ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିରିଙ୍ଗିଆରେ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରୀୟ ମାନ ନିର୍ଦ୍ଧାରଣ ଟିମ , ପବିଙ୍ଗିଆ ଓ ମାସିରୀପଡା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କଲେ ସ୍ଥିତି ଅନୁଧ୍ୟାନ

ଫିରିଙ୍ଗିଆ,୨୪।୨  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ର ଦୁଇଜଣିଆ ଟିମ ପହଂଚି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପବିଙ୍ଗିଆ ଓ ମାସି ରୀପଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବୁଲି ଦେଖିବା ସହ କେନ୍ଦ୍ର ମାନଙ୍କର ସ୍ଥିତି ଅନୁଧ୍ୟାନ କରିଛନ୍ତି I ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ର ଏହି ଦୁଇଜଣିଆ ଡାକ୍ତରୀ ଟିମ ପହଂଚି ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସହ ଅଂଚଳର ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କ ସହ ଆରୋଗ୍ୟ କେନ୍ଦ୍ର ମାଧ୍ୟମରେ ଦିଆଯାଉଥିବା ସୁବିଧା ସୁଯୋଗ   ରୋଗୀ ସେବା ଓ ଆରୋଗ୍ୟ କେନ୍ଦ୍ର ମାନଙ୍କ ର ସ୍ୱଚ୍ଛ ପରିବେଶ ବିଷୟରେ ଆଲୋଚନା କରିଥିଲେ I 

 ତେବେ ଏହି ଦୁଇଜଣିଆ ଡାକ୍ତରୀ ଟିମ ରେ ୱେଷ୍ଟ ବେଙ୍ଗଲ ର ଡାକ୍ତର ନିରଞ୍ଜନ ଗଙ୍ଗୋପାଧ୍ୟାୟ ଆନ୍ଧ୍ରପ୍ରଦେଶ ର ଡାକ୍ତର ରବିକୁମାର ମନ୍ତ୍ରୀ ,ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରବୋଧ କୁମାର ପ୍ରଧାନ ଙ୍କ ସହ ଅତିରିକ୍ତ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁମନ୍ତ କୁମାର ମାଝୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ବିପିଏମ ହରଗୋବିନ୍ଦ ଜାନି, ବିଏଏମ ସୁଜିତ ମହାନ୍ତି, ବିଡ଼ିଏମ ପ୍ରତ୍ୟୁଷ କାନ୍ତି, ଏମଟିଏସ ଶରତ ମହାପାତ୍ର, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଏଡିପିଏଚଓ ଡାକ୍ତର ପ୍ରଭାକର ସାହୁ, ଏଏମକ୍ୟୁ ସୁଶାନ୍ତ ସୁତାର ପବିଙ୍ଗିଆ ସ୍ଵାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଜାତା ବେହେରା, ମାସରୀପଡା କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ କର୍ମୀ ଝିଲି ନାୟକ, ସିଏଚଓ ଚିନ୍ମୟୀ ଶତପଥୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଶରତ କୁମାର କହଁର ପ୍ରମୁଖ ଉପସ୍ଥିତ ଥିଲେ I ତେବେ ସ୍ୱାସ୍ଥ୍ୟ ସେବାର ମାନ ନିର୍ଦ୍ଧାରଣ ସହ ଅଂଚଳରେ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଓ ସ୍ଵାସ୍ତ୍ୟ କେନ୍ଦ୍ର ମାନଙ୍କ ର ଭିତ୍ତିଭୂମିର ବିକାଶ ସହ ତାର ସ୍ୱଚ୍ଛତା ଏହି ଗସ୍ତର ମୂଳ ଲକ୍ଷ୍ୟ ବୋଲି ପରିଦର୍ଶନ ରେ ଆସିଥିବା କେନ୍ଦ୍ରୀୟ ପରିଦର୍ଶକ ମାନେ ମତ ଦେଇଛନ୍ତି I


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.