ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

‘ଡନ୍‌ ୩’ରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି, ପୁଣି ଜଙ୍ଗଲି ବିଲ୍ଲି ହେବେ ଦେଶୀଗାର୍ଲ

ମୁମ୍ବାଇ ୦୮/୧୧: ପୁଣି ଜଙ୍ଗଲି ବିଲ୍ଲି ହେବେ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ହଁ, ‘ଡନ୍‌’ ଫ୍ରାଞ୍ଚାଇଜ୍‌ର ତୃତୀୟ ସଂସ୍କରଣ ‘ଡନ୍‌ ୩’ରେ ଏଣ୍ଟ୍ରି କରିଛନ୍ତି ପ୍ରିୟଙ୍କା । ତୃତୀୟ ଭାଗର କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଥିରେ ଶାହରୁଖଙ୍କ ବଦଳରେ ‘ଡନ୍‌’ ଭାବେ ଦେଖିବାକୁ ମିଳିବେ ରଣବୀର ସିଂ ହ । 

୨୦୦୬ ଓ ୨୦୧୧ର ‘ଡନ୍‌’ରେ ଜଙ୍ଗଲି ବିଲ୍ଲି (ରୋମା ଭଗତ) ଚରିତ୍ରରେ ନଜର ଆସିଥିଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ପୂର୍ବରୁ କ୍ରିତି ସେନନ୍‌ ଓ କିଆରା ଆଡଭାନୀଙ୍କ ନାଁ ଏଥିପାଇଁ ଶୁଣାଯାଉଥିଲା । ତେବେ ସେସବୁ ଚର୍ଚ୍ଚା ଆଉ ନାହିଁ । ନିକଟରେ ଫରହାନ୍‌ ଅଖ୍‌ତାର ଅରିଜିନାଲ୍‌ ଜଙ୍ଗଲି ବିଲ୍ଲି ପ୍ରିୟଙ୍କାଙ୍କୁ ସାଇନ୍‌ କରାଇ ନେଇଛନ୍ତି । ପ୍ରିୟଙ୍କା ମଧ୍ୟ ନୂଆ ଡନ୍‌ ରଣବୀର ସିଂହଙ୍କ ଜଙ୍ଗଲି ବିଲ୍ଲି ସାଜିବାକୁ ନେଇ ଢେର୍‌ ଉତ୍ସାହିତ ଅଛନ୍ତି । 

ସର୍ବପ୍ରଥମେ ୨୦୦୬ରେ ପ୍ରିୟଙ୍କା ‘ଡନ୍‌’ରେ ରୋମା ଭଗତ ଚରିତ୍ର ନିର୍ବାହ କରିଥିଲେ, ଯିଏ ନିଜ ଭାଇ ରମେଶ ହତ୍ୟାର ପ୍ରତିଶୋଧ ନିଏ ଡନ୍‌ଠାରୁ । ୨୦୧୧ର ‘ଡନ୍‌ ୨’ରେ ମଧ୍ୟ ଏହି ଚରିତ୍ରରେ ଦେଖିବାକୁ ମିଳିଥିଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ପୂର୍ବରୁ ୧୯୭୮ରେ ନିର୍ମିତ ‘ଡନ୍‌’ରେ ଜୀନତ ଅମନ ରୋମା ଭଗତ ଚରିତ୍ରରେ ଦେଖିବାକୁ ମିଳିଥିଲେ । ଏଥିରେ ଡନ୍‌ ହୋଇଥିଲେ ଅମିତାଭ ବଚ୍ଚନ । ଅମିତାଭଙ୍କ ପରେ ଶାହରୁଖ ଓ ବର୍ତ୍ତମାନ ତାଙ୍କ ସ୍ଥାନ ନେଇଛନ୍ତି ରଣବୀର ସିଂହ ।

Copyright © 2022 - Summa Real Media Private Limited. All Rights Reserved.