ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଝିଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ଛୁଇଁଲେନି ଜାତି ଭାଇ, ଟ୍ରଲିରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ

କୁଚିଣ୍ଡା,୨୦/୦୨: ଜାତିକୁ ନେଇ ରହିଥିବା କୁସଂସ୍କାର ସମାଜକୁ ଆଜି ବି କବଳିତ କରି  ରଖିଛି । ବିଭିନ୍ନ ସ୍ଥାନରେ ଜାତି ସମାଜକୁ ନେଇ ଅନେକ ଅପ୍ରୀତିକର ଘଟଣା ଘଟୁଛି ।  ସୋମବାର କୁଚିଣ୍ଡା ସହରରେ ଜଣେ ବୃଦ୍ଧା ଏହି କୁସଂସ୍କାର ପାଇଁ  ଚାରି କାନ୍ଧ ପାଇ ପାରିନାହାନ୍ତି । ତାଙ୍କ ଝିଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ସମ୍ପର୍କୀୟ  ତଥା ଜାତି ଭାଇ ଶବ ଛୁଇଁଲେନି । ଶେଷରେ ଟ୍ରଲି  ରିକ୍ସାରେ ଶବ ନିଆଯାଇ ଶେଷକୃତ୍ୟ କରାଯାଇଛି । 

କୁଚିଣ୍ଡା ସହର ୱାର୍ଡ ନଂ ୫ ବଡ଼ପଡ଼ାଠାରେ  ଗୋମତୀ ଛତ୍ରିଆ (୮୦) ତାଙ୍କ ଝିଅ ସମିତା  ଗୁରୁ (୩୫) ଓ ଜ୍ୱାଇଁ ମନବୋଧ ଗୁରୁଙ୍କ  ସହିତ ରହୁଥିଲେ । ଅସୁସ୍ଥତା କାରଣରୁ  ତାଙ୍କୁ ଆଜି କୁଚିଣ୍ଡା ହସ୍ପିଟାଲ୍‌ ନିଆଯାଇଥିଲା ।  ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏ  ନେଇ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲା ।  ହେଲେ ତାଙ୍କ ଝିଅ ଅନ୍ୟ ଜାତିରେ ବିବାହ  କରିଥିବାରୁ ସମ୍ପର୍କୀୟମାନେ ଆସିନଥିଲେ ।  ଶେଷରେ ଗୋମତୀଙ୍କ ପୁତୁରା ସୁଶାନ୍ତ ଛତ୍ରିଆ  ସହିତ ଜ୍ୱାଇଁ ମନବୋଧ ଏକ ଟ୍ରଲି ରିକ୍ସାରେ  ମୃତ ଦେହ ବୋହି ନେଇ ଶେଷକୃତ୍ୟ ସମ୍ପନ୍ନ  କରିଥିଲେ। ଗୋମତୀଙ୍କ ଝିଅ ଜ୍ୱାଇଁ ଅତି  ଗରିବ ଶ୍ରେଣୀର । ଶୁଦ୍ଧିକ୍ରିୟା ପାଇଁ ପ୍ରଶାସନ  ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ  ଦେବାକୁ ସେମାନେ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.