ଭୁବନେଶ୍ବର,୧୭/୧୦ :  ନୂଆପଡ଼ା ଉପନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ । ନୂଆପଡ଼ରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। ତିନ ଦଳ ୩ ଯୋଦ୍ଧା ପ୍ରସ୍ତୁତ। ବିଜେପିରୁ ଜୟ ଢ଼ୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ । ବିଜେପି ଏବଂ ବିଜେଡି ଉଭୟ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ଘୋଷଣା କରି ସାରିଛନ୍ତି । କଂଗ୍ରେସ ଆଜି ତା’ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ୪୦ଜଣଙ୍କ ନାଁ ରହିଛି ।

ଏଥିରେ ଅଜୟ କୁମାର ଲଲ୍ଲୁ, ଭକ୍ତଚରଣ ଦାସ, ରାମଚନ୍ଦ୍ର କାଡ଼ା, ଭୁପେଶ ବଘେଲ, ସଚିନ ପାଇଲଟ, ସପ୍ତଗିରି ଉଲାକା, ଏ. ରେବନ୍ତ ରେଡି, ମଲ୍ଲୁ ଭଟ୍ଟି ବିକ୍ରମାର୍କ, ଗିରିଧର ଗମାଙ୍ଗ, କହ୍ନେୟା କୁମାର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଶହନଓ୍ବାଜ ଚୌଧୁରୀ, କିଶୋର ପଟେଲ, ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି ପ୍ରମୁଖ ରହିବେ ।

​​​​​​​

​​​​​​​