ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୧ରୁ ପଶ୍ଚିମବଙ୍ଗ ଯିବ କେନ୍ଦ୍ରୀୟ ସଶସ୍ତ୍ର ବଳ, ନିର୍ବାଚନ ପୂର୍ବ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ

ନୂଆଦିଲ୍ଲୀ,୨୬/୦୨: ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଆସନ୍ତା ମାର୍ଚ୍ଚ ୧ ତାରିଖରୁ କେନ୍ଦ୍ରୀୟ  ସଶସ୍ତ୍ର ବଳର ଯବାନଙ୍କୁ ପଶ୍ଚିମବଙ୍ଗ ପଠାଯିବ । ମାର୍ଚ୍ଚ ୭ ତାରିଖ ସୁଦ୍ଧା ପ୍ରାୟ ୧୫୦ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ବଳର ଯବାନ ପଶ୍ଚିମବଙ୍ଗରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।  ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ନିର୍ବାଚନ କମିଶନ ଗୁରୁତ୍ୱ ଦେଇଛନ୍ତି । 

ଚଳିତଥର ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ୯୫୦ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ବଳର ଯବାନଙ୍କୁ ମୁତୟନ କରିବା ଲାଗି କମିଶନ ନିଷ୍ପତ୍ତି ନେଇଛନ୍ତି । ଯାହାକି  କୌଣସି ରାଜ୍ୟ ପାଇଁ ସର୍ବାଧିକ । ଏପରିକି ଆତଙ୍କବାଦ ପ୍ରଭାବିତ  ଜମ୍ମୁ-କାଶ୍ମୀର ଠାରୁ ମଧ୍ୟ ଅଧିକ । ଜମ୍ମୁ-କାଶ୍ମୀର ପାଇଁ କମିଶନ ୬୫୦ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମାଗିଛନ୍ତି । ଗତବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ୭୩୦ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ଯବାନଙ୍କୁ ନିୟୋଜିତ କରାଯାଇଥିଲା । 

ଆସନ୍ତା  ମାର୍ଚ୍ଚ ୩ ତାରିଖରେ ନିର୍ବାଚନ କମିଶନଙ୍କ ଏକ ପୂର୍ଣ୍ଣାଙ୍ଗ ଟିମ୍‌  ପଶ୍ଚିମବଙ୍ଗ ଗସ୍ତ କରିବ । ଏହି ଟିମ୍‌ ରାଜ୍ୟର ପୁଲିସ ଡିଜି, ମୁଖ୍ୟ ସଚିବ ଓ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା  କରିବେ । ବିଭିନ୍ନ ଜିଲ୍ଲାର ଜିଲାପାଳ,ଏସ୍‌ପି ଓ କମିଶନରଙ୍କୁ  ମଧ୍ୟ ଭେଟି ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ । ସନ୍ଦେଶଖାଲି ଘଟଣା ପରେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ  ନିର୍ବାଚନ କମିଶନ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ନିର୍ବାଚନ ପୂର୍ବରୁ  ରାଜ୍ୟରେ ଯେଭଳି ଆଇନ ଶୃଙ୍ଖଳା ବଜାୟ ରଖାଯାଇପାରିବ  ସେଥପାଇଁ କମିଶନ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.