ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୌଧୁରୀ ଚରଣ ସିଂହଙ୍କ ସହ ୪ ଜଣଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ, ଆଡଭାନୀଙ୍କ ଘରକୁ ଯାଇ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶନିବାର ପ୍ରଦାନ କରାଯାଇଛି ଭାରତ ରତ୍ନ ସମ୍ମାନ । ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓଙ୍କୁ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ତେବେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବାର ଥିଲା, କିନ୍ତୁ ତାଙ୍କର ଖରାପ ସ୍ବାସ୍ଥ୍ୟ ଓ ବୟସକୁ ଦଖି ରବିବାର ରାଷ୍ଟ୍ରପତି ତାଙ୍କୁ ନିଜେ ସାକ୍ଷାତ କରି ତାଙ୍କ ବାସଭବନରେ ଏହି ସମ୍ମାନ ପ୍ରଦାନ କରିବେ।

ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ଚଳିତ ବର୍ଷ ୫ ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ଭାରତ ରତ୍ନ ଦେବାର ଘୋଷଣା କରିଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଗଠନ ପରେ ମହମନା ମାଲବୀୟ, ପଣ୍ଡିତ ଅଟଳ ବିହାରୀ ବାଜପେୟୀ, ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା ଓ ନାନାଜି ଦେଶମୁଖଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇ ସାରିଛି। ଏପର୍ଯ୍ୟନ୍ତ ମୋଟ ୫୩ ଜଣଙ୍କୁ ଭାରତ ରତ୍ନ ଦିଆ ଯାଇ ସାରିଛି।

୩ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବାର ଘୋଷଣା କରିଥିଲେ। ଆଡଭାନୀଙ୍କ ବୟସ ଏବେ ୯୬ ବର୍ଷ ହୋଇଥିବା ବେଳେ ଏବେ ସେ ଅଧିକାଂଶ ସମୟ ଅସୁସ୍ଥ ରହୁଛନ୍ତି। ଏଭଳି ସ୍ଥିତିରେ ତାଙ୍କ ବାସଭବନରେ ପହଁଞ୍ଚି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିବେ। ବାଜପେୟୀ ଓ ନାନାଜୀ ଦେଶମୁଖ ପରେ ଆଡଭାନୀ ତୃତୀୟ ଆରଏସ୍ଏସ୍ ନେତା, ଯାହାଙ୍କୁ ଭାରତ ରତ୍ନ ଦିଆଯିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.