ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଜାତୀୟ ସ୍ତରରେ ଓଡ଼ିଶା ଟାଏକୋଣ୍ଡୋ ଟିମ୍ ଉପବିଜେତା ଟ୍ରଫି ଓ ବେଷ୍ଟ ଶୃଙ୍ଖଳା ଟିମ୍ ଆୱାର୍ଡରେ ସମ୍ମାନିତ

ପୁରୀ ୬/୯ : ରାଞ୍ଚିସ୍ଥିତ ହରିବଂଶ ତାନା ଭଗତ ଇଣ୍ଡୋର ଷ୍ଟାଡ଼ିୟମରେ ସେପ୍ଟେମ୍ବର ୨ ରୁ ୪ତାରିଖ ପର୍ଯ୍ୟନ୍ତ ୨ୟ ଭଗବାନ ବିର୍ସା ମୁଣ୍ଡା ଟ୍ରଫି ଓ ୧୪ତମ ଓପନ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ଚାମ୍ପିୟନସିପ୍‌ରେ ଦୁଇଟି ଇଭେଣ୍ଟ ଯଥା କିରୋଗୀ ଓ ପୁଂସୀ ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା l ଓଡ଼ିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ଦୁଇଟି ଇଭେଣ୍ଟରେ ୫୭ଜଣ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ l ସେଥିରୁ ୧୬ଜଣ ବାଳିକା ଓ ୪୧ଜଣ ବାଳକ ପ୍ରତିଯୋଗୀ ଥିଲେ l ଓଡ଼ିଶା ପ୍ରତିଯୋଗୀ କିରୋଗୀରେ ୨୦ଟି ପଦକ ଓ ପୁଂସୀରେ ୧୦ପଦକ ହାସିଲ କରିଥିଲେ l 

କିରୋଗୀ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ୩, ରୌପ୍ୟ ୪ ଓ କାଂସ୍ୟ ୧୩ ପଦକ ଯାଇଥିଲା ବେଳେ ପୁଂସୀ ଇଭେଣ୍ଟରେ ସ୍ବର୍ଣ୍ଣ ୫, ରୌପ୍ୟ ୪ ଓ କଂସ୍ୟ ୧ ପଦକ ଜିତି ଓଡ଼ିଶା ଟିମ ଦ୍ୱିତୀୟ ଉପ-ବିଜେତା ଟ୍ରଫି ଜିତିଥିଲେ l ଓଡ଼ିଶା ଟିମ୍ ଦ୍ୱତୀୟ ଉପ-ବିଜେତା ଟ୍ରଫି ସହ ଵେଷ୍ଟ ଶୃଙ୍ଖଳା ଟିମ୍ ଆୱାର୍ଡରେ ସମ୍ମାନିତ ହୋଇଥିଲା l ଓଡ଼ିଶାରୁ ୩ ଜଣ ଜାତୀୟ ରେଫେରୀ ମୌଳିନ୍ଦୁ କୁମାର ମହନ୍ତ, ପାୟଲ ବଡ଼ଜେନା ଓ ଆରିଆନ ନାୟକ ଏହି ଜାତୀୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ l 

ଓଡ଼ିଶା ଟିମ୍ କୋଚ୍ ଭାବେ ମିଥୁନ କୁମାର ସାହୁ, ଅତାଉଲ୍ଲା ଖାନ, ପ୍ରଭାତ କୁମାର ସାହୁ, ପୃଥିଭି ରାୟଗୁରୁ, ରମାକାନ୍ତ ବେହେରା, ଏସ. କେ ତାଫିରୁଦ୍ଦିନ, ନରେଶ କୁମାର ବାରିକ ଓ ଶିବାନନ୍ଦ ରାୟଗୁରୁ ଖେଳାଳିମାନଙ୍କୁ ଟ୍ରେନିଂ ଓ ପ୍ରୋତ୍ସାହନ କରିଥିଲେ l ଏହି ଉପ-ବିଜେତା ଆଉ ଵେଷ୍ଟ ଶୃଙ୍ଖଳ ଟିମ୍ ଆୱାର୍ଡ ପାଇଁ ଓଡ଼ିଶା ଟାଏକୋଣ୍ଡୋ ସଙ୍ଘ ଗର୍ବିତ ଆଉ ରାଜ୍ୟ ପାଇଁ ଗୌରବ ଆଣିଦେଇଛି l ଓଡ଼ିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ସମସ୍ତଖେଳାଳି ଆଉ କୋଚମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.