ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଆମେରିକା ଓ ୟୁରୋପବାସୀଙ୍କ ତୁଳନାରେ କମ୍‌ ଶୁଅନ୍ତି ଏସୀୟ ଲୋକ

ନୂଆଦିଲ୍ଲୀ ୧୧/୦୯: ଅଧ୍ୟୟନରୁ ଜଣାପଡ଼ିଛି, ପୂର୍ବ ଏସୀୟ ଲୋକ ଆମେରିକା ଓ ୟୁରୋପବାସୀଙ୍କ ତୁଳନାରେ  କମ୍‌ ଶୋଉଛନ୍ତି । କିନ୍ତୁ ସେମାନଙ୍କ ନିଦ ଗୁଣବତ୍ତା ଭଲ କି ଖରାପ, ସେ ନେଇ  ଜଣା ପଡ଼ିନଥିଲା । ଏହି ସ୍ଥିତିରେ ଲୋକଙ୍କ ନିଦ ଗୁଣବତ୍ତା ଜାଣିବା ପାଇଁ ନ୍ୟାସନାଲ ୟୁନିଭର୍ସିଟି ଅଫ୍‌ ସିଙ୍ଗାପୁର ଓ ଫିନ୍‌ଲ୍ୟାଣ୍ଡର ଏକ ସ୍ଲିପ୍‌-ଟେକ୍‌ ଷ୍ଟାର୍ଟଅପ୍‌  ‘ଓରା ହେଲ୍‌ଥ’ର ଗବେଷକମାନେ ଅଧ୍ୟୟନ କରିଥିଲେ। ଅଧ୍ୟୟନ ସମୟରେ ବିଶ୍ୱର  ୩୫ ଦେଶର ଲୋକଙ୍କ ନିଦ ଅଭ୍ୟାସକୁ  ବିଶ୍ଳେଷଣ କରାଗଲା । 

ଏଥିଲାଗି ୨୦୨୧ ଓ ୨୦୨୨ ମଧ୍ୟରେ  ସ୍ଲିପିଂ ଆପ୍‌ରୁ ୨.୨ ଲକ୍ଷରୁ ଅଧିକ ଲୋକଙ୍କ ନିଦ ପ୍ୟାଟର୍ନର ତଥ୍ୟ ସଂଗ୍ରହ କରାଗଲା । ତଥ୍ୟରୁ ଜଣାପଡ଼ିଲା, ସମସ୍ତ ଦେଶରେ  ନିଦ ପ୍ୟାଟର୍ନ ଖୁବ୍‌ ଭିନ୍ନ । ଏସୀୟ ଦେଶର  ଲୋକଙ୍କ ନିଦ ସବୁଠୁ କମ୍‌ ଗୁଣବତ୍ତାସମ୍ପନ୍ନ ।  ଏଠାକାର ଲୋକେ ରାତିରେ ସାଢ଼େ ଛଅ  ଘଣ୍ଟାରୁ ମଧ୍ୟ କମ୍‌ ସମୟ ଶୋଉଛନ୍ତି।  ଏହା ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ  ପ୍ରାୟ ୩୦ ମିନିଟ୍‌ କମ୍‌ । ଏସୀୟ ଲୋକଙ୍କୁ  ବିଛଣାକୁ ଯିବା ପରେ ଶୋଇବାକୁ ପ୍ରାୟ  ୩୫ ମିନିଟ୍‌ରୁ ଅଧିକ ସମୟ ଲାଗେ । କଡ଼ ଲେଉଟାଇବାରେ ସେମାନେ ଅଧିକ  ସମୟ ବିତାନ୍ତି । ତେଣୁ ଏଥିରୁ ସ୍ପଷ୍ଟ  ହେଉଛି ଯେ ଏସୀୟମାନେ କେବଳ  ବିଳମ୍ବିତ ରାତ୍ରିରେ ଶୁଅନ୍ତି ନାହିଁ, ଅନ୍ୟ  ଦେଶ ତୁଳନାରେ କମ୍‌ ସମୟ ମଧ୍ୟ ଶୁଅନ୍ତି  ବୋଲି ଅଧ୍ୟୟନ ଦର୍ଶାଇଛି। ଅନ୍ୟପକ୍ଷେ,  ଅନ୍ୟ ଦେଶମାନଙ୍କରେ ଲୋକେ ସପ୍ତାହର  ନିଦ ପୂରଣ କରିବା ପାଇଁ ସପ୍ତାହାନ୍ତରେ  ୫ରୁ ୨୫ ମିନିଟ୍‌ ଅଧିକ ଶୋଇଥାନ୍ତି।  କିନ୍ତୁ ଏସୀୟ ଲୋକେ ସପ୍ତାହାନ୍ତରେ ମଧ୍ୟ  କମ୍‌ ଶୋଇଥାନ୍ତି । 

ଗବେଷକଙ୍କ କହିବା  ଅନୁସାରେ, ବିଶ୍ୱରେ ଲୋକଙ୍କ କାମ  ମଧ୍ୟ ନିଦ ପ୍ୟାଟର୍ନକୁ ଆକାର ଦେବାରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ପିଲାଙ୍କ  ଦେଖାଶୁଣା, ସାଂସ୍କୃତିକ ପ୍ରଥା-ପରମ୍ପରା ଓ  ପର୍ବପର୍ବାଣି ମଧ୍ୟ ଦିନକୁ ପ୍ରଭାବିତ କରୁଛନ୍ତି । ନିଦ୍ରାଭାବରୁ ଚାପ ଓ ମାନସିକ ରୋଗର ଆଶଙ୍କା ଯଥେଷ୍ଟ ବେଶି ବୋଲି ଅଧ୍ୟୟନ  ଦର୍ଶାଇଛି । ଶରୀର ପୀଡ଼ା ଓ ଥକାପଣ  ଭଳି ସମସ୍ୟା ମଧ୍ୟ ଦେଖାଯାଉଛି ।  କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାର  କ୍ଷମତା ଦୁର୍ବଳ ହେଉଛି । କମ୍‌  ଶୋଉଥିବା ଲୋକଙ୍କର ଓଜନ ବୃଦ୍ଧି  ଆଶଙ୍କା ବି ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.