ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋପବନ୍ଧୁ ଦାସଙ୍କ ସ୍ମୃତି ପୀଠର ପ୍ରତିଷ୍ଠା ଦିବସ ପାଳନ

ପୁରୀ ୨୩/୨ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରକୃତରେ ଉତ୍କଳର ମଣି ଥିଲେ। ତ୍ୟାଗସେବା ଓ ସମର୍ପଣର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କର ସ୍ମୃତି ରକ୍ଷା ପାଇଁ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଏହା କେବଳ ଆମ ରାଜ୍ୟ ନୁହେଁ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଉତ୍କଳମଣିଙ୍କ ଆଦର୍ଶ ସମ୍ପର୍କରେ ସଚେତନ କରାଇ ଚାଲିଥିବ ବୋଲି କହିଛନ୍ତି ବକ୍ତା ମାନେ ।


 ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତି ପୀଠର ପ୍ରଥମ ପ୍ରତିଷ୍ଠା ଦିବସ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରହାଳୟ ଠାରେ ପାଳନ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ଓ ବିଶିଷ୍ଟ ଅତିଥି ଭାବେ ସାମାଜ ସେବୀ ଧୀରେନ୍ଦ୍ର ଦାଶ ଓ ରବି ଦାଶ ଯୋଗଦେଇ ଦେଇଥିଲେ ଏହା ସହିତ  ତହସିଲଦାର ଜୟନ୍ତ ଜୟସିଂହବ୍ଲକ ଉନ୍ନୟନ ଅଧିକାରୀ ଲିପ୍ସା ରାୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଉପସ୍ଥିତ ଥିଲେ ସକାଳ ୯ ଘଟିକାରେ ସଂଗ୍ରହାଳୟ ପରିସରରେ ସ୍ଥାପିତ ହୋଇଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଓ ଷଠି ଘରେ ସମସ୍ତ ଅତିଥି ମାଲ୍ୟାର୍ପଣ କରିବା ସହିତ ସଂଗ୍ରହାଳୟ ପରିଦର୍ଶନ କରିଥିଲେ ପରେ ୧୦ ଘଟିକାରେ ସଂଗ୍ରହାଳୟ ପରିସରରେ ଗୋପବନ୍ଧୁଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲେ ଯେଉଁଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ଏହି ଆଲୋଚନା ଚକ୍ରକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ସଂଯୋଜନା କରିଥିଲେ ପ୍ରାରମ୍ଭରୁ କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ଏଲ୍ ଆଣ୍ଡ୍ କେ ସର୍ଭିସେସର କର୍ମଚାରୀ ସହଯୋଗ କରିଥିଲେ l


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.