ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀପ କୁମାରଙ୍କଠାରୁ ଶାହରୁଖ ଖାନଙ୍କ ପର୍ଯ୍ୟନ୍ତ, ବଲିଉଡ଼ର ଏହି ଷ୍ଟାରଙ୍କୁ ମିଳି ସାରିଛି ସବୁଠାରୁ ଅଧିକ ଫିଲ୍ମ ଫେୟାର ଆଓ୍ବାର୍ଡ଼

ମୁମ୍ବାଇ,୨୯/୧ : ୬୯ତମ ଫିଲ୍ମ ଫେୟାର ଆଓ୍ବାର୍ଡ଼ ଚଳିତ ବର୍ଷ ଗୁଜୁରାଟର ଗାନ୍ଧୀନଗରରେ ଆୟୋଜିତ ହୋଇଥିଲା । ଏଥି‌ରେ ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କୁ ବେଷ୍ଟ ଅଭିନେତା- ଅଭିନେତ୍ରୀର ଆଓ୍ବାର୍ଡ ମିଳିଛି । ସେହିଭଳି ବିକ୍କି କୌଶଲଙ୍କୁ ବେଷ୍ଟ ସପୋର୍ଟିଂ ଅଭିନେତାର ଆଓ୍ବାର୍ଡ଼ ମିଳିଛି । ୨୦୨୩ରେ ଆସିଥିବା ଫିଲ୍ମରେ ନିଜ ନିଜର ପରଫର୍ମାନ୍ସକୁ ନେଇ ଅଭିନେତାଙ୍କୁ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଆଓ୍ବାର୍ଡ୍ସ ମିଳିଛି । ଏହା ପୂର୍ବରୁ ୬୮ଫିଲ୍ମ ଫେୟାର ଆଓ୍ବାର୍ଡ୍ସ ହୋଇସାରିଛି, ଯେଉଁଥିରେ କେତେକ ଅଭିନେତା-ଅଭିନେତ୍ରୀଙ୍କ ନିକଟରେ ସବୁଠାରୁ ଅଧିକ ଫିଲ୍ମ ଫେୟାର ଆଓ୍ବାର୍ଡ୍ସ ରହିଛି ।

୧୯୫୪ରେ ପ୍ରଥମ ଫିଲ୍ମଫେୟର ଆଓ୍ବାର୍ଡ଼ ହୋଇଥିଲା ଯାହାକୁ ମୁମ୍ବାଇର ମେଟ୍ରୋ ଥିଏଟରରେ ଆୟୋଜିତ କରାଯାଇଥିଲା । ଏଥିରେ ବେଷ୍ଟ ଫିଲ୍ମ, ବେଷ୍ଟ ନିର୍ଦେଶକ, ବେଷ୍ଟ ଅଭିନେତା, ବେଷ୍ଟ ଅଭିନେତ୍ରୀ ଏବଂ ବେଷ୍ଟ ମ୍ୟୁଜିକ ଡାଇରେକ୍ଟରର କ୍ୟାଟେଗୋରୀ ଥିଲା। ମାତ୍ର ଆଜିର ସମୟରେ ଫିଲ୍ମଫେୟାରରେ ବହୁ କ୍ୟାଟେଗୋରୀକୁ ସାମିଲ କରାଯାଇଛି । ହିନ୍ଦୀ ସିନେମାରେ କେଉଁ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଅଧିକ ଫିଲ୍ମଫେୟାର ଆଓ୍ବାର୍ଡ ମିଳିଛି ଚାଲନ୍ତୁ ଏହା ବିଷୟରେ ଜାଣିବା । 




ଦିଲୀପ କୁମାର

ଦିଲୀପ କୁମାର ନିଜ ଫିଲ୍ମ କ୍ୟାରିୟର ୧୯୪୪ରେ ଆରମ୍ଭ କରିଥିଲେ । ସେହିଭଳି ୧୯୯୮ରେ ଆସିଥିବା ଫିଲ୍ମ କିଲା ତାଙ୍କର ଶେଷ ଫିଲ୍ମ ଥିଲା । ଦିଲୀପ କୁମାର ନିଜ ଫିଲ୍ମ କ୍ୟାରିୟରରେ ୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ ବେଷ୍ଟ ଆକ୍ଟର କ୍ୟାଟେଗୋରୀରେ ୮ଫିଲ୍ମ ଫେୟାର ଆଓ୍ବାର୍ଡ଼ ଜିତିଛନ୍ତି ।

ଶାହରୁଖ ଖାନ

ବଲିଉଡ଼ ଷ୍ଟାର ଶାହରୁଖ ଖାନ ୧୯୯୨ରେ ଫିଲ୍ମ ଦିଓ୍ବାନା ମାଧ୍ୟମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କିଙ୍ଗ ଖାନ ନାଁରେ ମଶହୁର ଶାହରୁଖ ଏବେ ବି ଲିଡ୍ ଆକ୍ଟର ଭାବେ ଫିଲ୍ମରେ ଆକ୍ଟିଭ ଅଛନ୍ତି । ଏବେ ପର୍ଯ୍ୟନ୍ତ ଶାହରୁଖ ବେଷ୍ଟ ଆକ୍ଟର ଲାଗି ୮ଥର ଫିଲ୍ମ ଫେୟାର ଆଓ୍ବାର୍ଡ଼ ଜିତିଛନ୍ତି ।

ଅମିତାଭ ବଚ୍ଚନ

ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ୧୯୬୯ରେ ଫିଲ୍ମ ସାତ ହିନ୍ଦୁସ୍ତାନୀରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହି ବର୍ଷରୁ  ସେ କେତେକ ଫିଲ୍ମ କରିଛନ୍ତି ଏବଂ ୮୦ବର୍ଷରେ ବି ସେ ଫିଲ୍ମରେ ଆକ୍ଟିଭ ଅଛନ୍ତି । ଏବେ ପର୍ଯ୍ୟନ୍ତ ଆକ୍ଟର କ୍ୟାଟେଗୋରୀ ଲାଗି ବିଗ୍ ବି ୫ଫିଲ୍ମ ଫେୟାର ଆଓ୍ବାର୍ଡ଼ ଜିତିଛନ୍ତି ।




କାଜୋଲ

ଅଭିନେତ୍ରୀ କାଜୋଲ ୧୯୯୨ରେ ଫିଲ୍ମ ବେଖୁଦୀରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମରେ କାଜୋଲ ଏବେ ବି ଆକ୍ଟିଭ ଅଛନ୍ତି ଏବଂ ଏବେ ଓଟିଟିରେ ବି ଡେବ୍ୟୁ କରିସାରିଛନ୍ତି । କାଜୋଲଙ୍କୁ ତାଙ୍କ ଆକ୍ଟିଂ ପରଫର୍ମାନ୍ସ ପାଇଁ ୬ଥର ଫିଲ୍ମ ଫେୟାର ଆଓ୍ବାର୍ଡ଼ ମିଳିସାରିଛି ।

ନୂତନ

୫୦ଦଶକର ଲୋକପ୍ରିୟ ଅଭିନେତ୍ରୀ ନୂତନ ନିଜ ନାଁରେ ୫ଫିଲ୍ମ ଫେୟାର ଆଓ୍ବାର୍ଡ଼ କରିଥିଲେ ଏବଂ ତାଙ୍କର ଏହି ରେକର୍ଡ଼କୁ ତାଙ୍କ ଭାଣିଜୀ କାଜୋଲ ଭାଙ୍ଗିଛନ୍ତି । ଏହି ସମୟରେ ନୂତନ ସମସ୍ତଙ୍କ ମନ ପସନ୍ଦର ଅଭିନେତ୍ରୀ ଭାବେ ଥିଲେ, ଯାହାଙ୍କ ପୁଅ ମୋହନୀଷ ବହଲ ଅଟନ୍ତି ।

ଆଲିୟା ଭଟ୍ଟ

ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନିକଟରେ ଫିଲ୍ମ ରକି ଏବଂ ରାନୀର ପ୍ରେମ କାହାଣୀ ଲାଗି ବେଷ୍ଟ ଅଭିନେତ୍ରୀର ଆଓ୍ବାର୍ଡ଼ ମିଳିଛି । ଏହି ଆଓ୍ବାର୍ଡ଼କୁ ମିଶାଇ ଆଲିୟାଙ୍କ ପାଖରେ ଏବେ ପର୍ଯ୍ୟନ୍ତ ୫ଫିଲ୍ମ ଫେୟାର ଆଓ୍ବାର୍ଡ଼ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ହ୍ରିତିକ ରୋଶନଙ୍କୁ ୪, ରଣବୀର କପୁର ୪, ଅମିର ଖାନ ୩, ନସୀରୁଦ୍ଦିନ ଶାହ ୩, ରାଜେଶ ଖନ୍ନା ୩, ଦେବ ଆନନ୍ଦ ୨ ଏବଂ ଇରଫାନ ଖାନ ୧ଫିଲ୍ମ ଫେୟାର ଆଓ୍ବାର୍ଡ଼ ବେଷ୍ଟ ଅଭିନେତା ଲାଗି ଜିତିଛନ୍ତି । ସେହିଭଳି ଜୟା ବଚ୍ଚନ ୪, ମୀନା କୁମାରୀ ୪, ମାଧୁରୀ ଦିକ୍ଷୀତ ୪, ଶବାନା ଆଜମୀ ୪, ବୈଜନ୍ତୀମାଳା ୩, ବିଦ୍ୟା ବାଲନ ୩, ଦୀପିକା ପାଦୁକୋନ ୩ ଏବଂ ଐଶର୍ଯ୍ୟା ରାୟ ୨ଥର ବେଷ୍ଟ ଅଭିନେତ୍ରୀ ଲାଗି ଆଓ୍ବାର୍ଡ଼ ଜିତିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.