ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଆଜି ପବିତ୍ର ଅଁଳାନବମୀ, ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଦୁର୍ଲ୍ଲଭ ପାଦ ଦର୍ଶନ

ସାକ୍ଷୀଗୋପାଳ, ୨୧/୧୧: ଆଜି ପବିତ୍ର ଅଁଳାନବମୀ । ଏହି ଅବସରରେ ବର୍ଷକୁ ଥରେ ସାକ୍ଷୀଗୋପାଳ ମନ୍ଦିରରେ ଜଗଦ୍ଧାତ୍ରୀ ମା' ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଦୁର୍ଲ୍ଲଭ ପାଦ ଦର୍ଶନ ଚାଲିଛି । ସେହିପରି ସାକ୍ଷୀଗୋପାଳ ଠାକୁର ରାଧାଦାମୋଦର ବେଶରେ ନୃତ୍ୟରତ ଭଙ୍ଗିରେ ଶୋଭା ପାଉଛନ୍ତି । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ସହିତ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସାକ୍ଷୀଗୋପାଳ ଚଳଚଞ୍ଚଳ ହୋଇଛି ।

ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୋମବାର ରାତି ଗୋଟାଏରୁ ମନ୍ଦିର ଦେବନୀତି ଆରମ୍ଭ କରାଯାଇ ଭୋର ୫ଟା ସୁଦ୍ଧା ଶେଷ ହୋଇଛି  । ସେବାୟତ ପରିବାର ଓ ମନ୍ଦିର କର୍ମଚାରୀଙ୍କ ଦର୍ଶନ ପରେ ସକାଳ ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି । ଶାନ୍ତିଶୃଙ୍ଖଳାରେ ମନ୍ଦିର ସମ୍ମୁଖରେ ନିର୍ମିତ  ଛାୟାପ୍ରଦ ବ୍ୟାରିକେଡ୍‌ ମଧ୍ୟରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତିି। 

ଦୀପଦାନ ଠାରୁ ଦର୍ଶନ, ଅଁଳା ବୃକ୍ଷ ପରିକ୍ରମା ଓ ପୂଜାର୍ଚ୍ଚନା ପରେ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । କୋଟ ଉପର ପଡ଼ିଆରେ କାର୍‌ ପାର୍କିଂସ୍ଥଳରୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ବ୍ୟାଟେରି ଚାଳିତ ଗାଡ଼ିରେ ମନ୍ଦିର ନିକଟରେ ପହଞ୍ଚାଇବା ସହିତ ଦର୍ଶନ ସୁବିଧା କରାଯାଇଛି । ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକ ଓ ଫୁଲମାଳରେ ସଜା ଯାଇଛି । ୩ଦିନ ବ୍ୟାପି ଶ୍ରୀରାଧା ଉତ୍ସବ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜନ କରାଯାଇଥିବାବେଳେ ପଲ୍ଲିଶ୍ରୀ ମେଳାରେ ପ୍ରଦର୍ଶନ ମଣ୍ଡପ ଖୋଲାଯାଇଛି । ଭିଡ଼ରେ ଅପରାଧ ରୋକିବା ନିମନ୍ତେ ମନ୍ଦିର ପରିସର ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି । ଡଗ୍‌ ସ୍କ୍ୱାଡ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ସହିତ ମନ୍ଦିର ସିଂହଦ୍ୱାରରେ ମେଟାଲ୍‌ ଡିକ୍ଟେଟର ଲଗାଯାଇଛି । 

ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ପୁରୀ ଏସ୍‌ପି କେ. ବିଶାଲ ସିଂ ଅପରାହ୍ଣରେ ସାକ୍ଷୀଗୋପାଳ ପରିଦର୍ଶନ କରିଥିଲେ । ଶାନ୍ତିଶୃଙ୍ଖଳା ନିମନ୍ତେ ମନ୍ଦିର ଭିତରେ ଓ ବିଭିନ୍ନ ସ୍ଥାନରେ ୩ ଜଣ ଆଡିସିନାଲ୍‌ ଏସ୍‌ପି, ୮ଜଣ ଡିଏସ୍‌ପି, ୧୮ଜଣ ଇନ୍‌ସପେକ୍ଟର, ୭୪ଜଣ ଏସ୍‌ଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ, ୨୦୦ ଜଣ ଗୃହରକ୍ଷୀ ସମେତ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ । ଏଥିସହିତ ଅଗ୍ନିଶମ, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍‌ ଆଦି ବିଭାଗ ଜରୁରିକାଳୀନ ସେବା ପ୍ରଦାନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.