ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡି ନେଉନି, ବିଜେପିକୁ ଫେରିବେନି: ଆଗକୁ କ’ଣ କରିବେ ଦିଲୀପ ରାୟ?

ରାଉରକେଲା,୦୭/୧୨: ‘ଠିକ୍‌ ସମୟରେ ସବୁ ଜାଣିପାରିବେ’ । ୨୦୨୪ରେ ଆପଣ ନିର୍ବାଚନ ଲଢ଼ିବେ କି ବୋଲି ଗଣମାଧ୍ୟମ ପ୍ରଶ୍ନରେ ଏହା ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦିଲୀପ ରାୟଙ୍କ ଉତ୍ତର ।

୨୦୦୨ରେ ବିଜେଡିରୁ ବିଦା ହୋଇଥିବା ଦିଲୀପ ରାୟ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିର ବେଶ ନିକଟତର ହୋଇଥିଲେ । ବିଜେଡି ସୁପ୍ରିମୋଙ୍କୁ ମଧ୍ୟ ଭେଟିଥିଲେ । ହେଲେ, ବିଜେଡି ତାଙ୍କୁ ଆପଣେଇ ନାହିଁ! ବିଜେପି ଫେରିବାକୁ ସେ ଚାହୁଁ ନଥିବା ତାଙ୍କ ସମର୍ଥକ କହୁଛନ୍ତି । ତେଣୁ, ଦିଲୀପ ରାୟ ଆଗାମୀ ନିର୍ବାଚନ ପୂର୍ବରୁ କି ଭୂମିକା ନେବେ? ଏକ ତୃତୀୟ ବିକଳ୍ପ ସନ୍ଧାନରେ ଥିବା ନେଇ କେତେକ ସାମାଜିକ ମାଧ୍ୟମ ଓ ଖବର କାଗଜରେ ପ୍ରକାଶିତ ହୋଇଛି । ହେଲେ, ଏହାକୁ ସେ ସେ ସ୍ୱୀକାର ବା ଅସ୍ୱୀକାର କରିନାହାନ୍ତି । ତେଣୁ ବାସ୍ତବରେ ସେମିତି କିଛି ଯୋଜନା ଅଛି କି ନାହିଁ ଏଭଳି ଚର୍ଚ୍ଚା ରାଉରକେଲାରେ ବଢ଼ିବାରେ ଲାଗିଛି । 

ବ୍ୟବସାୟିକ କାର୍ଯ୍ୟ ଯୋଗୁଁ ଦିଲୀପ ରାଉରକେଲାକୁ ଆସିବାକୁ କୁଆଡ଼େ ବାଧ୍ୟ ହେଉଛନ୍ତି । ଗସ୍ତ କାଳରେ ଏକାଧିକ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିଲୀପ ଯୋଗ ଦେଉଛନ୍ତି । ସେତିକି ନୁହେଁ, ‘ଗୁଡ଼ ପଡ଼ିଥିଲେ ପିମ୍ପୁଡ଼ି ଜମିବା’ ଭଳି ତାଙ୍କ ଗସ୍ତ ସୂଚନା ପାଇଲା ମାତ୍ରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ରାଜନୈତିକ ଲୋକେ ଆସି ତାଙ୍କୁ ଭେଟୁଛନ୍ତି । ଏହି ପ୍ରକ୍ରିୟାରେ ରାଉରକେଲାର ବିଭିନ୍ନ ଦଳର ଅସନ୍ତୁଷ୍ଟଙ୍କ ଗହଳି ମଧ୍ୟ ଦିଲୀପଙ୍କ ଶିବିରରେ ବଢ଼ିଚାଲିଛି । 

ଦିଲୀପ ନିଜ ରାଜନୈତିକ କ୍ୟାରିୟର ବିଜୁ ବାବୁଙ୍କ ସହ ଜନତାଦଳରୁ ଆରମ୍ଭ କରିଥିଲେ ମଧ୍ୟ ବିଜୁବାବୁଙ୍କ ଦେହାନ୍ତ ପରେ ବିଜୁ ଜନତାଦଳ ଗଠନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ବିଜେଡିରେ ମାତ୍ର ପ୍ରାୟ ୫ବର୍ଷ ନ ରହୁଣୁ ତାଙ୍କୁ ବିଦା ହେବାକୁ ପଡ଼ିଥିଲା । ୨୦୧୮ରେ ବିଜେପି ଛାଡ଼ିବା ପରେ କୌଣସି ଦଳରେ ଯୋଗ ଦେଇନାହାନ୍ତି । ସେ ଆଉ ବିଜେପିକୁ ଫେରିବାକୁ ଆଗ୍ରହ ଦେଖାଉନାହାନ୍ତି ।  ଦିଲୀପ ଆଗାମୀ ନିର୍ବାଚନରେ ଚୁପ୍‌ ବସିବା ସମ୍ଭାବନା  ମଧ୍ୟ ଆଦୌ ନାହିଁ । ହେଲେ, ସେ କରିବେ କ’ଣ? ଏ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଦିଲୀପ ନିଜେ କିଛି ସ୍ପଷ୍ଟ କରୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.