ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାର ରାଜନୀତିରେ ହଟଚମଟ ମଧ୍ୟରେ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଧରଣ ଅଦଳବଦଳ: ୨୨ IAS ଓ ୭୯ IPSଙ୍କ ବଦଳି

ପାଟନା ୨୭/୦୧: ବିହାରରେ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଧରଣ ଅଦଳବଦଳ। ରାଜନୈତକ ହଟଚମଟ ମଧ୍ୟରେ ବିହାର ସରକାର ଏହି ବଦଳି କରିଛନ୍ତି। ୨୨ IAS ଓ ୭୯ IPS ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଯେଉଁଥିରେ ପାଟନା ସହିତ ୫ ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ହୋଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ମୁତାବିକ, ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତି କଡ଼ ଲେଉଟାଇବା  ଆରମ୍ଭ କଲାଣି । କେଉଁ ମୁହୂର୍ତ୍ତରେ କ’ଣ ହେବ  କିଛି କହିହେଉ ନାହିଁ । କୁହାଯାଉଛି ଯେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଆର୍‌ଜେଡିଠାରୁ ସମ୍ପର୍କ ତୁଟାଇ ମେଣ୍ଟ ଭାଙ୍ଗିଦେଇ ପାରନ୍ତି । ଏହା ଭିତରେ ଶୁକ୍ରବାର ବିହାର ପ୍ରଶାସନିକ ସ୍ତରରେ ବଡ଼ ଧରଣ ଅଦଳବଦଳ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

୫ ଜିଲ୍ଲାପାଳଙ୍କ ସହିତ ୨୨ ଆଇଏଏସ୍ ଅଧିକାରୀ ଏବଂ ବିହାର ପ୍ରଶାସନିକ ସେବାର ୪୫ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ସେହିପରି ୭୯ ଜଣ ଆଇପିଏସ୍ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। 

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୧୦ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ତଥା ପାଟନା ଜିଲ୍ଲା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂଙ୍କୁ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ସଚିବ ପଦକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶିର୍ଷତ କପିଲ ଅଶୋକଙ୍କୁ ପାଟନାର ନୂତନ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି। 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.