ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଚେନ୍ନାଇରେ ଭିକ ମାଗୁଛନ୍ତି ମିଆଁମାରର ଇଂରାଜୀ ଶିକ୍ଷୟିତ୍ରୀ , ଭାବ ବିହ୍ୱୋଳ କରିଦେବ ଏହି କଥା

ଚେନ୍ନାଇ – କୁହାଯାଏ ଜୀବନକୁ ଭରସା ନାହିଁ। ଜଣା ନଥାଏ ଏହା କେତେବେଳେ କଣ ହୋଇଯାଏ। କାରଣ ଚ୍ୟାଲେଞ୍ଜ କୌଣସି ନା କୌଣସି ସମୟରେ ଆସିପାରେ। ଏହି କ୍ରମରେ କାହାଣୀ ମିଆଁମାରର ଜଣେ ବୟସ୍କା ଶିକ୍ଷୟିତ୍ରୀଙ୍କର , ଯିଏକି ପ୍ରାଞ୍ଜଳ ଭାବେ ଇଂରାଜୀ କହି ପାରୁଛନ୍ତି। କିନ୍ତୁ ଏମିତି ହୋଇଛି କି ସେ ସଡ଼କରେ ବସି ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି । 

ନିକଟରେ ଜଣେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ମହମ୍ମଦ ଆଶିକଙ୍କର ସାକ୍ଷାତ ସଡ଼କରେ ଭିକ ମାଗୁଥିବା ଜଣେ ବୟସ୍କ ମହିଳାଙ୍କ ସହ ହୋଇଥିଲା । ଏହି ମହିଳା ପୂର୍ବରୁ ମିଆଁମାର (ପୂର୍ବର ବର୍ମା)ରେ ଜଣେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ । ନିଜର ବିବାହ ପରେ ସେ ଚେନ୍ନାଇକୁ ଶିଫ୍ଟି ହୋଇଯାଇ ଥିଲେ । ହେଲେ ସ୍ଥିତି କିଛି ଏପରି ହୋଇଗଲା କି ଏବେ ସେ ଭିକ ମାଗୁଛନ୍ତି । 

ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ଥିତିରେ ପ୍ରଭାବିତ ହୋଇ , ମହମ୍ମଦ ଆଶିକ ବୟସ୍କ ମହିଳା ମର୍ଲିନଙ୍କୁ ବୃଦ୍ଧାଶ୍ରମକୁ ଶିଫ୍ଟ କରିବାକୁ ସାହାଯ୍ୟ କରିଥିଲେ। ସେ ନିଜର ସୋସିଆଲ ମିଡ଼ିଆରେ ମର୍ଲିନଙ୍କ ସହ ନିଜର କଥାବାର୍ତ୍ତାର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଭିଡ଼ିଓରେ ମର୍ଲିନ ମିଆଁମାରରୁ ଭାରତ ଆସିବା ଯାଏ ନିଜର ଯାତ୍ରା ବିଷୟରେ କହିଛନ୍ତି । ସେ କହିଛନ୍ତି କି  କେମିତି ଗୋଟିଏ ପରେ ଗୋଟିଏ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କାରଣରୁ ସେ ନିଜର ସବୁ ପ୍ରିୟଜନଙ୍କୁ ହରାଇଛନ୍ତି । ଶେଷରେ ତାଙ୍କୁ ଏମିତି ସ୍ଥିତି ଦେଇ ଗତି କରିବାକୁ ବାଧ୍ୟ ହେବାକୁ ପଡ଼ିଲା । ଯାହାକି ସେ ସଡ଼କରେ ରହିବା ବ୍ୟତୀତ ଆଉ କୌଣସି ବିକଳ୍ପ ନଥିଲା । 


ମର୍ଲିନ କୁହନ୍ତି , ଚର୍ଚ୍ଚରେ ବିବାହ ପରେ ତାଙ୍କର ସ୍ୱାମୀ ତାଙ୍କୁ ଭାରତ ନିଜ ମାଆଙ୍କ ପାଖକୁ ନେଇ ଆସିଥିଲେ । କିନ୍ତୁ ସେ ସମସ୍ତେ ଜଣଙ୍କ ପରେ ଜଣେ ମରି ଯାଇଥିଲେ । ସେ କୁହନ୍ତି ପେଟ ଭରିବା ପାଇଁ ମୋତେ କିଛି ବି କରିବାକୁ ପଡ଼ିଲା । ମୁଁ ମାଡ୍ରାସ (ଏବେ ଚେନ୍ନାଇ) ଆସିଲି। ଏବେ ମୁଁ (ଖାଇବା ପାଇଁ)ଭିକ ମାଗୁଛି। କେବେ (ଖାଦ୍ୟ ମିଳେ) କେବେ ମିଳେନି। ମୋତେ ଭୋକିଲା ରହିବାକୁ ପଡ଼େ। ମୁଁ ବର୍ମାରେ ପଢାଉ ଥିଲି। ଟ୍ୟୁସନ କରୁଥିଲି। ସବୁ କିଛି ଚାଲି ଯାଇଛି। 

ଏହି ବୟସ୍କ ମହିଳାଙ୍କୁ ସଙ୍କଟରୁ ବାହାର କରିବାକୁ ମହମ୍ମଦ ଆଶିକ ତାଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ। ସେ ନିଜ ପେଜରେ ଲୋକଙ୍କୁ ଇଂରାଜୀ ଶିଖାଉଛନ୍ତି । ଲୋକେ ତାଙ୍କର ଇଂରାଜୀରେ ଏତେ ପ୍ରଭାବିତ ହେଲେ କି ତାଙ୍କର ଆକାଉଣ୍ଟରେ ଏବେ ୫.୬୭ଲକ୍ଷରୁ ଅଧିକ ଫଲୋୟର୍ସ ହୋଇସାରିଛି । ଏହା ବ୍ୟତୀତ ମର୍ଲିନଙ୍କୁ ଏକ ବୃଦ୍ଧା ଆଶ୍ରମକୁ ଶିଫ୍ଟ କରିଦିଆ ଯାଇଛି । ସେଠାରେ ତାଙ୍କୁ ସ୍ଥିର ଓ ଆରାମଦାୟକ ବାତାବରଣ ମିଳୁଛି। ଇଣ୍ଟରନେଟର ଶକ୍ତି ଅଦ୍ଭୁତ କାମ କରିଛି, ମର୍ଲିନର ପୂର୍ବତନ ଛାତ୍ରୀଙ୍କ ମଧ୍ୟରୁ ଜଣେ ତାଙ୍କୁ ଚିହ୍ନିପାରି ତାଙ୍କୁ ଭିଡ଼ିଓ କଲ୍ ମାଧ୍ୟମରେ ସଂପର୍କ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.