ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

କେଜ୍ରିୱାଲଙ୍କ ଘୋଷଣା, ହରିୟାଣାର ୯୦ ବିଧାନସଭା ଆସନରେ ଏକାକୀ ଲଢ଼ିବ ଆପ୍

ନୂଆଦିଲ୍ଲୀ, ୨୯/୦୧: ବିରୋଧୀ ମେଣ୍ଟ ଇଣ୍ଡିଆକୁ ଆଉ ଏକ ଝଟକା । ବିହାରରେ ନୀତୀଶ କୁମାର ହାତ ଛାଡ଼ି ଥିବା ବେଳେ ଇଣ୍ଡିଆ ମେଣ୍ଟରେ ଛିଡ଼ୁନି ସିଟ୍ ସେୟାରିଂ ଫର୍ମୁଲା । ପଶ୍ଚିମବଙ୍ଗରେ ମମତାଙ୍କ ପରେ ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସିଟ୍ ଦେବାକୁ ଅମଙ୍ଗ ହୋଇଥିଲା । ଏବେ ହରିୟାଣାରେ ଆମ୍ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

ସୋମବାର ହରିୟାଣାର ଏକ ରାଲିକୁ ସମ୍ବୋଧନ କରି କେଜ୍ରିୱାଲ୍ କହିଛନ୍ତି, ହରିୟାଣାର ସମସ୍ତ ୯୦ ବିଧାନସଭା ଆସନରେ ଆପ୍ ଏକାକୀ ନିର୍ବାଚନ ଲଢ଼ିବ । କେଜ୍ରିୱାଲ୍ ଆହୁରି କହିଛନ୍ତି, ଦଳ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟରେ ଥିବା ଦଳକୁ ସିଟ୍ ସେୟାରିଂ କରିବ ।

କେଜ୍ରିୱାଲ୍ କହିଛନ୍ତି, ଲୋକସଭା ନିର୍ବାଚନ ପାଖେଇ ଆସୁଛି । ଆପଣ ଜାଣନ୍ତି ଆମେ ସାଧାରଣ ନିର୍ବାଚନ ଲାଗି ଇଣ୍ଡିଆ ମେଣ୍ଟ ଗଠନ କରିଛୁ । ବିଧାନସଭା ନିର୍ବାଚନରେ ହରିୟାଣାର ସମସ୍ତ ୯୦ ଆସନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେବ । ସେ ଆହୁରି କହିଛନ୍ତି, ଆପର ଲଢ଼େଇ ଶାସକ ବିଜେପି ସହ ହେବ ।

ସେ କହିଛନ୍ତି, ହରିୟାଣାର ୨ ପଟେ ପଞ୍ଜାବ ଓ ଦିଲ୍ଲୀରେ ଆପ୍ ସରକାର ରହିଛି । ହରିୟାଣା ମଝିରେ ରହିଛି, କାହିଁକି ସମାନ ରାସ୍ତାରେ ଯିବ ନାହିଁ । ହରିୟାଣାରେ ୨୦୨୪ ଅକ୍ଟୋବର ଆଡ଼କୁ ବିଧାନସଭା ନିର୍ବାଚନ ହେବ । ରାଜ୍ୟରେ ନିଶ୍ଚିତ ଆପ୍ କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ଏବେ ଦିଲ୍ଲୀ ଓ ପଞ୍ଜାବରେ ଆପ୍ କ୍ଷମତାରେ ରହିଛି ।

୨୦୧୯ ବିଧାନସଭା ନିର୍ବାଚନରେ ହରିୟାଣାର ୯୦ ଆସନରୁ ବିଜେପି ୪୦ ଆସନ ହାତେଇ ଥିବା ବେଳେ କଂଗ୍ରେସ ୩୧, ଜନନାୟକ ଜନତା ପାର୍ଟି (ଜେଜେପି) ୧୦ ଆସନ ହାତେଇ ଥିଲା । ସ୍ୱାଧୀନ ଭାବେ ନିର୍ବାଚନ ଜିତିଥିଲେ ୭ ବିଧାୟକ । ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ସମର୍ଥନରେ ହରିୟାଣାରେ ସରକାର ଗଢ଼ିଥିଲା ବିଜେପି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.