ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ସନ୍ଦେଶଖାଲି ମାମଲାର ଅଭିଯୁକ୍ତ ବିରୁଦ୍ଧରେ ଆଉ ଏକ ମାମଲା, ୬ଟି ଠିକଣାରେ ଚଢ଼ାଉ କଲା ଇଡି

Image Courtesy: livehindustan

କୋଲକାତା: ସନ୍ଦେଶଖାଲିରେ ହିନ୍ଦୁ ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ଜମି କବଜା ମାମଲାର ଅଭିଯୁକ୍ତକୁ ତ୍ରାହି ମିଳିବ ନାହିଁ । ଅଭିଯୁକ୍ତ ଟିଏମସି ନେତା ଶାହଜାହାଁ ଶେଖ୍‌କୁ ସବୁଆଡ଼ୁ ଚେକ୍‌ ଦେବାକୁ ଲାଗିପଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅଭିଯୁକ୍ତ ବିରୁଦ୍ଧରେ ଜମି ହଡ଼ପ ନେଇ ଆଉ ଏକ ମାମଲା ରୁଜୁ କରିଛି ତଦନ୍ତ ଏଜେନ୍ସି । ସେପଟେ ଜାନୁଆରୀ ୫ରୁ ଫେରାର ଥିବା ଶାହଜାହାଁକୁ ପୋଲିସ ଖୋଜୁଛି । 

 ଏହାରି ଭିତରେ ଶୁକ୍ରବାର ଶାହଜାହାଁର ୬ଟି ଠିକଣା ଉପରେ ଇଡି ଚଢ଼ାଉ କରିଛି । ଏହା ପୂର୍ବରୁ ଜାନୁଆରୀ ମାସରେ ଇଡି ଟିମ୍‌ ଶାହଜାହାଁର ସନ୍ଦେଶଖାଲି ସ୍ଥିତ ଘରେ ପହଞ୍ଚିଥିଲା । ଏହି ସମୟରେ ଇଡି ଟିମ୍‌ ଉପରେ ଶାହଜାହାଁ ପାଳିଥିବା ଗୁଣ୍ଡାମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇଡି ଅଧିକାରୀମାନେ ଗୁରୁତର ହୋଇଥିଲେ । ଏହା ପରଠାରୁ ଶାହଜାହାଁ ଶେଖ ଫେରାର ରହିଛି ଏବଂ ତାର ସନ୍ଧାନ ମିଳିପାରି ନାହିଁ । 

ହାଓ୍ବଡା ଏବଂ ଦକ୍ଷିଣ କୋଲକାତାର ୬ଟି ଠିକଣା ଉପରେ ଇଡି ଚଢ଼ାଉ କରିଛି । ଏହି ତାଲିକାରେ ଦୁଇ ଜଣ ବ୍ୟବସାୟୀ ସାମିଲ ଥିବା ଜଣାପଡ଼ିଛି । ଏହି ଠିକଣାରେ ଶାହଜାହାଁ ଥାଇପାରେ ବୋଲି ଇଡି ଆଶଙ୍କା କରିଥିଲା । ହେଲେ ଇଡିକୁ ଖାଲିହାତରେ ଫେରିବାକୁ ପଡ଼ିଛି । ସେପଟେ ଶାହଜାହାଁ ବ୍ୟତୀତ ତାର ଦୁଇ ସହଯୋଗୀ ସର୍ଦ୍ଦାର ଓ ହଜରା ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.