ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ମାଟି ସାମଗ୍ରୀକୁ ମିଳୁ କୁଟୀରଶିଳ୍ପ ମାନ୍ୟତା, ମିଶନଶକ୍ତି ଜରିଆରେ ପ୍ରୋତ୍ସାହନ ଦିଅ: କୁମ୍ଭାର ସମ୍ପ୍ରଦାୟ

କୋରାପୁଟ,୧୧/୧୧: ମିଶନ ଶକ୍ତି ଜରିଆରେ କୁଟୀର ଶିଳ୍ପ ପ୍ରତିଷ୍ଠା ପାଇଁ ଏସ୍‌ଏଚ୍‌ଜିଙ୍କୁ  ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ତେଣୁ ମାଟି ତିଆରି ସାମଗ୍ରୀକୁ ମଧ୍ୟ ଏସ୍‌ଏଚ୍‌ଜିରୁ  ଏସ୍‌ଏମ୍‌ଇ ଯୋଜନାରେ ସାମିଲ୍‌ କରିବାକୁ କୁମ୍ଭାର  ସମ୍ପ୍ରଦାୟ ପକ୍ଷରୁ ଦାବି କରାଯାଇଛି । କେତେକ  କୁମ୍ଭକାର କହିଛନ୍ତି, ପାର୍ବଣରେ ପରମ୍ପରା ଅନୁଯାୟୀ  ମାଟି ଦୀପ ଖୋଜାପଡ଼େ । ଦୀପାବଳିରେ ଏହି ଦୀପ  ପରମ୍ପରାର ମୂକସାକ୍ଷୀ ହୋଇଥାଏ । ବଜାରକୁ  ଯେତେ ବିଦେଶୀ ଲାଇଟ୍‌ ଆସିଲେ ବି ପୂଜାର୍ଚ୍ଚନାରେ  ମାଟି ଦୀପ ହିଁ ବ୍ୟବହାର ହୁଏ । ତେଣୁ ମାଟି ତିଆରି  ସାମଗ୍ରୀକୁ କୁଟୀର ଶିଳ୍ପର ମାନ୍ୟତା ପ୍ରଦାନ ସହ  ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ ।  

କୋରାପୁଟ ବ୍ଲକର ଝଡିଗୁଡ଼ା ଓ  କୁମ୍ଭାରଲିଙ୍କାକୁ କୁମ୍ଭାରଙ୍କ ଗାଁ ବୋଲି କୁହାଯାଏ ।  ଏଠାରେ ବସବାସ କରୁଥିବା ୯୦ପ୍ରତିଶତ ପରିବାର ଏହି ସମ୍ପ୍ରଦାୟର । ମାଟିରୁ ବିଭିନ୍ନ ସାମଗ୍ରୀ ତିଆରି  କରିବା ଏମାନଙ୍କ କୌଳିକ ବୃତ୍ତି । ଆବଶ୍ୟକ  ମଜୁରୀ ପାଉନଥିଲେ ବି ବୃତ୍ତିକୁ ସେମାନେ  ଛାଡ଼ିନାହାନ୍ତି । ଏମାନେ ଭଳିକି ଭଳି ମାଠିଆ,  ସୁରେଇ, ଦୀପ, ରୋଷେଇ ସାମଗ୍ରୀ ଆଦି ତିଆରି  କରନ୍ତି । ଗାଁ ବାହାରୁ ମାଟି ଆଣି ଏସବୁ ନିର୍ମାଣ  କରିଥାନ୍ତି । ଜିଲ୍ଲାର କେତେକ ମନ୍ଦିର କର୍ତ୍ତୃପକ୍ଷ  ଗାଁକୁ ଆସି ଦୀପ ଓ ବିଭିନ୍ନ ସାମଗ୍ରୀ କିଣିନିଅନ୍ତି ।  ଏହା ବାଦ୍‌ ସେମାନଙ୍କୁ କୋରାପୁଟ ବଜାରକୁ ଯାଇ  ପସରା ମେଲାଇବାକୁ ପଡ଼େ । ସବୁଦିନ ବ୍ୟବସାୟ  ନହେଲେ ମଧ୍ୟ ଏହି କାମକୁ ସେମାନେ ଛାଡ଼ି ପାରିନାହାଁନ୍ତି ବୋଲି ପଦ୍ମିନୀ କୁମ୍ଭାର କହିଛନ୍ତି । 

ସେ  ଆହୁରି କହିଛନ୍ତି, ସରକାରୀ ପ୍ରୋତ୍ସାହନ ମିଳିଲେ  ଏହି ବ୍ୟବସାୟ ଜୋର୍‌ ଧରିବ । କାରିଗରମାନେ  ଉଚିତ୍‌ ପାରିଶ୍ରମିକ ପାଇବା ସହ ବ୍ୟବସାୟକୁ  ଏକ ସ୍ୱତନ୍ତ୍ର ପରିଚୟ ମିଳିବ । ରାଜ୍ୟ ସରକାର ଏସ୍‌ଏଚ୍‌ଜି ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ  କରିଛନ୍ତି । ସେମାନଙ୍କୁ ଉଦ୍ୟୋଗୀ କରିବା ଲାଗି  ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏହି ଗୋଷ୍ଠୀ ଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଦେଇ ମାଟି  ତିଆରି ସାମଗ୍ରୀ ନେଇ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବା  ଆବଶ୍ୟକ । ଯାହାଦ୍ୱାରା ବ୍ୟବସାୟ ବଢ଼ିବା ସହ ବ୍ୟବସାୟୀକରଣ ମଧ୍ୟ ହୋଇପାରିବେ । ଏହାଦ୍ୱାରା କୁମ୍ଭାର ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକସ୍ତରରେ ବିକାଶ ହୋଇପାରିବ । କାର୍ତ୍ତିକ  କୁମ୍ଭାର କହିଛନ୍ତି, ପ୍ରତିବର୍ଷ ଦୀପାବଳିରେ ମାଟି  ଦୀପର ଚାହିଦା ରହିଥାଏ ।   

ବଜାରରେ ଭଳିକିଭଳି ବିଦ୍ୟୁତ୍‌ ଲାଇଟ୍‌  ମିଳିବା ପରେ ମାଟି ଦୀପରୁ ଗ୍ରାହକମାନେ ମୁହଁ  ଫେରାଉଛନ୍ତି । ମାଟିଦୀପ ପାଇଁ ଗ୍ରାହକଙ୍କ ମଧ୍ୟରେ ପୂର୍ବ ଭଳି ଆଉ ଉତ୍ସାହ ଦେଖିବାକୁ ମିଳୁନି ।  ବ୍ୟବସାୟ ନେଇ ଯେଉଁ ଆଶା କରାଯାଉଥିଲା  ତାହା ପୂରାହେଉନି । ଚାହିଦା ବଢ଼ାଇବା ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିବା  ଭଲ । ମିଶନ ଶକ୍ତି ଜରିଆରେ କୁଟୀର ଶିଳ୍ପ  ଓ ଉତ୍ପାଦନକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ମାଟି ଦୀପ ତିଆରି ପାଇଁ ମଧ୍ୟ  ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ ।

Copyright © 2022 - Summa Real Media Private Limited. All Rights Reserved.