ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁଟିନଙ୍କ ସେନା ଆମ ଉପରେ କରି ପାରେ ବଡ଼ ହମଲା , ରୁଷ୍‌ର ଯୋଜନାକୁ ନେଇ ୟୁକ୍ରେନ କହିଲା …

କିଭ୍‌- ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୩ୟ ବର୍ଷ ପ୍ରବେଶ କରି ସାରିଛି। ଏହି ମଧ୍ୟରେ ରୁଷ୍‌ର ବିପଜ୍ଜନକ ଯୋଜନା ସାମନାକୁ ଆସିଛି। ଯୁଦ୍ଧରେ ୟୁକ୍ରେନ୍‌କୁ ବଡ଼ ଝଟକା ଦେବାକୁ ରୁଷ୍‌ ନୂଆ ପ୍ଲାନିଂ କରୁଛି। ଏମିତି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭଲୋଡୋମିର ଜେଲେନସ୍କି। ସେ କିଭ୍‌ରେ ସାମ୍ୱାଦିକଙ୍କୁ ସମ୍ୱୋଧିତ କରି କହିଛନ୍ତି ଯେ , ରୁଷ୍‌ ମେ ମାସର ଶେଷ ବା ଗରମ ଦିନରେ ୟୁକ୍ରେନ୍‌ ବିରୋଧରେ ଏକ ବହୁତ ବଡ଼ ହମଲାର ପ୍ରସ୍ତୁତି କରିବାକୁ ଯାଉଛି। ହେଲେ ସେ ସ୍ପଷ୍ଟ କରିଛି କି ୟୁକ୍ରେନ୍‌ ପାଖରେ ଏହି ହମଲାକୁ ଭଣ୍ଡୁର କରିବାକୁ ଯୋଜନା ପ୍ରସ୍ତୁତ ହୋଇ ସାରିଛି। 

ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣର ୨ୟ ବର୍ଷ ପୂର୍ତ୍ତିର ଦିନକ ପରେ ଜେଲେନସ୍କି କହିଛନ୍ତି, ରୁଷ୍‌ ସହ ଲଢିବା ପାଇଁ କିଭ୍‌ ଓ ଏହାର ପଶ୍ଚିମୀ ସହଯୋଗୀଙ୍କ ପାଇଁ ଏକଜୁଟ୍‌ ରହିବା ମହତ୍ତ୍ୱପୂର୍ଣ୍ଣ ହେବ ଏବଂ ଏହା ଦୋହରାଇଛନ୍ତି କି, ୟୁକ୍ରେନ୍‌ର ବିଜୟ ନିରନ୍ତର ପଶ୍ଚିମୀ ସମର୍ଥନ ଉପରେ ନିର୍ଭର କରିଥାଏ। ଜେଲେନସ୍କି କହିଛନ୍ତି , ଆମେ ତାଙ୍କ ହମଲାରୁ ବର୍ତ୍ତିବା ପାଇଁ ପ୍ରସ୍ତୃତି ଆରମ୍ଭ କରିବୁ। ମୋ ମତରେ ୮ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ହମଲାର କୌଣସି ଫଳାଫଳ ବାହାରି ନାହିଁ। ଆମେ ଆମ ପକ୍ଷରୁ ନିଜର ଯୋଜନା ପ୍ରସ୍ତୁତ କରିବୁ ଏବଂ ଏହାକୁ ପାଳନ କରିବୁ। 

ଜେଲେନସ୍କି କହିଛନ୍ତି, ଫେବ୍ରୁଆରୀ ୨୦୨୨ରୁ ୩୧,୦୦୦ୟୁକ୍ରେନୀୟ ସୈନିକ ମରି ଯାଇଛନ୍ତି, ଯାହା ବର୍ଷକରୁ ଅଧିକ ସମୟର ପ୍ରଥମ ଅଫିସିଆଲି ମୃତ୍ୟୁ। ରୁଷୀୟ ବିଦେଶୀ ମନ୍ତ୍ରାଳୟ ୟୁକ୍ରେନର ତଥ୍ୟକୁ ଅସତ୍ୟ ଦର୍ଶାଇ ଖାରଜ କରି ଦେଇଛି। ଜେଲେନସ୍କି କହିଛନ୍ତି କି, ଯୁଦ୍ଧର ଚେଷ୍ଟା ପାଇଁ ସେନାର ରୋଟେସନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହେବ ଏବଂ ଏହି କଥା ଉପରେ ଜୋର ଦେଇଛି କି, ୟୁକ୍ରେନକୁ ନିଜର ସଂରକ୍ଷିତ ବାହିନୀକୁ ଭଲ ଭାବେ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.