ଜୟପୁର, ୦୨/୦୯: ଜଣଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣଙ୍କ ଜୀବନ ଚାଲିଗଲା । ଅଟା କଳରେ ଟଳି ପଡ଼ିଲେ ୨ ଛୁଆଙ୍କ ସମେତ ୪ ଜଣ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବାଡ଼ମେରରେ । ଅଟା କଳରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି ।
୨ ଛୁଆଙ୍କ ସହ ଗୋଟିଏ ପରିବାରର ୪ ଜଣ ମୃତ୍ୟୁବରଣ କରିଛନ୍ତି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି । ତେବେ ଅଟା କଳରେ କିଭଳି ବିଦ୍ୟୁତ୍ ପ୍ରବାହ ହେଲା ଜଣାପଡ଼ି ନାହିଁ ।
କେତେ ଶକ୍ତିଶାଳୀ ଆଦିତ୍ୟକୁ ଅନ୍ତରୀକ୍ଷରେ ଅବସ୍ଥାପିତ କରିବାକୁ ଥିବା L1 ପିଏସ୍ଏଲଭି ରକେଟ୍ ?
ବାଡ଼ମେରର ଶିବ ଥାନା ଅନ୍ତର୍ଗତ ଆରଙ୍ଗ ଗାଁରେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଏହି ଅଘଟଣ ଘଟିଛି । ଅର୍ଜୁନ ସିଂହ ଘରେ ନଥିବା ସମୟରେ ତାଙ୍କ ପତ୍ନୀ ଅଟା ପେଷୁଥିଲେ । ସେହି ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ମାଆଙ୍କ ଚିତ୍କାର ଶୁଣି ୨ ଛୁଆ ଧାଇଁ ଆସିଥିଲେ । ସେମାନେ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ।
ଏହାପରେ ସମସ୍ତଙ୍କ ଚିତ୍କାର ଶୁଣି ଅର୍ଜୁନ ସିଂହଙ୍କ ଶ୍ୱଶୁର ଧାଇଁ ଆସିଥିଲେ । ଝିଅ ଓ ୨ ଛୁଆଙ୍କୁ ବଞ୍ଚାଇବାକୁ ପ୍ରୟାସ କଲା ବେଳେ ସେ ବି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ବାପାଝିଅଙ୍କ ସହ ୨ ଛୁଆଙ୍କ ମୃତ୍ୟୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ହୋଇଛି ।