ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋପାଳପୁର ବେଳାଭୂମି ମହୋତ୍ସବ: ଗୁରୁବାରଠୁ ମଞ୍ଚ ଦୁଲୁକାଇବେ ବଲିଉଡ୍‌, ଓଲିଉଡ୍‌ ଷ୍ଟାର୍, ଖୋଲିବ ୩୦୦ ଷ୍ଟଲ୍‌

ବ୍ରହ୍ମପୁର,୨୩/୦୧: ଗୋପାଳପୁର ବେଳାଭୂମି ମହୋତ୍ସବ ଏଥର ମଧ୍ୟ ଧୁମ୍‌ଧାମ୍‌ରେ ଆୟୋଜନ  ହେବ । ଗଞ୍ଜାମ ଓ ଓଡ଼ିଶାର କଳା, ସଂସ୍କୃତି ବିକାଶ ପାଇଁ ଗୋପଳପୁର  ବେଳାଭୂମି ମହୋତ୍ସବ ଉତ୍କୃଷ୍ଟ ମଞ୍ଚ ହେବ । ମହୋତ୍ସବ ସମୟରେ ଏହା ବେପାର ବାଣିଜ୍ୟର ପେଣ୍ଠ ହେବ ।  ପ୍ରାୟ ୩୦୦ ଷ୍ଟଲ୍‌କୁ ନେଇ ପଲ୍ଲିଶ୍ରୀ  ମେଳା ଅନୁଷ୍ଠିତ ହେବ । ଏଥିରେ ୩୦ଟି ଷ୍ଟଲ୍‌ ଖାଦ୍ୟ ସାମଗ୍ରୀର ରହିବ ବୋଲି  ସୋମବାର ବିଏମ୍‌ସି ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭି.  କୀର୍ତ୍ତିଭାସନ୍‌ କହିଛନ୍ତି ।  

ସବୁଥର ଭଳି ଏଥର ମଧ୍ୟ  ବେଳାଭୂମି ମହୋତ୍ସବରେ ଦୁଇଟି ମଞ୍ଚ  ରହିବ । ଗୋଟିଏ ମଞ୍ଚରେ ଅପରାହ୍ନରୁ  ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ ହେବ । ସେହିପରି ଅନ୍ୟ ଏକ ମଞ୍ଚରେ ସନ୍ଧ୍ୟା ୬ଟାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ । ଲୋକଙ୍କ ମନୋରଞ୍ଜନ ପାଇଁ  ଓଲିଉଡ୍‌, ବଲିଉଡ୍‌, ସ୍ଥାନୀୟ ଓ ରାଜ୍ୟ ବାହାର କଳାକାରଙ୍କୁ ଗୋପାଳପୁର  ମଞ୍ଚରେ ଦେଖିବାକୁ ମିଳିବ । ଉଦ୍‌ଘାଟନୀ ସନ୍ଧ୍ୟା ରଙ୍ଗାରଙ୍ଗ୍‌ ହେବ ।  ଦେଶର ଲୋକପ୍ରିୟ ବ୍ୟାଣ୍ଡ ପ୍ରଥମ ଦିନ ମଞ୍ଚରେ ମ୍ୟୁଜିକ୍‌ ଯାଦୁ ପ୍ରଦର୍ଶନ  କରିବ । ବୁଧବାର ସନ୍ଧ୍ୟାରେ ସନମ୍‌  ବ୍ୟାଣ୍ଡ୍‌ ବିଶେଷ ଆକର୍ଷଣ ରହିଛି ।  ସେହିପରି ସୁପରହିଟ୍‌ ସିଙ୍ଗର୍‌ ଯୋଡ଼ି  ସଚେତ୍‌-ପରମ୍ପରା ମହୋତ୍ସବ ଦ୍ୱିତୀୟ  ସନ୍ଧ୍ୟାକୁ ରଙ୍ଗିନ୍‌ କରିବେ । ଚମତ୍କାର  ଗୀତରେ ଦର୍ଶକଙ୍କୁ ବିମୋହିତ କରିବେ ।  

ତୃତୀୟ ସନ୍ଧ୍ୟାକୁ ଆକର୍ଷଣୀୟ କରିବାକୁ  ଜଣେ ଭର୍ସାଟାଇଲ୍‌ ସିଙ୍ଗର୍‌ଙ୍କୁ ଚୟନ  କରାଯାଇଛି । ବଲିଉଡ୍‌ ପ୍ଲେ-ବ୍ୟାକ୍‌  ସିଙ୍ଗର୍‌ ଶିଳ୍ପା ରାଓ ତୃତୀୟ ସନ୍ଧ୍ୟାରେ  ଦର୍ଶକଙ୍କୁ ନଚାଇବେ ବୋଲି ମହୋତ୍ସବ  ଆୟୋଜକ କମିଟି ସୂଚନା ଦେଇଛି । ଗୋପାଳପୁର ମହୋତ୍ସବରେ  ପରିମଳ ତଦାରଖ ପାଇଁ ଅଧିକ  ବନ୍ଦୋବସ୍ତ କରାଯିବ ବୋଲି ବିଏମ୍‌ସି  କମିଶନର୍‌ ଜେ ସୋନାଲ କହିଛନ୍ତି।  ୟୁରିନାଲ୍‌, ସଫେଇ କର୍ମଚାରୀ ଅଧିକ  ସଂଖ୍ୟାରେ ନିୟୋଜିତ ହେବେ ବୋଲି  ସେ କହିଛନ୍ତି । 

ଏଥିର ଭିଆଇପି କିମ୍ବା  ଭିଭିଆଇପି ଭଳି କୌଣସ ପାସ୍‌  ବ୍ୟବସ୍ଥା ରହିବନି । କେବଳ ଗଣମାଧ୍ୟମ  ପାଇଁ ସ୍ୱତନ୍ତ୍ର ପାସ୍‌ କରାଯିବ । ଗଣମାଧ୍ୟମ  ପ୍ରତିନିଧିଙ୍କ ପାସ୍‌ରେ ପରିବାରର ଦୁଇ  ଜଣ ପ୍ରବେଶ କରିପାରିବେ । ଅନ୍ୟ  ଅତିଥି, ନିର୍ବାଚିତ ପ୍ରତିନିଧି ଏବଂ  ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପାଇଁ  ଷ୍ଟେଜ୍‌ ସାମ୍ନାରେ ଡି’ଜୋନ୍‌ କରାଯିବ ।  ସେଠାରେ ସେମାନଙ୍କ ପାଇଁ ବସିବାର  ବନ୍ଦୋବସ୍ତ କରାଯିବ ବୋଲି ବ୍ରହ୍ମପୁର  ଉପଜିଲ୍ଲାପାଳ କହିଛନ୍ତି । ପୁଲିସ  ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା,  କଣ୍ଟ୍ରୋଲ୍‌ ରୁମ୍‌ ଏବଂ ଟ୍ରାଫିକ୍‌  ପରିଚାଳନା ନେଇ ବନ୍ଦୋବସ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.