ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁବଶୀଘ୍ର ପୋଷାକ ବ୍ୟବସାୟରେ ପାଦ ଥାପିବ ନେପାଳର ସେନା, ସରକାରଙ୍କଠୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ୍ !

କାଠମାଣ୍ଡୁ,୦୨/୦୨: ପଡ଼ୋଶୀ ଦେଶ ନେପାଳର ସେନା ଖୁବଶୀଘ୍ର ପୋଷାକ ବ୍ୟବସାୟରେ ପାଦ ଥାପିବ । ପୂର୍ବରୁ ସେନା ପେଟ୍ରୋଲିୟମ, ସଡ଼କ ନିର୍ମାଣ, ୱାଲ୍‌ ପେଣ୍ଟସ,  ସ୍କୁଲ ଓ ମେଡିକାଲ କଲେଜ ଭଳି ମୋଟା ଲାଭ  ପ୍ରଦାନକାରୀ ବ୍ୟବସାୟ ସହ ଜଡ଼ିତ ଥିଲା ।  

ନେପାଳ ସମ୍ବାଦପତ୍ର ‘କାଠମାଣ୍ଡୁ ପୋଷ୍ଟ’  ଗୁରୁବାର ଜାରି କରିଥିବା ରିପୋର୍ଟ ମୁତାବକ,  ସେନା ଅଧିକାରୀମାନେ ଏକ ପୁରୁଣା ପୋଷାକ କାରଖାନାକୁ ଅଧିଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କଠାରୁ ଅନୁମୋଦନ ଲାଭ କରିଛନ୍ତି । ପାକିସ୍ତାନ ଭଳି ନେପାଳ ସେନାକୁ ମଧ୍ୟ ସବୁବେଳେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି । କାରଣ ନିଜ ପ୍ରକୃତ ଦାୟିତ୍ୱ ତୁଲାଇବା ତୁଳନାରେ ସେନା ଅଧିକାରୀମାନେ ଅଧିକ ବ୍ୟବସାୟ ଉପରେ ମନୋନିବେଶ କରୁଛନ୍ତି । ନେପାଳ ସେନା ପାଇଁ  ବ୍ୟବସାୟ କୌଣସି ନୂଆ କଥା ନୁହେଁ। ଅନେକ  ବର୍ଷ ହେଲା ଏହା କାରବାର ଜାରି ରଖିଛି ।  ସେନାର ପ୍ରଡକ୍ଟ ରେଞ୍ଜ୍‌ ବି ଯଥେଷ୍ଟ ବ୍ୟାପକ । ୨୦୨୧ରେ ଏହା ବୋତଲବନ୍ଦ ପାଣି ବିକ୍ରି ଆରମ୍ଭ  କରିଥିଲା ।

ସୂଚନାଯୋଗ୍ୟ, ନେପାଳରେ ଏକ  ବଡ଼ ପୋଷାକ କାରଖାନା ରହିଛି । ଏହାର ନାମ  ହେତାଉଦା ପୋଷାକ ଉଦ୍ୟୋଗ । ୨୫ ବର୍ଷ ପୂର୍ବେ ଏହା ଆରମ୍ଭ ହୋଇଥିଲା ଏବଂ କେବଳ ୪ ବର୍ଷ  ଚାଲିପାରିଥିଲା । ଗତ ବୁଧବାର ସେନା ଅଧିକାରୀଙ୍କ  ଟିମ୍‌ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ସାକ୍ଷାତ କରିଥିଲେ ।  ସେମାନେ କପଡ଼ା ବ୍ୟବସାୟ ଆରମ୍ଭ କରିବାକୁ  ଚାହୁଁଥିବା କହିଥିଲେ । ଏଥିପାଇଁ ସେମାନେ  ଅନୁମୋଦନ ଲୋଡ଼ିଥିଲେ। ପ୍ରଚଣ୍ଡ କ୍ୟାବିନେଟ୍‌  ସେମାନଙ୍କ ପ୍ରସ୍ତାବରେ ମୋହର ଲଗାଇଥିଲା । କ୍ୟାବିନେଟ୍‌ ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା  ପ୍ରତିରକ୍ଷା ମନ୍ତ୍ରୀ ପୂର୍ଣ୍ଣ ବାହାଦୁର ଖଡ଼କା, ଶିଳ୍ପ  ମନ୍ତ୍ରୀ ରମେଶ ରିଜଲ, ମୁଖ୍ୟ ସଚିବ ବୈକୁଣ୍ଠ  ଆର‌୍ୟଲ, ପ୍ରତିରକ୍ଷା ସଚିବ ରାଜ ଶର୍ମା, ଚିଫ୍‌  ଅଫ୍‌ ଆର୍ମି ଷ୍ଟାଫ ଜେନେରାଲ ପ୍ରଭୁ ରାମ ଶର୍ମା  ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.