ବ୍ରହ୍ମଗିରି,୬।୧୧(ଆପ୍ର): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବକ୍ସି ଜଗବନ୍ଧୁଙ୍କ ଦାୟାଦ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ସମାରୋହ ବ୍ରହ୍ମଗିରି ଗଡ଼ରୋଡ଼ଙ୍ଗ ସ୍ଥିତ ତାଙ୍କର ବାସଭବନରେ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ. ସମ୍ବିତ ପାତ୍ର, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କ କନ୍ୟା ଉପାସନା ମହାପାତ୍ର, ଲଲାଟେନ୍ଦୁଙ୍କ ଜ୍ୱାଇଁ ତଥା ସମାଜସେବୀ ଶୁଭ୍ରାଂଶୁ ଶେଖର ବିଶ୍ୱାଳ ଓ ଲୁଲୁଙ୍କୁ ଭଲ ପାଉଥିବା ବ୍ରହ୍ମଗିରି ଅଞ୍ଚଳର ଶହଶହ ବିଜେପି ଦଳୀୟ ନେତୃବୃନ୍ଦ ଓ କର୍ମୀ ମାନେ ଯୋଗ ଦେଇଥିଲେ l
ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି l ସ୍ବର୍ଗତ ଲୁଲୁ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା l କିନ୍ତୁ ବ୍ରହ୍ମଗିରି ବିଧାୟକ ତଥା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏଭଳି କାଯ୍ୟକ୍ରମରେ ଉପସ୍ଥିତ ହୋଇନଥିବାରୁ ଲୋକମାନଙ୍କ ମନରେ ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି l