ଡେରାଡୁନ୍, ୧୨/୦୯: ପରକୀୟାପ୍ରୀତିର କରୁଣ ପରିଣତି । ବିବାହ କରିବାକୁ ଜିଦ ଧରିବାରୁ ପ୍ରେମିକାକୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଦେଲା ବିବାହିତ ପ୍ରେମିକ । ଭାରତୀୟ ସ୍ଥଳସେନାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ନିଜ ପ୍ରେମିକାଙ୍କୁ ହତ୍ୟା କରି ଗିରଫ ହୋଇଛନ୍ତି । ସିଲିଗୁଡ଼ିରେ ଥିବା ଏକ ଡ୍ୟାନ୍ସବାରରେ ୩୦ ବର୍ଷୀୟା ନେପାଳି ଝିଅ ଶ୍ରେୟା ଶର୍ମାଙ୍କୁ ଭେଟିଥିଲେ ସେନା ଅଧିକାରୀ ରାମେନ୍ଦୁ ଉପାଧ୍ୟାୟ । ଏହି ସାକ୍ଷାତ ପ୍ରେମର ରୂପ ନେଇଥିଲା । ଏବେ ସଲିଗୁଡ଼ିରୁ ଡେରାଡୁନ୍ ବଦଳି ହୋଇ ଆସିଥିଲେ ରାମେନ୍ଦୁ । ତେବେ ନିଜ ପ୍ରେମକୁ ଖୋଜି ପାଇବା ପରେ ସେ ବେଶ ଖୁସିଥିଲେ । ଏପରିକି ସେ ଶ୍ରେୟାଙ୍କ ପାଇଁ ଏକ ଫ୍ଲାଟ ଭଡାରେ ନେଇଥିଲେ ।
ପୃଥିବୀ ଭଳି ଆଉ ଏକ ଗ୍ରହର ସନ୍ଧାନ ପାଇଛି ନାସା, ଏଥିରେ ସମୁଦ୍ର ଏବଂ ଜୀବନ ଥିବା ନେଇ ଚର୍ଚ୍ଚା
ଦୁହେଁ ସେଠାରେ ସମୟ ମଧ୍ୟ ବିତାଉଥିଲେ । ହେଲେ ରାମେନ୍ଦୁ ବିବାହିତ ଥିଲେ । ଶ୍ରେୟାଙ୍କ ସହ ପ୍ରେମ ହୋଇଯିବା ପରେ ମଧ୍ୟ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ହଠାତ ଶ୍ରେୟାଙ୍କ ଗୋଟିଏ ଡିମାଣ୍ଡ ରାମେନ୍ଦୁଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଶ୍ରେୟା ରାମେନ୍ଦୁଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ । ଯଦି ଶ୍ରେୟାଙ୍କୁ ସେ ବିବାହ କରବେ ତେବେ ତାଙ୍କ ପରିବାରରେ ଝଡ଼ ସୃଷ୍ଟି ହେବ ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଶ୍ରେୟାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ ରାମେନ୍ଦୁ ।
ଏହା ପରେ ଲଙ୍ଗ୍ ଡ୍ରାଇଭରେ ଯିବା ପାଇଁ ଶ୍ରେୟାଙ୍କୁ କହିଥିଲେ ରାମେନ୍ଦୁ । ଦୁହେଁ ଲଙ୍ଗ୍ ଡ୍ରାଇଭରେ ଗଲେ । ହୋଟେଲ୍ରେ ଖାଇଲେ । ହେଲେ ଶ୍ରେୟାଙ୍କୁ ଜଣାନଥିଲା ଏହି ଯାତ୍ରା ତାଙ୍କର ଶେଷ ଯାତ୍ରା ହେବାକୁ ଯାଉଛି । କାରରେ ସହର ବାହାରକୁ ଯିବା ପରେ ଏକ ନିର୍ଜନ ସ୍ଥାନରେ ଗାଡ଼ି ରଖିଦେଇଥିଲେ ରାମେନ୍ଦୁ । ଗାଡ଼ି ଭିତରେ ସେ ଶ୍ରେୟାଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଦେଇଥିଲେ । ଏକଥା ଖୋଦ ପୋଲିସକୁ କହିଛନ୍ତି ସେନା ଅଧିକାରୀ ରାମେନ୍ଦୁ ଉପାଧ୍ୟାୟ । ଶ୍ରେୟାଙ୍କ ମୃତଦେହକୁ ପୋତି ଦେବା ପରେ ସେ ସେହି ସ୍ଥାନ ଛାଡ଼ି ପଳାଇଯାଇଥିଲେ । ସୋମବାର ଦିନ ରାମେନ୍ଦୁଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ହତ୍ୟା ପାଇଁ ବ୍ୟବହୃତ ହାତୁଡ଼ି, କାର ଆଦି ଜବତ କରାଯାଇଛି ।
You can also read: ସଂସଦ ଗୃହରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ମହିଳା ସାଂସଦ, କହିଲେ ସେ ମୋ ବେକ ପାଖକୁ ଆସି...