ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖରାପ ପାଗ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ଲେନକୁ ମିଳିଲାନି ଅବତରଣ ଅନୁମତି

ଭୋପାଳ, ୨୭/୦୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହ ଅନେକ ଜିଲ୍ଲାରେ ମଙ୍ଗଳବାର ପାଣିପାଗ ଅଚାନକ ବଦଳି ଯାଇଛି । ଆକାଶ ମେଘାଚ୍ଛନ୍ନ ହେବା ସହ ଜୋରରେ ପବନ ବହୁଛି । ଅନେକ ସ୍ଥାନରେ ମୂଷଳ ଧାରାରେ ବର୍ଷା ବି ହୋଇଛି । ଭୋପାଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବା ସହ ବର୍ଷା ହୋଇଛି ।

ପ୍ରତିକୂଳ ପାଣିପାଗ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ୱତନ୍ତ୍ର ବିମାନକୁ ଭୋପାଳରେ ଅବତରଣ ପାଇଁ ଅନୁମତି ମିଳି ନାହିଁ । ସୂଚନା ଅନୁସାରେ, ବିଜେପିର କୋର କମିଟି ବୈଠକରେ ଯୋଗ ଦେବାକୁ ଭୋପାଳ ଯାଉଥିଲେ ସିନ୍ଧିଆ । ଖରାପ ପାଣିପାଗ ପାଇଁ ଭୋପାଳ ଆକାଶରେ ସିନ୍ଧିଆଙ୍କ ବିମାନ ଚକ୍କର କାଟିଥିଲା ।

ପରେ ଅବତରଣ ପାଇଁ ଏଟିସି ଅନୁମତି ନ ଦେବାରୁ ଦିଲ୍ଲୀ ଫେରି ଯାଇଛି ବିମାନ । ସେହିଭଳି ଭୋପାଳ ଆସୁଥିବା ଏୟାର୍ ଇଣ୍ଡିଆର ବିମାନକୁ ଇନ୍ଦୋରକୁ ଡାଇଭର୍ଟ କରି ଦିଆ ଯାଇଛି । ସୂଚନା ଅନୁସାରେ, ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶର ଏକାଧିକ ଜିଲ୍ଲାକୁ ମଙ୍ଗଳବାର ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା ।

ମଙ୍ଗଳବାର ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିଛି । କେତେକ ସ୍ଥାନରେ କୁଆପଥର ବର୍ଷା ବି ହୋଇଛି । ପବନର ବେଗ ଅଧିକ ଥିବାରୁ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ସହ ଉଠାଦୋକାନୀଙ୍କ ଟ୍ରଲି ଓଲଟି ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.