ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆତଙ୍କବାଦୀଙ୍କୁ ପାକିସ୍ତାନ ମତଦାତାଙ୍କ ନା, ନିର୍ବାଚନରେ ହାରିଲା ହାଫିଜ ସଇଦର ପୁଅ

Image Courtesy: indiatoday

ଇସ୍ଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନର ଫଳାଫଳ ଉପରେ ସମଗ୍ର ବିଶ୍ବର ନଜର ରହିଛି । ହେଲେ ରେଜଲ୍ଟ ଆସିବା ପାଇଁ ବହୁ ବିଳମ୍ବ ହେଉଛି । ଏହାକୁ ନେଇ ପାକିସ୍ତାନରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଗୋଟିଏ ଗୋଟିଏ ଆସନରେ ଫଳାଫଳ ସାମ୍ନାକୁ ଆସୁଛି । ସବୁଠୁ ବଡ଼ କଥା ହେଉଛି ପାକିସ୍ତାନ ସାଧାରଣ ନିର୍ବାଚନରେ ଆତଙ୍କବାଦୀ ହାଫିଜ ସଇଦ ନୂଆ ଦଳ ଘୋଷଣା କରିବା ସହ ପ୍ରାର୍ଥୀ ଦେଇଥିଲା । 

ହାଫିଜର ପୁଅ ଏବଂ ଜ୍ବାଇଁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ହେଲେ ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ପୁଅ ତଲହା ସଇଦ ନିର୍ବାଚନରେ ପରାସ୍ତ ହୋଇଛି । ମର୍କାଜୀ ମୁସଲିମ୍‌ ଲିଗର ପ୍ରାର୍ଥୀ ତଲାହ ଲାହୋର ନ୍ୟାସନାଲ ଆସେମ୍ବଲି ୧୨୨ ଆସନରୁ ପ୍ରାର୍ଥୀ ହୋଇଥିଲା । ହେଲେ ସେ ପରାଜୟର ସାମ୍ନା କରିଛି । ପାକିସ୍ତାନର ଭୋଟରମାନେ ଆତଙ୍କବାଦକୁ ନା କହିଛନ୍ତି । 

ଫଳାଫଳରେ ତଲହା ଷଷ୍ଠ ସ୍ଥାନରେ ରହିଛି । ତାକୁ ମାତ୍ର ୨୦୪୨  ଭୋଟ୍ ମିଳିଛି ।  ତଲହାଙ୍କୁ ପରାସ୍ତ କରିଥିବା ନେତାଙ୍କ ନାମ ହେଉଛି ଲତିଫ ଖୋସା, ଯିଏକି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତମ ସହଯୋଗୀ । ତଲହା ସଇଦ କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ପୁଅ ।  ଲଶ୍କର-ଇ-ତୋଇବାରେ ଦ୍ବିତୀୟ ନେତା ତଲାହ ସଇଦ । UAPA ଅଧୀନରେ ଭାରତ ସରକାର ତଲହାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି । 

 

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.