ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଶିମିଳିପାଳରେ ଦନ୍ତା ହାତୀ ଶିକାରର ପ୍ରମାଣ ପାଇଲା ବନ ବିଭାଗ

 ବାରିପଦା,୨୧।୧୧ : ଶିକାରୀଙ୍କ ଅଭୟାରଣ୍ୟ ପାଲଟିଥିବା ଶିମିଳିପାଳ ରେ ଦନ୍ତା ହାତୀ ଶିକାର ର ପ୍ରମାଣ ପାଇଛି ବନ ବିଭାଗ l ଗତ ରବିବାର ଠାକୁରମୁଣ୍ଡା ବନ ଖଣ୍ଡ ଅନ୍ତର୍ଗତ ଭେଜଡିହା ଚେକ ଗେଟ ରେ ଦୁଇଟି ହାତୀ ଦାନ୍ତ ସହ ୪ଜଣ ଙ୍କୁ ଗିରଫ କରିଥିଲା ବନ ବିଭାଗ l ଏହି ମାମଲାର ଖୋଲାତାଡ଼ କରୁ କରୁ ବନ ବିଭାଗ କବାଟ ଘାଇ ସେକସନ କାନ୍ଦିହାର ବିଟ ଖେଜୁରୀ ଠାରୁ ଏକ ୨୨ବର୍ଷୀୟ ହାତୀର ଗଳିତ ଶବ ଉଦ୍ଧାର କରାଯାଇ ପୋଡି ଦିଆ ଯାଇଛି l 

ତେବେ ଏ ସମ୍ପର୍କ ରେ ବନବିଭାଗ ଗଣ ମାଧ୍ୟମକୁ କୌଣସି ସୂଚନା ଦେଇ ନ ଥିବା ବେଳେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗୀନେନିଙ୍କୁ ପଚାରିବା ପରେ ସେ କହିଛନ୍ତି ଯେ, ନିକଟରେ ଜବତ ହୋଇଥିବା ହାତୀ ଦାନ୍ତ ସମ୍ପର୍କରେ ଖୋଲାତାଡ଼ କରୁ କରୁ ଏହି ହାତୀର ଗଳିତ ଶବ ମିଳିଥିଲା l ତେବେ ଶିକାରୀମାନଙ୍କ ଠାରୁ ଜବତ ହୋଇଥିବା ଦାନ୍ତ ଏହି ହାତୀର କି ନୁହେଁ ତାହା ଲେବରେ୍ଟୋରୀ ଟେଷ୍ଟ ପରେ ଜଣା ପଡିବ l 

ଆହୁରି ପଢନ୍ତୁ : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ୍ ହାତରେ ଧରାପଡିଲେ ବାଉଁଶୁଣୀ ଥାନା ଏସଆଇ

Copyright © 2022 - Summa Real Media Private Limited. All Rights Reserved.