବେ ୯୦୧ ପୋଲିସ କର୍ମୀ। ସାହସିକତା ପୁରସ୍କାର ପାଇବେ ୧୪୦ ଜଣ ପୋଲିସ କର୍ମଚାରୀ। ସେହିପରି ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ। ସମ୍ମାନଜନକ ସେବା ପାଇଁ ସମ୍ମାନିତ ହେବେ ୬୬୮ ପୋଲିସ କର୍ମଚାରୀ।
ସୂଚନାନୁଯାୟୀ, ପୋଲିସ ମେଡାଲରେ ଓଡ଼ିଶାରୁ ୨ ଜଣ ସମ୍ମାନିତ ହେବେ। ଓଡ଼ିଶାରୁ ଆଇପିଏସ୍ ଡି. ଏସ୍ କୁଟ୍ଟେ ଏବଂ କନେଷ୍ଟବଳ ପ୍ରହଲ୍ଲାଦ ରାଉତ ରାଷ୍ଟ୍ରପତି ପୋଲିସ୍ ମେଡାଲ ପାଇବେ। ସେହିପରି ସମ୍ମାନଜନକ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପୁରସ୍କୃତ ହେବେ। ସେମାନେ ହେଲେ ଜିତେନ୍ଦ୍ର କୁମାର ପଣ୍ଡା, ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁଧାଂଶୁ ଶେଖର ପୂଜାରୀ, ହିମାଂଶୁ ଭୂଷଣ ସ୍ଵାଇଁ, ଜ୍ଞାନେନ୍ଦ୍ର କୁମାର ଦାସ, ଅରୁଣ ବଳିୟାରସିଂ, ଯୁଗଳ କିଶୋର ପ୍ରଧାନ, ସରଓରଦିନ ଖାନ, ବିଜ୍ଞ ଭୂଷଣ ମହାନ୍ତି, ଅନିଲ କୁମାର ମିଞ୍ଜ, ପ୍ରଦୀପ କୁମାର ବେହେରା।