ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ: ଗଣେଷ ଚତୁର୍ଥୀରେ ନୂଆ ସଂସଦ ଭବନରେ ବୈଠକ

ନୂଆଦିଲ୍ଲୀ,୧୮/୦୯: ସୋମବାରଠୁ ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏହା ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନର ଅଧିବେଶନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ । ଏହା ପରେ ଅର୍ଥାତ ୧୯ ତାରିଖ ଗଣେଷ ଚତୁର୍ଥୀ ଅବସରରେ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ନୂଆ ସଂସଦ ଭବନରେ ବସିବ । ପ୍ରଥମ ଦିନରେ ସମ୍ବିଧାନ ସଭାଠାରୁ ଆରମ୍ଭ କରି ସଂସଦର ୭୫ ବର୍ଷ ଯାତ୍ରା ଉପରେ ଆଲୋଚନା କରାଯିବ । 

ଏହି ସ୍ୱତନ୍ତ୍ର ଅଧିବେଶନ କାଳରେ ସରକାର ୪ଟି ବିଲ୍‌ ଗୃହରେ ଆଗତ ଓ ଗୃହୀତ କରାଇବାକୁ ଯୋଜନା କରିଛନ୍ତି । ସେଥିରେ ରହିଛି ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତି ବିଲ୍‌-୨୦୨୩, ଆଡଭୋକେଟ (ସଂଶୋଧନ) ବିଲ-୨୦୨୩, ପ୍ରେସ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍‌ ପିରିଓଡିକାଲ୍ସ ବିଲ୍‌-୨୦୨୩ ଏବଂ ପୋଷ୍ଟ ଅଫିସ ବିଲ୍‌-୨୦୨୩ । ତେବେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି କି ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ପାଇଁ କିଛି ଗୋପନ ଏଜେଣ୍ଡା ବା ପ୍ରସଙ୍ଗ ରଖିଛନ୍ତି । ନଚେତ ବର୍ତ୍ତମାନ ଏଭଳି ସ୍ୱତନ୍ତ୍ର ଅଧିବେଶନର ଆବଶ୍ୟକତା ନଥିଲା । ଗତ କିଛିଦିନ ହେଲା ଚର୍ଚ୍ଚା ଚାଲିଛି କି ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ଏକ ଦେଶ-ଏକ ନିର୍ବାଚନ ବିଲ୍‌ ଆଣିପାରନ୍ତି । ଦେଶରେ ଏକ ସମୟରେ ସଂସଦ, ବିଧାନସଭା, ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ କରିବା ଲାଗି ସରକାର ବିଚାର କରୁଛନ୍ତି । ସେଥିପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ ଟିମ୍‌ ଗଠନ କରାଯାଇଛି । ଏହି କମିଟିର ପ୍ରଥମ ବୈଠକ ଆସନ୍ତା ୨୩ରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ସେପଟେ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଏହି ଅଧିବେଶନ କାଳରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ଓ ଗୃହୀତ କରାଇବା ଲାଗି ଦାବି କରିଥିଲେ । ସେମାନେ ଦର୍ଶାଇଥିଲେ କି ଏହି ବିଲ୍‌ ବହୁଦିନ ଧରି ପଡି ରହିଛି । ଏହାକୁ ଆଗତ କରାଗଲେ ସର୍ବସମ୍ମତିକ୍ରମେ ଗୃହୀତ ହୋଇପାରିବ । ବିଲ୍‌ରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର ପ୍ରାବଧାନ ରହିଛି । କିଛି ଆଞ୍ଚଳିକ ଦଳ ମଧ୍ୟ ମହିଳା ସଂରକ୍ଷଣ ବିଲ୍‌ରେ ଅନୁସୂଚିତ ଜାତି ଓ ପଛୁଆ ବର୍ଗଙ୍କ ପାଇଁ କୋଟା ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଏହି କୋଟା ଆଡୁଆ ଯୋଗୁ ବିଲ୍‌ଟି ଗତ କିଛିବର୍ଷ ହେଲା ସେଭଳି ଅଟକି ରହିଛି ।

ବୈଠକ ପରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ମହିଳା ସଂରକ୍ଷଣ ବିଲ୍‌ ଅଣାଗଲେ ତାକୁ ସବୁ ଦଳ ସମର୍ଥନ କରିବେ ବୋଲି ସମ୍ମତି ଦେଇଛନ୍ତି । ବିଜେପିର ସହଯୋଗୀ ଏନ୍‌ସିପି ନେତା ପ୍ରଫୁଲ ପଟେଲ କହିଛନ୍ତି ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବାକୁ ଆମେ ସରକାରଙ୍କୁ ଅପିଲ କରିଛୁ । ବିଲ୍‌ ଆଗତ ହେଲେ ସବୁ ଦଳ ଏହାକୁ ସମର୍ଥନ କରିବେ ବୋଲି ଆଶା ରହିଛି । ବିଜେଡି ଓ ବିଆରଏସ୍‌ ଭଳି ଆଞ୍ଚଳିକ ଦଳ ମଧ୍ୟ ଏହି ବିଲ୍‌କୁ ସମର୍ଥନ କରିଛନ୍ତି । ବିଜେଡି ନେତା ପିନାକୀ ମିଶ୍ର କହିଛନ୍ତି ନୂଆ ସଂସଦ ଭବନରୁ ନୂଆ ଯୁଗ ଆରମ୍ଭ ହେବା ଉଚିତ ଏବଂ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହେବା ଆବଶ୍ୟକ ।

ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେଇଥିଲେ । ସେହିଭଳି ଜେଡିଏସ୍‌ ନେତା ଏଚ୍‌ଡି ଦେବେଗୌଡା, ଡିଏମ୍‌କେ ନେତ୍ରୀ କାନିମୋଝି, ଟିଡିପି ନେତା ରାମମୋହନ ନାଇଡୁ, ଟିଏମ୍‌ସି ନେତା ଡେରେକ ଓ’ବ୍ରିଏନ ପ୍ରମୁଖ ଉପସ୍ଥିତ ଥିଲେ ।

Parliament
Special session Parliament

Copyright © 2022 - Summa Real Media Private Limited. All Rights Reserved.