ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ନିବେଶକଙ୍କ ପସନ୍ଦ ପାଲଟିଛି ଓଡ଼ିଶା, ନୂଆ ନିବେଶ ପ୍ରସ୍ତାବରେ ୪୩୬% ବୃଦ୍ଧି

ଭୁବନେଶ୍ୱର ୦୪/୧୧: ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଯାତ୍ରା ଜାରି ରଖିଛି । ରାଜ୍ୟରେ ଉପଲବ୍ଧ ଖଣିଜ ସମ୍ପଦ, ଷ୍ଟ୍ରାଟେଜିକ ଲୋକେସନ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଉପଲବ୍ଧ ଶିଳ୍ପ ଉପଯୋଗୀ ବାତାବରଣ ଯୋଗୁ ନୂଆ ନିବେଶ ପାଇଁ ଆଗଭର ହେଉଛନ୍ତି ନିବେଶକ । ନିବେଶ ଅଭିବୃଦ୍ଧି କ୍ଷେତ୍ରରେ  ଅନ୍ୟ ରାଜ୍ୟଗୁଡ଼ିକୁ ପଛରେ ପକାଇ ଦେଇଛି ରାଜ୍ୟ । ନୂଆ ନିବେଶ ପ୍ରସ୍ତାବ ଟାଣିବାରେ ଗତ ବର୍ଷକ ମଧ୍ୟରେ ଓଡ଼ିଶା ୪୩୬% ଅଭିବୃଦ୍ଧି ହାସଲ କରିଛି ।  ଜାତୀୟ ସ୍ତରରେ ଏ କ୍ଷେତ୍ରରେ ହାରାହାରି ଅଭିବୃଦ୍ଧି ୪୬% ରହିଛି । ଶିଳ୍ପ ବିଭାଗ ସଚିବ ହେମନ୍ତ କୁମାର ଶର୍ମା ଏକ ବ୍ଲଗରେ ଏହି ସୂଚନା ଦେଇଛନ୍ତି ।

ବ୍ୟାଙ୍କ ଏବଂ ଆର୍ôଥକ ପ୍ରତିଷ୍ଠାନଗୁଡିକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦେଇଥିବା ଅନୁମୋଦନ କ୍ଷେତ୍ରରେ ରାଜ୍ୟର ସ୍ଥାନ ୩ୟ (୧୧%) ରହିଛି । ଏହାକୁ ସରଳ ଭାବେ କହିବାକୁ ଗଲେ ନୂଆ ପ୍ରକଳ୍ପ ପାଇବାରେ ରାଜ୍ୟ ୩ୟ । ପୂର୍ବରୁ ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଭଳି ଦେଶର ଦକ୍ଷିଣ ଓ ପଶ୍ଚିମ ରାଜ୍ୟଗୁଡିକ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଯୋଗଦାନ ଦେଉଥିଲେ । ଏବେ ଏହି ଧାରା ଦେଶର ପୂର୍ବ ଭାଗରେ ଦେଖିବାକୁ ମିଳିଛି । ଏ କ୍ଷେତ୍ରରେ ଓଡ଼ିଶା ପାଲଟିଛି ପେଣ୍ଠସ୍ଥଳ ବୋଲି ଶ୍ରୀ ଶର୍ମା କହିଛନ୍ତି ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ଲାଗି ପ୍ରକାଶିତ ରିପୋର୍ଟ ମୁତାବକ, ବ୍ୟାଙ୍କ ଅନୁମୋଦନ ପାଇଥିବା ନିବେଶ ପ୍ରସ୍ତାବ କ୍ଷେତ୍ରରେ ଓଡ଼ିଶା ଟପ୍‌-୩ରେ ରହିଛି । ଉତ୍ତରପ୍ରଦେଶ ଏବଂ ଗୁଜରାଟ ଏବଂ ଓଡ଼ିଶା ମିଳିତ ଭାବେ ୪୨% ନିବେଶ ପ୍ରସ୍ତାବ ପାଇଛନ୍ତି । ଏହି ରାଜ୍ୟଗୁଡିକରେ ମୋଟ ୨.୬୬ ଲକ୍ଷ କୋଟିର ନିବେଶ ପ୍ରସ୍ତାବକୁ ଅର୍ଥ ଯୋଗାଣ ନେଇ ବ୍ୟାଙ୍କ ମଞ୍ଜୁରୀ ଦେଇଛନ୍ତି । ପୂର୍ବ ଆର୍ôଥକ ବର୍ଷ ତୁଳନାରେ ଏ କ୍ଷେତ୍ରରେ ୨୬.୭% ଅଭିବୃଦ୍ଧି ହୋଇଛି ।

ତେବେ ଓଡ଼ିଶା ନିବେଶଙ୍କ ପସନ୍ଦ ପାଳଟିବାରେ ମଧ୍ୟ କିଛି ପ୍ରମୁଖ କାରଣ ରହିଛି । ରାଜ୍ୟରେ ଗଚ୍ଛିତ ପ୍ରାକୃତିକ ସମ୍ପଦ ନିବେଶକଙ୍କୁ ଟାଣିବାରେ ବିଶେଷ ଯୋଗଦାନ ରଖୁଛି । ପ୍ରାକୃତିକ ସମ୍ବଳର ସୁବିନିଯୋଗ ଲାଗି ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ରାଜ୍ୟ ଏ କ୍ଷେତ୍ରରେ ସ୍ୱଚ୍ଛତା ସହ ଏକ ଦକ୍ଷ ବ୍ୟବସ୍ଥା ଆପଣାଇଛି । ପ୍ରାକୃତିକ ସମ୍ପଦ ଥିବା ରାଜ୍ୟଗୁଡିକ ମଧ୍ୟରେ ପ୍ରଥମ ଥର ଲାଗି ଉଭୟ ଖଣି ନିଲାମ ଏବଂ ପରିଚାଳନା କ୍ଷେତ୍ରରେ ଓଡ଼ିଶାରେ ବ୍ୟବହାର ହେଉଛି ଅତ୍ୟାଧୁନିକ  ଟେକ୍ନୋଲୋଜି ।

ସେହିଭଳି ରାଜ୍ୟର ଭୌଗୋଳିକ ଉପସ୍ଥିତି ମଧ୍ୟ ବେଶ୍‌ ସହାୟକ ହେଉଛି । ପୂର୍ବ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ରାଜ୍ୟ ଦ୍ୱାର ଭାବେ କାର୍ଯ୍ୟ କରିବା କ୍ଷମତା ରଖୁଛି । ଏହାବାଦ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ସମ୍ଭାବ୍ୟ ସ୍ଥାନଗୁଡିକରେ ବାଣିଜ୍ୟ ସମ୍ପ୍ରସାରଣ କରିବାରେ ଓଡ଼ିଶାର ଅବସ୍ଥିତି ଯୋଗଦାନ ଦେଇପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ସବୁ ଦିଗଗୁଡିକ ଉପରେ ରାଜ୍ୟ କାର୍ଯ୍ୟଧାରା ଜାରି ରଖିଛି । ସମ୍ବଳର ବଣ୍ଟନ, ଭିତ୍ତିଭୂମି ବିକାଶ ଏବଂ ବାଣିଜ୍ୟ ଉପଯୋଗୀ ପରିବେଶକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ୫-ଟି ରାଜ୍ୟକୁ ଏକ ମଡେଲ ରାଜ୍ୟ ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଛି । ରାଜ୍ୟ ଏହାର ବାଣିଜ୍ୟିକ ଦୃଶ୍ୟପଟକୁ ବିସ୍ତୃତିକରଣ କରିଛି । କେମିକାଲ, ପେଟ୍ରୋକେମିକାଲ, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଆଇଟି 

Copyright © 2022 - Summa Real Media Private Limited. All Rights Reserved.