ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୭ ଦିନ ମଧ୍ୟରେ ଫଣ୍ଡ ଜାରି ନକଲେ କେନ୍ଦ୍ର ବିରୋଧରେ ଜୋରଦାର ପ୍ରଦର୍ଶନ କରାଯିବ: ମମତା ବାନାର୍ଜୀ

କୋଲକାତା: ବକେୟା ଫଣ୍ଡ ଜାରି ନକଲେ କେନ୍ଦ୍ର ବିରୋଧରେ ଜୋରଦାର ପ୍ରଦର୍ଶନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାରଙ୍କୁ ଏଥିଲାଗି ୭ ଦିନର ସମୟ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା । ଯଦି କେନ୍ଦ୍ର ୭ ଦିନ ଭିତରେ ବାକି ଥିବା କେନ୍ଦ୍ରୀୟ ଅନୁଦାନ ନଦିଅନ୍ତି ତେବେ ବଡ଼ଧରଣର ବିରୋଧ ପ୍ରଦର୍ଶଦ କରାଯିବ ବୋଲି ମମତା ବନାର୍ଜୀ ଚେତାବନୀ ଦେଇଛନ୍ତି । ଏହା ପୂର୍ବରୁ ଡିସେମ୍ବର ୨୦ ତାରିଖରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଥିଲେ । ଆଉ କେନ୍ଦ୍ରୀୟ ଫଣ୍ଡ ଜାରି କରିବାକୁ କହିଥିଲେ ମମତା । 

ବୈଠକ ପରେ ରାଜ୍ୟ ଏବଂ କେନ୍ଦ୍ରୀୟ ଅଧିକାରୀ ବୈଠକ କରିବା ସହ ଏହାର ସମାଧାନ କରିବେ ବୋଲି ମମତାଙ୍କୁ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ତଥ୍ୟ ଅନୁସାରେ, ପିଏମଏଓ୍ବାଇ ଅଧୀନରେ ୯, ୩୩୦ କୋଟି, ମନରେଗାରେ ୬ ହଜାର ୯୦୦ କୋଟି, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନରେ ୮୩୦ କୋଟି, ପିଏମ ଗ୍ରାମ ସଡ଼କ ଯୋଜନା ଲାଗି ୭୭୦ କୋଟି ଏବଂ ସ୍ବଚ୍ଛ ଭାରତ ମିଶନ ଲାଗି ୩୫୦ କୋଟି ଟଙ୍କା ବାକି ରଖିଛି କେନ୍ଦ୍ର । 

ସେହିଭଳି ମଧ୍ୟାହ୍ନ ଭୋଜନ ଯୋଜନାରେ କେନ୍ଦ୍ରଠାରୁ ୧୭୫ କୋଟି ଟଙ୍କା ପାଇବ ପଶ୍ଚିମବଙ୍ଗ ।  ଏହା ପୂର୍ବରୁ ଡିସେମ୍ବର ୨୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମମତା ସାକ୍ଷାତ କରିଥିଲେ । ମୋଦୀଙ୍କ ସହ ସାକ୍ଷାତ କରିବା ପରେ ମମତା କହିଥିଲେ ଯେ, ପଶ୍ଚିମବଙ୍ଗକୁ ଏକ ଲକ୍ଷ ୧୬ ହଜାର କୋଟି ଦେବେ କେନ୍ଦ୍ର ସରକାର । ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇ ସମସ୍ୟାର ସମାଧାନ ନେଇ ମୋଦୀ କହିଥିବା ଜଣାଇଥିଲେ ମମତା । ହେଲେ ଏବେ ଯାଏଁ ଏହାର ସମାଧାନ ନହେବାରୁ କେନ୍ଦ୍ରକୁ ଫାଇନାଲ୍‌ ଓ୍ବାର୍ଣ୍ଣିଂ ଦେଇଛନ୍ତି ମମତା ବାନାର୍ଜୀ ।

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.