ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ମାଲକାନଗିରି ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ନିର୍ବାଚିତ ଜନ ପ୍ରତିନିଧି

ମାଲକାନଗିରି, ୧୩।୧୧(ଆପ୍ର ): ନିର୍ବାଚିତ ଜନ ପ୍ରତିନିଧି ଙ୍କୁ ଅଣଦେଖା କରିବା ପ୍ରତିବାଦରେ ମାଲକାନଗିରି ବ୍ଲକ କାର୍ଯ୍ୟଳୟରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି। 

 ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକରେ ଥିବା କିଛି ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଅବଗତ ନ କରିବା, ସେମାନଙ୍କ ମତାମତ ନ ଲୋଡିବା, ବିଭିନ୍ନ ବୈଠକରେ ସେମାନଙ୍କୁ ଜନ ପ୍ରତିନିଧିର ମାନ୍ୟତା ନଦେବା ଭଳି ଅଭିଯୋଗ କରି ଏହି ଜନ ପ୍ରତିନିଧି ମାନେ ଆଜି ବ୍ଲକ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରିବା ସହ ବ୍ଲକ କାର୍ଯ୍ୟଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଏହି ବିକ୍ଷୋଭ ଯୋଗୁଁ ବିଡିଓ ପ୍ରଭାତୀ ଝଡିଆ ନିଜ କକ୍ଷକୁ ଯାଇ ନପାରି ବାହାରେ ଅଟକି ରହିଥିଲେ । ପରେ ପୋଲିସ ପହଞ୍ଚି ଜନପ୍ରତିନିଧି ମାନଙ୍କୁ ବୁଝାସୁଝା କରି କାର୍ଯ୍ୟଳୟରୁ ତାଲା ଖୋଲିଥିଲା । 

ତେବେ ଏନେଇ ବିଡିଓ ପ୍ରଭାତୀ ଝଡିଆ ପ୍ରକାଶ କରିଛନ୍ତି ଯେ, ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଏପରି କରିବା ଉଚିତ ନୁହେ, ସେମାନେ ଆଇନକୁ ହାତକୁ ନେବା ବଦଳରେ ମୋ ସହ କିମ୍ବା ମୋର ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଭେଟି ନିଜର ଅଭିଯୋଗ ଜଣାଇ ପାରିଥାନ୍ତେ । ଏହା ବ୍ୟତୀତ ଏହି ଜନ ପ୍ରତିନିଧି ମାନେ ଯାହାବି ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ ମିଥ୍ୟା ଅଟେ, ଆମେ ସଦା ସର୍ବଦା ଲୋକଙ୍କ ସମସ୍ୟା ଦୂର କରିବା ପାଇଁ କାର୍ଯ୍ୟ କରୁଛୁ । ତେଣୁ ଆଗକୁ ଯାହାବି ଅଭିଯୋଗ ଅଛି ତାହାର ସମାଧାନ କରଯିବ ବୋଲି ବିଡିଓ ପ୍ରକାଶ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.