ପ୍ରମୂଖ ଖବର

ପାକିସ୍ତାନରେ ଭୋଟ୍ ଗଣତି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଦାବି, ‘ଆମେ ସବୁଠୁ ବଡ଼ ଦଳ’

ଇସଲାମାବାଦ, ୦୯/୦୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଶୁକ୍ରବାର ଜାତୀୟ ନିର୍ବାଚନ ଜିତିଥିବା ନେଇ ଦାବି କରିଛନ୍ତି । ଶରିଫ କହିଛନ୍ତି, ତାଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଗଣତି ଫଳାଫଳରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ।

ତେବେ ପାକିସ୍ତାନ ନିର୍ବାଚନରେ ନୱାଜ ଶରିଫଙ୍କ ଦଳ କେତୋଟି ଆସନରେ ବିଜୟୀ ହୋଇଛି ସେ ନେଇ ସେ କିଛି କହି ନାହାନ୍ତି । ୨୬୫ଟି ଆସନରେ ଭୋଟିଂ ହୋଇଥିବା ବେଳେ ଏବେ କେତୋଟି ଆସନରେ ଗଣତି ଜାରି ରହିଛି ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍ ୪୨ଟି ଆସନ ଜିତିଛି । ଯାହାକି ସରକାର ଗଠନ ଲାଗି ଆବଶ୍ୟକ ଆସନ ଠାରୁ କମ୍ । ପାକିସ୍ତାନରେ ସରକାର ଗଠନ ଲାଗି ଆବଶ୍ୟକ ୧୩୪ ଆସନ ।
ନୱାଜ ଶରିଫ୍ କହିଛନ୍ତି, ତାଙ୍କ ପ୍ରତିନିଧି ମେଣ୍ଟ ସରକାର ଗଠନ ଲାଗି ଅନ୍ୟ ରାଜନୈତିକ ଦଳକୁ ଭେଟିବେ ।

ଏହା ପୂର୍ବରୁ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍ ପକ୍ଷରୁ କୁହା ଯାଇଥିଲା, ଦଳର ସଭାପତି ନୱାଜ ଶରିଫ ନିର୍ବାଚଳ ଫଳାଫଳ ପରେ ବିଜୟୀ ଭାଷଣ ଦେବା ପାଇଁ ପ୍ରସ୍ତୁତ । ଏବଂ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ସମର୍ଥିତ ନିର୍ଦ୍ଦଳୀୟ ବିଜୟୀଙ୍କ ସମ୍ପର୍କରେ ରହିଛନ୍ତି ।

ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫ (PTI) ଓ ପିଏମଏଲ-ଏନ୍ ଉଭୟ ନିର୍ବାଚନ ଜିତି ଥିବା ଦାବି କରୁଛନ୍ତି । ୩ ଥର ପ୍ରଧାନମନ୍ତ୍ରୀ ରହି ସାରିଥିବା ୭୪ ବର୍ଷୀୟ ଶରିଫ ସେନା ସମର୍ଥନରେ ପୁଣି ବିଜୟୀ ହୋଇ ସରକାର ଗଠନ ଆଶାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.