ବାଉଁଶୁଣୀ,୧୬।୯: ବୌଦ୍ଧ ବ୍ଲକ ବହିରା ଗ୍ରାମପଞ୍ଚାୟତ କୁମ୍ଭାରପଡା ଗ୍ରାମବାସୀ ଶନିବାର ଘର ଡିହ ଯୋଗାଇଦେବା ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ୧୯୮୨ ମସିହା ପ୍ରୟଙ୍କାରୀ ବନ୍ୟାରେ ତେନ୍ତୁଳିପାଲି ଗ୍ରାମ ବହୁତ କ୍ଷତିଗ୍ରସ୍ତ ହୋଇଥିଲା l ତତ୍କାଳୀନ ଫୁଲବାଣୀ ଜିଲ୍ଲାପାଳ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରିଥିଲେ। ତୁମେ ତୁରନ୍ତ ଉଚ୍ଚ ଜାଗାକୁ ଯାଅ l ତୁମକୁ ଜାଗା ଦିଆଯିବ ବୋଲି କହିଥିଲେ l ତାପରେ କୁମ୍ଭୀରସାହିକୁ ୩୫ ପରିବାର ପର୍ଯ୍ୟାୟ କ୍ରମେ ଆସି ବସତି ସ୍ଥାପନ କରିଥିଲେ l କିନ୍ତୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l ଆଜି ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନେତୃତ୍ୱରେ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳ କୁମ୍ଭୀର ସାହି ଗ୍ରାମର ସମସ୍ତ ଲୋକଙ୍କୁ ଖୁବ ଶୀଘ୍ର ଘରଡ଼ିହ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l
ଆହୁରି ପଢନ୍ତୁ : ଭିଜିଲାନ୍ସ ଜାଲରେ ଆରଆଇ, ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ