ନୂଆଦିଲ୍ଲୀ,୦୧/୧୦: ଆଜିଠାରୁ ଜେନେରାଲ ରିଜର୍ଭେସନ ବା ସାଧାରଣ ବର୍ଗ ଟିକଟ ବୁକିଂ ଲାଗି ଇ-ଆଧାର ଜରୁରୀ ହେବ । ରେଲୱେ ପକ୍ଷରୁ ୧୪ ସେପ୍ଟେମ୍ବରରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ଆଇଆର୍ସିଟିସି ୱେବସାଇଟ କିମ୍ବା ଆପ୍ଲିକେସନରୁ ଜେନେରାଲ ରିଜର୍ଭେନ୍ସନ ଖୋଲିବାର ପ୍ରଥମ ୧୫ ମିନିଟ ଟିକଟ ବୁକିଂ କରିବା ଲାଗି ଆଧାର ପ୍ରମାଣନ ଜରୁରୀ ହେବ । ଏହା ଦ୍ୱାରା ଜାଲ୍ ଆଇଡି, ଏଜେଣ୍ଟ ଏବଂ ଟିକଟ କଳାବଜାରୀ ଉପରେ ରୋକ ଲଗାଇବାକୁ ଲକ୍ଷ୍ୟ ରଖିଛି ରେଲୱେ ।
ଆଇଆର୍ସିଟିସି ଆକାଉଣ୍ଟ ପୂର୍ବରୁ ଆଧାର ଲିଙ୍କ୍ ହୋଇଥିଲେ ଟିକଟ ବୁକିଂରେ କୌଣସି ସମସ୍ୟା ରହିବନି । ଅପେକ୍ଷା ସମୟ କମିବ ଏବଂ ଟିକଟ ଶୀଘ୍ର କନଫର୍ମ ହେବ । ରେଲୱେର ପିଆର୍ଏସ୍ କାଉଣ୍ଟରରୁ ଟିକଟ ବୁକ୍ କରିବା ସୂଚୀ ପୂର୍ବଭଳି ରହିବ । ସେହିଭଳି ରେଲୱେର ଅଧିକୃତ ଟିକେଟିଂ ଏଜେଣ୍ଟଙ୍କ ଲାଗି ଦିନର ପ୍ରଥମ ୧୦ ମିନିଟ୍ କଟକଣା ମଧ୍ୟ ପୂର୍ବଭଳି ଜାରି ରହିବ ।